ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜିଲ୍ଳା ସଂଗ୍ରହାଳୟ ପରିଦର୍ଶନ

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜିଲ୍ଳା ସଂଗ୍ରହାଳୟ ପରିଦର୍ଶନ

    ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ବିବିଏ, ବିସିଏ ବିଭାଗର ଛାତ୍ରଛାତ୍ରୀମାନେ ଓଡିଆ ପକ୍ଷ -୨୦୨୬ ପାଳନ ଅବସରରେ ଭବାନୀପାଟଣା ସହରସ୍ଥିତ ନୂତନ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଜିଲ୍ଳା ସଂଗ୍ରହାଳୟ କୁ ପରିଦର୍ଶନ କରିଥିଲେ । ସଂଗ୍ରହାଳୟରେ ସଂଗୃହୀତ କଳାହାଣ୍ଡିର ପ୍ରାଚୀନ ମୂର୍ତ୍ତୀ, ପ୍ରସ୍ତର , ଇଟା, ପାରଂପରିକ ଅସ୍ତ୍ରଶସ୍ତ୍ର, ଅଳଙ୍କାର ପ୍ରଭୃତି ଦେଖି ଛାତ୍ରଛାତ୍ରୀମାନେ ଖୁସି ଅନୁଭବ କରିଥିଲେ । ପ୍ରାଚୀନ କାଳରେ ମଧ୍ଯ କଳାହାଣ୍ଡି ଐତିହ୍ୟ ଓ ସଂସ୍କୃତି ଦୃଷ୍ଟିରୁ ଉନ୍ନତ ଥିଲା ବୋଲି ସେମାନେ ଆତ୍ମୋପଲବ୍ଧି କରିଥିଲେ । ଜାତୀୟ ଶିକ୍ଷାନୀତି-୨୦୨୦ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କ୍ଷେତ୍ର ଅଧ୍ୟୟନକୁ ଆଧାର କରି ଛାତ୍ରଛାତ୍ରୀମାନେ ଉକ୍ତ ସ୍ଥାନକୁ ପରିଦର୍ଶନରେ ଆସିଥିଲେ । ବିବିଏ ବିସିଏ ବିଭାଗର ଅଧ୍ୟାପକ ଶ୍ରୀ ବ୍ୟୋମକେଶ ପ୍ରଧାନ, ଶ୍ରୀ ରଜତକେତନ ସାହୁ, ଶ୍ରୀ ସଚିନ୍ଦ୍ର ବେହେରା, ଶ୍ରୀ ସୁବାଶିଷ ମିଶ୍ର, ଶ୍ରୀ ସୌରଭ କୁମାର ବାଗ, ଶ୍ରୀ ହିରାରାମ ମେହେର, ଶ୍ରୀ ବିମଳ ପୋଢ, ଓ ଷ୍ଟୁଡେଣ୍ଟ representative ହିତେଶ କୁମାର ସାହୁ ଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀମାନେ ଅନେକ ତଥ୍ୟ ସଂଗ୍ରହ କରିଥିଲେ । ସଂଗୃହୀତ ତଥ୍ୟକୁ ଆଧାର କରି ଛାତ୍ରଛାତ୍ରୀମାନେ ଏକ ପ୍ରକଳ୍ପ ପ୍ରସ୍ତୁତ କରିବେ ଏବଂ ବିଶ୍ୱବିଦ୍ୟାଳୟରେ ଦାଖଲ କରିବେ ।

 ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରେ ଶିଖ୍ ସଂପ୍ରଦାୟ ତରଫରୁ ବୀର ବାଲ୍ ଦିବସ ପାଳିତ

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପାଳନ

masiha

ବହୁଜନ ସଂଗ୍ରାମ ସମିତି ତରଫରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!