ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ରେ ବକରା ଇଦ ପାଳିତ 

ନବରଙ୍ଗପୁର ରେ ବକରା ଇଦ ପାଳିତ 

ନବରଙ୍ଗପୁର:(୮|୬)(ରବି ନାରାୟଣ ମହାନ୍ତି)ଆଜି ନବରଙ୍ଗପୁର ସହର ରେ ଜlମା ମସଜିଦ ଏବଂ ନୁର ମସଜିଦ ଠାରେ ଇଦ୍ ର ସାମୁହିକ ନମାଜ ପ୍ରାର୍ଥନା କରାଗଲା, ପ୍ରତ୍ୟେକ ବର୍ଷ ଇଚ୍ଛାବତି ଗୁଡା ଇଦ୍ ଗାହ ଠାରେ ସାମୁହିକ ନମାଜ ପାଠ ହୁଏ କିନ୍ତୁ ଚଳିତ ବର୍ଷ ବର୍ଷା ପାଗ କୁ ଦୃଷ୍ଟିରେ ରଖି ଏ ବର୍ଷ ମସଜିଦ ଠାରେ ନମାଜ ପାଠ କରାଯାଇଥିଲା, ଅଧିକ ଲୋକ ହେବା ଯୋଗୁଁ ୨ ପାଳି କରି ନମାଜ ପ୍ରାର୍ଥନା କରାଯାଇଥିଲା, ପ୍ରଥମ ନମାଜ ସକାଳୁ ୬ ଘଣ୍ଟା ସମୟରେ ଜlମା ମସଜିଦ ର ମୌଲାନl ମୁଫତି ଅଫତବ୍ ଆଲମ୍ ନମାଜ ପଢ଼ାଇ ଥିଲେ, ଓ ଦ୍ୱିତୀୟ ଥର ମୋଲାନା ଅବଦୁଲ ୱାହିଦ୍ ନମାଜ ପଢ଼ାଇ ଥିଲେ, ନମାଜ ପରେ ସମସ୍ତେ ପରସ୍ପର କୁ ଇଦ୍ ଶୁଭେଚ୍ଛା ବାର୍ତ୍ତା ଦେଇ ଥିଲେ। ଇଦ୍ ଉଲ୍ ଅଜାହା ଅବସର ରେ ପ୍ରାୟ ଆର୍ଥିକ ସ୍ତର ରେ ସ୍ୱଚ୍ଛଳ ଥିବା ବ୍ୟକ୍ତି ସବୁ ଛେଳି କୁର୍ବାନି ଦିଅନ୍ତି, ଏହା ତ୍ୟାଗ ଓ ବଳିଦାନ ର ପର୍ବ, ନିଜ ଅହଙ୍କାର, ଗର୍ବ ସବୁ ତ୍ୟାଗ କରିବା ଓ ଅଲ୍ଲା ଙ୍କ ଅନୁସାରେ ସ୍ୱଚ୍ଛ, ସରଳ, ନିଃସ୍ଵାର୍ଥପର ଭାବୋରେ ଜୀବନ ବଞ୍ଚିବାର ବାର୍ତ୍ତା ଦିଏ ଏହି ପର୍ବ l ସମସ୍ତେ ମୁସଲିମ ଧର୍ମାବିଲମ୍ବି ଆଜି ନୂତନ ବସ୍ତ୍ର ପରିଧାନ କରନ୍ତି ଓ ସପରିବାର ସହ ମିଶି ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ପୂଜା କରନ୍ତି lଏହି ସମସ୍ତ କାର୍ଯ୍ୟକ୍ରମ କୁ ଜାଫର କଦେରିଆ, ସିରାଜ ଅହମ୍ମଦ , ହବିବୁଲ୍ଲା ଖାଁ, କେ ପି ନାସିର, ତାଜ ଇମ୍ରlନ୍ ସାରିଫ ,ଅବଦୁଲ ଜାହୁର୍, ଖୁଦୁସ, ଅବଦୁଲ ଗନି, ଶୟଦ୍ ସଲମାନ୍ ଓ ଅନ୍ୟ ମାନେ ସହଯୋଗ କରିଥିଲେ !

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସରକାରୀ (ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

masiha

ରଞ୍ଜୁଲତା ପାଢୀଙ୍କୁ ମିଳିଲା ପୁରସ୍କାର

Sunil Chandra Nayak

ବସ୍ତା ଅଞ୍ଚଳ ସମାଚାର

masiha

Leave a Comment

error: Content is protected !!