ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବ ନିଯୁକ୍ତି ପ୍ରାଥମିକ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ନେଇ ତାଲିମ୍ “ପ୍ରେରଣା ” କାର୍ଯ୍ୟକ୍ରମ

ନବ ନିଯୁକ୍ତି ପ୍ରାଥମିକ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ନେଇ ତାଲିମ୍ “ପ୍ରେରଣା ” କାର୍ଯ୍ୟକ୍ରମ

ଡାବୁଗାଁ, ୮/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ସଦର ମହକୁମା ସ୍ଥିତ ବ୍ଳକ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ନବ ନିଯୁକ୍ତ ପ୍ରାଥମିକ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ନେଇ ତାଲିମ୍ “ପ୍ରେରଣା ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଚାଲିଛି l ଉକ୍ତ ତାଲିମ ତା ୫.୩.୨୦୨୫ ରୁ ଆରମ୍ଭ ହୋଇ ୧୦.୩.୨୦୨୫ ରେ ସମାପନ ହେବ l ଉକ୍ତ ତାଲିମ ରେ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ରୁ ଆସିଥିବା ୪୮ ଜଣ ନବ ନିଯୁକ୍ତି ଶିକ୍ଷୟତ୍ରୀ ଶିକ୍ଷକ ତାଲିମ ନେଉଛନ୍ତି l ତାଲିମ ଦାତା ଭାବେ ଶିକ୍ଷୟତ୍ରୀ ଅନିତା ବେହେରା, ଶୁଭସ୍ମିତା ପାଢୀ ଓ ଶିକ୍ଷକ କମଳାକାନ୍ତ ସାହୁ, ହରେକୃଷ୍ଣ ବାଡତ୍ୟା ପ୍ରମୁଖ ତାଲିମ ଦେଉଛନତି | ଏଥିରେ ସହଯୋଗୀ ଅନୁଦାନ, ବିଦ୍ୟାଳୟ ଯୋଜନା ପ୍ରସ୍ତୁତି, କ୍ରିୟାତ୍ମକ ଗବେଷଣା, ବହୁ ଶ୍ରେଣୀ ଶିକ୍ଷାଦାନର ପରିଚାଳନା ଓ ବାର୍ଷିକ, ମାସିକ, ଦୈନିକ ପାଠ୍ୟ ଟୀକା ପ୍ରସ୍ତୁତି ଉପରେ ତାଲିମ ଦିଆଯାଉଛି l ଏପରି ତାଲିମ ଦ୍ଵାରା ନବ ନିଯୁକ୍ତି ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ କାର୍ଯ୍ୟଶୈଳୀ ଉପରେ ଦକ୍ଷତା ନିଶ୍ଚିନ୍ତ ରୂପେ ସାହାଯ୍ୟ କରିବ l ଉକ୍ତ ତାଲିମ କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଚାଲୁ ରହିଛି l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ହିନ୍ଦୋଳକୁ 5T ସଚିବଙ୍କ ଆଗମନ ନେଇ ବିଜେଡିର ପ୍ରସ୍ତୁତି ବୈଠକ 

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

masiha

ରଖିଦେଉ ନାହାନ୍ତି ଖାଦ୍ୟ ସାମଗ୍ରୀ ଗାଁ ମୁହାଁ ମାଙ୍କଡ଼ 

masiha

Leave a Comment

error: Content is protected !!