ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ଥାନା !ଗର୍ଭବତୀ ମହିଳାଙ୍କ ଅପମୃତ୍ୟୁ, ଶଶୁର ଘର ଲୋକେ ଗ୍ରହଣ କଲେନି, ବାପଘର ଲୋକେ ଶ୍ମଶାନ ଘାଟରେ ଶବଦାହ କଲେ

ତିରିଂ ଥାନା !ଗର୍ଭବତୀ ମହିଳାଙ୍କ ଅପମୃତ୍ୟୁ, ଶଶୁର ଘର ଲୋକେ ଗ୍ରହଣ କଲେନି, ବାପଘର ଲୋକେ ଶ୍ମଶାନ ଘାଟରେ ଶବଦାହ କଲେ

 ମୟୂରଭଂଜ – ୧୫/୦୮ — ମୟୂରଭଂଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ଝରାଡିହି ଫାଣ୍ଡି ଅଂଚଳର ଜନୈକ ବିବାହିତା ମହିଳା ବିଷ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଝରାଡିହି ଫାଣ୍ଡି ଅଂଚଳର ସୁରଦା- ଯଶିପୁର ପଞ୍ଚାୟତର ବାଙ୍ଗି ଵାସ୍କେ (୧୯) ଝରାଡିହି ଅଂଚଳର ରଙ୍ଗାମାଟିଆ ଗ୍ରାମର କୁଆଁର ହାଁସଦା ଙ୍କୁ ବିବାହ କରାଇଥିଲେ ।ସେ ଦେଢ଼ ମାସର ଗର୍ଭବତୀ ଥିଲେ ।କୌଣସି ନା କୌଣସି କାରଣରୁ ପାରିବାରିକ ମନୋମାଳିନ୍ଯ ଯୋଗୁଁ ମହିଳା ଜଣକ ମାନସିକ ଭାରସାମ୍ୟ ହରାଇ ବୁଧବାର ଦିନ ସଂନ୍ଧ୍ଯାରେ ବିଷ ଖାଇ ଦେଇଥିଲେ ।ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସପିଟାଲକୁ ଅଣା ଯାଇଥିଲା ।ଗୁରୁବାର ଦାନ‌ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା । ଝରାଡିହି ପୋଲିସ ଏକ ଅପମୃତ୍ୟୁ ମାମଲା ୧୯/୨୫ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲେ । ଆଜି ଶୁକ୍ରବାର ଦିନ ଶବଟିକୁ ଝିଅର ମା’ ତାଙ୍କ ଜୋଇଁ ଘରକୁ ନେଇ ଯାଇଥିଲେ ।କିନ୍ତୁ ଜୋଇଁ ଘର ଲୋକେ ବିଭିନ୍ନ କାରଣ ଦେଖାଇ ଶବଟିକୁ ଗ୍ରହଣ କଲେନାହିଁ ।ଫଳରେ ବାଧ୍ୟ ହୋଇ ଝିଅର ମା’ ଶବଟିକୁ ରାଇରଙ୍ଗପୁର ଶ୍ମଶାନ ଘାଟରେ ସଂନ୍ଧ୍ଯାରେ ଦାହ କରିଥିଲେ ।

ମୟୂରଭଂଜର ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

 

Related posts

ପାପଡ଼ାହାଣ୍ଡି ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l

Sunil Chandra Nayak

ଭୁଆସୁଣୀ ପାହାଡ଼ରେ ବିସ୍ଫୋରଣ କରି କଳା ମୁଗୁନି ପଥର ଲୁଟ,ଜିଲ୍ଲା ପ୍ରଶାସନ,ପୋଲିସ ପ୍ରଶାସନ ନୀରବ

ରାୟଗଡ ଜିଲ୍ଲା ସ୍ତରୀୟ ୭୮ତମ ସ୍ବାଧୀନତା ଦିବସ ପାଳିତ  “ଅସ୍ମିତା ଏକ ଜାତିର ସ୍ୱାଭିମାନର ଆତ୍ମ ପରିଚୟ” -ମାନ୍ୟବର ମନ୍ତ୍ରୀ 

masiha

Leave a Comment

error: Content is protected !!