ଶତାୟୁ,ପିଏମ୍ ଶ୍ରୀ ବି.ବି. ହାଇସ୍କୁଲ,ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ପାଳିତ
ଢେଙ୍କାନାଳ:ତା.୧୫.୦୮.୨୦୨୫ରିଖ : ଦିବା ଘ.୦୭.୩୦ ମିନିଟ ସମୟରେ ସ୍ଥାନୀୟ ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମନୋଜ ରଞ୍ଜନ ଦଳେଇ,ଓଡ଼ିଶା ଶିକ୍ଷା ସେବା ପ୍ରଥମ(ବରିଷ୍ଠ)ଙ୍କ ମାର୍ଗଦର୍ଶନରେ ତାଙ୍କର ଅସୁସ୍ଥତା ଜନିତ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ସୁନୀତାବାଳା ଷଡ଼ଙ୍ଗୀ ମୁଖ୍ଯଅତିଥି ଭାବରେ ଯୋଗଦାନ କରି ବିଦ୍ୟାଳୟସ୍ତରୀୟ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ୍ ରେ ଅଂଶଗ୍ରହକାରୀ ଚାରି ଗୋଟି ସମର ଶିକ୍ଷାର୍ଥୀ,ଦୁଇଗୋଟି ସିଭିଲିଆନ୍ ଓ ଗୋଟିଏ ବ୍ୟାଣ୍ଡ ପାର୍ଟି ଦଳର ଅଭିବାଦନ ଗ୍ରହଣ କରିଥିଲେ।ଆଜିର ସମ୍ମାନିତ ଅତିଥି ତଥା ବିଚାରକ ଭାବରେ ପ୍ରାକ୍ତନ ବରିଷ୍ଠ ଶିକ୍ଷକ ତଥା ପ୍ରାକ୍ତନ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର,ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ୍ ଅଫିସର ଧ୍ୟାନଚାନ୍ଦ ମିଶ୍ର ଯୋଗଦାନ କରିଥିଲେ।ମୁଖ୍ୟ ଅତିଥି ସ୍ଵୀୟ ଅଭିଭାଷଣରେ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷର ସର୍ବବୃହତ୍ ସମ୍ବିଧାନରେ ପ୍ରଦତ୍ତ ସ୍ୱାଧୀନତା ସ୍ବେଚ୍ଛାଚାରିତା ନୁହେଁ ଓ ଭାରତର କଷ୍ଟଲବ୍ଧ ସ୍ୱାଧୀନତା ପାଇଁ ଯେଉଁ ସେନା ବାହିନୀ ସଦା ସଜାଗ ହୋଇ ଜାଗ୍ରତ ପ୍ରହରୀ ସାଜିଛନ୍ତି,ଯେଉଁ କୃଷକ ବନ୍ଧୁମାନେ ଆମକୁ ଖାଦ୍ୟ ଯୋଗାଇ ବଞ୍ଚାଇ ରଖିଛନ୍ତି,ଯେଉଁମାନେ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରି ମଣିଷ ତିଆରି କାରଖାନାରେ ମଣିଷ ତିଆରି କରୁଛନ୍ତି ଦେଶ ଗଠନରେ ପ୍ରତ୍ୟେକ କ୍ଷେତ୍ରରେ ଯେଉଁମାନେ ପ୍ରମୁଖ ଭୁମିକା ନିର୍ବାହ କରୁଛନ୍ତି ସମସ୍ତଙ୍କୁ ପ୍ରଣାମ ଜଣାଇ ଏହି କଷ୍ଟଲବ୍ଧ ସ୍ୱାଧୀନତା ଓ ସମ୍ବିଧାନକୁ ସୁରକ୍ଷିତ ଓ ଅକ୍ଷୁର୍ଣ୍ଣ ରଖିବାକୁ ସମସ୍ତେ ଚେଷ୍ଟିତ ହେବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ।ସ୍ଵୀୟ ଅଭିଭାଷଣରେ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରର ସର୍ବବୃହତ ସମ୍ବିଧାନକୁ ସମ୍ମାନ ଜଣାଇବା ଓ ଦେଶର କୃଷି,ଶିକ୍ଷା,ସ୍ୱାସ୍ଥ୍ୟ,ଶିଳ୍ପ,ଗମନାଗମନ,ବିଜ୍ଞାନ, ଯୋଗାଯୋଗ,ବୈଷୟିକ ବିଜ୍ଞାନ,ମହାକାଶ ଅଭିଯାନ ଆଦି ସମସ୍ତ କ୍ଷେତ୍ରରେ ଭାରତର ସାମଗ୍ରିକ ସଫଳତା ଭାରତକୁ ବିଶ୍ଵଗୁରୁର ମର୍ଯ୍ୟାଦା ପ୍ରଦାନ କରିପାରିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଓ ଆଜାଦୀର ଅମୃତ ମହୋତ୍ସବ ତଥା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ।ବିଦ୍ୟାଳୟ ସ୍ତରୀୟ ଏହି ପ୍ୟାରେଡ୍ ରେ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ବାଳକ ବିଭାଗ ପ୍ରଥମ ସ୍ଥାନ, ସ୍ଥଳ ବାହିନୀ ବାଳିକା ବିଭାଗ ଦ୍ୱିତୀୟ ସ୍ଥାନ,ଆକାଶ ବାହିନୀ ବାଳକ ବିଭାଗ ଓ ନୌ -ବାହିନୀ ବାଳକ ଓ ବାଳିକା ବିଭାଗ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହିପରି ଚାରି ଗୋଟି ଦଳ ଏହି ବିଦ୍ୟାଳୟସ୍ତରୀୟ ବର୍ଣ୍ଣାଢ଼୍ୟ ପ୍ୟାରେଡ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣକରି ଉଚ୍ଚ ପ୍ରଶଂସିତ ହୋଇ ସେମାନଙ୍କୁ ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ପଣ୍ଡିତ ଡ଼ା.ରୁଦ୍ରନାରାୟଣ ମିଶ୍ର ସ୍ମୃତି ପୁରସ୍କାର ଗୁଡ଼ିକର ରନିଂ ମେମେଣ୍ଟୋ ପ୍ରଦାନ କରାଯିବା ପାଇଁ ବିଚାରକ ମଣ୍ଡଳୀ ଦ୍ୱାରା ସ୍ଥିରୀକୃତ ହୋଇଥିଲା।ସେହିପରି ସପ୍ତମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମୋନାଲିସା ସାହୁଙ୍କୁ ଓ ନବମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରୀ ବିସ୍ମିତା ସାମଲଙ୍କୁ ହୃଷିକେଶ -ମୋତି ସ୍ମାରକୀ ମେଧାବୀ ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ପ୍ରଶଂସା ପତ୍ର ଓ ୫ ଶହ ଟଙ୍କା ଲେଖାଏଁ ଅର୍ଥରାଶି ମୁଖ୍ୟଅତିଥି ପ୍ରଦାନ କରିଥଲେ।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ,ପ୍ରଭାସିନୀ ସାହୁ,ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ,ବିରଞ୍ଚି ନାଏକ, ଆଜିର ସମ୍ମାନିତ ଅତିଥି ତଥା ବିଚାରକ ଭାବରେ ପ୍ରାକ୍ତନ ବରିଷ୍ଠ ଶିକ୍ଷକ ତଥା ପ୍ରାକ୍ତନ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର,ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ୍ ଅଫିସର ଧ୍ୟାନଚାନ୍ଦ ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷକ ତଥା ପ୍ରାକ୍ତନ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ଅଫିସର୍ କିଶୋର ଚନ୍ଦ୍ର ସାମଲ, ବରିଷ୍ଠ ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ, ସୁଜାତା ପଣ୍ଡା,ଜ୍ୟୋତି ରଞ୍ଜନ ନାୟକ,ନଳିନୀ ବେହେରା, ସମର ଶିକ୍ଷାର୍ଥୀ ସ୍ଥଳ ବାଳିକା ବାହିନୀ ସେକେଣ୍ଡ ଅଫିସର୍ ଅନୁପମା ପଣ୍ଡା,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ସଂସ୍କୃତ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ସ୍ଥଳ ବାହିନୀ ବାଳକ ବିଭାଗର ଥାର୍ଡ ଅଫିସର୍ ଦିପ୍ତିଶ କୁମାର ଶତପଥୀ, ସମର ଶିକ୍ଷାର୍ଥୀ ନୌ -ବାହିନୀ ବାଳକ ଓ ବାଳିକା ବିଭାଗ ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ କିରଣମୟୀ ମହାଳିକ,ସମର ଶିକ୍ଷାର୍ଥୀ ଆକାଶ ବାହିନୀ ବାଳକ ବିଭାଗ ଓ ବ୍ୟାଣ୍ଡ ପାର୍ଟି ଦଳ ଦାୟିତ୍ୱରେ ଥିବା କେୟାର୍ ଟେକର୍ ଅଫିସର୍ ତଥା କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,କଲ୍ୟାଣୀ ବଡ଼ଜେନା, ସ୍ମିତା ପଟ୍ଟନାୟକ,ଅନିତା ସାହୁ,ଶୁଭଶ୍ରୀ ଦେବସ୍ମିତା ରାଉତ, ସୁଜିତ କୁମାର ବାରା,କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ ଓ ଅଜିତ୍ କୁମାର ବାରିକ,ଚତୁର୍ଥ ଶ୍ରେଣୀ କର୍ମଚାରୀ ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଯୋଗଦାନ କରି ବର୍ଣ୍ଣାଢ଼୍ୟ ସ୍ଵାଧୀନତା ଦିବସ -୨୦୨୫ ପାଳନ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ। ପ୍ରକାଶଥାଉକି ଏହି ସମସ୍ତ ସମର ଶିକ୍ଷାର୍ଥୀ ବାହିନୀ ୪ ଗୋଟି ଦଳ ୭୯ତମ ଜିଲ୍ଲାସ୍ତରୀୟ ବର୍ଣ୍ଣାଢ଼୍ୟ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବରେ ସକ୍ରିୟ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ସଫଳ ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ।ସମର ଶିକ୍ଷାର୍ଥୀ ସ୍ଥଳ ବାଳକ ବାହିନୀ ଥାର୍ଡ ଅଫିସର ଦିପ୍ତିଶ୍ କୁମାର ଶତପଥିଙ୍କ ସଫଳ ମାର୍ଗଦର୍ଶନରେ ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ବାଳକ ବିଭାଗ ପ୍ରଥମ ସ୍ଥାନ ଅଧିକାର କରି ବୈଜ୍ଞାନିକ ଡ.ଦାଶରଥି ମିଶ୍ର ରନିଂ ସିଲଡ୍ ମୁଖ୍ୟଅତିଥି ମାନ୍ୟବର ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ହସ୍ତରୁ ଗ୍ରହଣ କରିଥିଲେ।ପରିଶେଷରେ ସମର ଶିକ୍ଷାର୍ଥୀ ବାଳିକା ବାହିନୀ ସେକେଣ୍ଡ ଅଫିସର୍ ଅନୁପମା ପଣ୍ଡା ୭୯ତମ ବର୍ଣ୍ଣାଢ଼୍ୟ ସ୍ୱାଧୀନତା ଦିବସ -୨୦୨୫ ଉତ୍ସବର ସଫଳ ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଡା. ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍

