ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀଙ୍କ ଠାରୁ ଧାନ କିଣି ଏପର୍ଯ୍ୟନ୍ତ ସରକାର ଦେଇ ନାହାନ୍ତି ଧାନର ଟଙ୍କା 

ଚାଷୀଙ୍କ ଠାରୁ ଧାନ କିଣି ଏପର୍ଯ୍ୟନ୍ତ ସରକାର ଦେଇ ନାହାନ୍ତି ଧାନର ଟଙ୍କା 

ଚାଷୀମାନଙ୍କୁ ତୁରନ୍ତ ଧାନ ବିକ୍ରୀ ଟଙ୍କା କରନ୍ତୁ ପୈଠ, ଧାନ କିଣା ଦୁର୍ନୀତି ବିରୁଦ୍ଧରେ ନବରଙ୍ଗପୁର ଜିଲ୍ଲା ଚାଷୀ ମହା ସଂଘ ପକ୍ଷରୁ ଧାରଣା ଅହୋରାତ୍ର ଜାରୀ 

ନବରଙ୍ଗପୁର:(ରବିନାରାୟଣମହାନ୍ତି) ନବରଙ୍ଗପୁର ଜିଲ୍ଲା ଚାଷୀ ମହାସଂଘ ତରଫରୁ ଶୁକ୍ରବାର ଭୁବନେଶ୍ବର ସ୍ଥିତ ଲୋୟର ପି ଏମ୍ ଜି ଠାରେ ଅହୋରାତ୍ର ଧାରଣା ଦିଆଯାଇଛି l ଏହି ଧାରଣା ସାତ ଦିନ ଧରି ଚାଲୁ ରହିବ l ଜିଲ୍ଲା ଚାଷିମାନଙ୍କର ଧାନ କିଣାରେ ଦୁର୍ନୀତି ଓ ଚାଷିମାନଙ୍କ ଠାରୁ ଧାନ କିଣି ସରକାର ଏପର୍ଯ୍ୟନ୍ତ ଟଙ୍କା ପୈଠ ନ କରିବା ବିଷୟରେ ଉକ୍ତ ଧାରଣା ଦିଆଯାଇଛି l ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଳକର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଚାଷୀ ଉକ୍ତ ଧାରଣା ରେ ଯୋଗଦାନ କରିଛନ୍ତି l ନବରଙ୍ଗପୁର ସାଂସଦ କ୍ଷେତ୍ର ର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଉକ୍ତ ଧାରଣାରେ ସକ୍ରୀୟ ଭାଗ ନେଇ କହିଲେ ଯେ, ବିଜେପି ସରକାର ଧାନ କିଣା ଦୁର୍ନୀତିରେ ବୁଡ଼ି ରହିଛନ୍ତି ଓ ଚାଷୀ ମାନଙ୍କର ରକ୍ତ ଶୋଷଣ କରୁଛନ୍ତି l ରାଇଘର ବ୍ଳକର ୩୪୪ ଜଣ ଚାଷୀ ମାନଙ୍କର ୧୪୨୫୨.୫୨ କୁଇଣ୍ଟାଲ ଧାନ ମଣ୍ଡିରୁ କ୍ରୟ କରି ତାହାର ଦେୟ ୪ କୋଟି ୪୧ ଲକ୍ଷ ୮୨ ହଜାର ୬୮୬ ଟଙ୍କା ଦୀର୍ଘ ୪ ମାସ ହେବ ଏପର୍ଯ୍ୟନ୍ତ ସରକାର ଚାଷିମାନଙ୍କୁ ଦେଇ ନାହାନ୍ତି l ନିୟମ ରହିଛି ଯେ, ମଣ୍ଡିରୁ ଧାନ କ୍ରୟ କରିବାର ୪୮ ଘଣ୍ଟା ମଧ୍ୟରେ ଚାଷିମାନଙ୍କୁ ତାର ଧାନ ବିକ୍ରୀ କରାଯାଇଥିବା ଟଙ୍କା ଦିଆଯିବା କଥା l କିନ୍ତୁ ଦୁଃଖର କଥା କଣ ପାଇଁ ରାଇଘର ଚାଷିମାନଙ୍କୁ ଭୁଆଁ ବୁଲାଉଛନ୍ତି ,ସେ ନେଉ ଶ୍ରୀ ମାଝୀ ପ୍ରଶ୍ନ ଉଠାଇଛନ୍ତି l ସେ କହିଛନ୍ତି,ରାଇଘର ଚାଷୀମାନଙ୍କ ଟଙ୍କା ହଡପ ହୋଇ ଯାଇନି ତ ? ଚାଷୀମାନେ ଧାର କରଜ ସୁଧ ଟଙ୍କା ଲଗାଇ ଚାଷ କରି ମାସକୁ ମାସ ସୁଧ ଗଣୁଛନ୍ତି,ହେଲେ ଚାଷୀମାନଙ୍କର ଧାନ ବିକ୍ରୀ ଟଙ୍କା ସରକାରଙ୍କ ପାଖରେ ପଡି ରହିଛି l ଯାହା ଫଳରେ ଚାଷୀ ମାନେ ଟଙ୍କା ର ସୁଧ ପରିଶୋଧ କରିବାକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉ ଥିବା ଦେଖିବାକୁ ମିଳୁଛି l ଚାଷୀମାନେ କିପରି ପରିବାର ପ୍ରତିପୋଷଣ କରିବେ ସେମାନଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି l ସୁତରାଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀ ହୋଇ ମଧ୍ୟ ଆଦିବାସୀ ଚାଷିମାନଙ୍କୁ ହଇରାଣ ହରକତ କରିବା ସହ ଶୋଷଣ କରୁଛନ୍ତି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି l ଚାଷିମାନଙ୍କ ଧାନ ବିକ୍ରୀ ଟଙ୍କା ତୁରନ୍ତ ସୁଧ ସହ ଫେରାଇବା ପାଇଁ ମହା ସଂଘ ତରଫରୁ ଦୃଢ଼ ଦାବୀ କରାଯାଇଛି l ଉକ୍ତ ଧାରଣାରେ ୪ ଗୋଟି ଦାବୀ ଉପସ୍ଥାପନ କରାଯାଇଥିବା ବେଳେ ଅନ୍ୟ ୩ ଗୋଟି ପ୍ରସଙ୍ଗ ହେଲା ସରକାର ଦାବୀ କରୁଛନ୍ତି ନବରଙ୍ଗପୁର ଜିଲ୍ଲାରୁ ୨୬ ଲକ୍ଷ କୁଇଣ୍ଟାଲ ଧାନ କିଣା ଯାଇଛି l ମାତ୍ର ୨୬ କୁଇଣ୍ଟାଲ ଧାନ ରଖିବା ପାଇଁ ନବରଙ୍ଗପୁର ଜିଲ୍ଲାରେ ଗୋଦାମର ବ୍ୟବସ୍ଥା ନାହିଁ l ତେଣୁ ନିଶ୍ଚିନ୍ତ ଭାବରେ ଜାଲ କାଗଜପତ୍ର ଜରିଆରେ ପଞ୍ଜୀକୃତ କରାଯାଇଛି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି l ଏଥିରେ ସାତ କୁଇଣ୍ଟାଲ ଧାନ ଜାଲ କାଗଜପତ୍ର ଜରିଆରେ ମିଥ୍ୟା ହିସାବ ଦେଖାଇଛନ୍ତି l ମିଲର୍ସ, ଲ୍ୟାମ୍ପ ସରକାରଙ୍କ ମଧୁ ଚନ୍ଦ୍ରିକାରେ ଏପରି ହୋଇଛି ଓ ଚାଷୀମାନଙ୍କୁ ଠକିବା ପାଇଁ ଏହା ଏକ ସୁଚିନ୍ତିତ ଯୋଜନା l ତୁରନ୍ତ ଉକ୍ତ ଘଟଣାର ସରଜମୀନ ତଦନ୍ତ କରିବା ପାଇଁ ଚାଷୀ ମହାସଂଘ ଦୃଢ଼ ଦାବୀ କରିଛି l ତୃତୀୟରେ ଏହି ଧାନ କ୍ରୟ ବ୍ୟବସ୍ଥାରେ ଜିଲ୍ଲାର ସରକାରୀ ପଦାଧିକାରୀ ଯଥା ସି ଏସ୍ ଓ, ଏ ସି ଏସ୍ ଓ, ମାର୍କେଟ ଇନିସପେକ୍ଟର ଏବଂ ଧାନ ଅମଳ କମିଟି ର ଅଧକ୍ଷ ନିଜେ ଜିଲ୍ଲାପାଳ ଥାଆନ୍ତି l ତେଣୁ ଏହି ସମସ୍ତ ଦୁର୍ନୀତି ଏହି କମିଟି ଦ୍ଵାରା ହୋଇଛି l ତେଣୁ ସମ୍ପୃକ୍ତ ଥିବା ଏମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମାଝୀ ଦାବୀ କରିଛନ୍ତି l କୋଅପରେଟିଭ ସଂସ୍ଥା ସୂଚନା ଅଧିକାର ଆଇନର ଅନ୍ତର୍ଭୁକ୍ତ ନୂହେଁ l ତେଣୂ ଏଥିରେ ହୋଇଥିବା ଦୁର୍ନୀତି କୁ ସହଜରେ ଜାଣିବାର ସୁଯୋଗ ନାହିଁ l ସୁତରାଂ ତୁରନ୍ତ ଏହାକୁ ସୂଚନା ଅଧିକାର ଆଇନରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ଚାଷୀ ମହାସଂଘ ଦାବୀ କରିଛି l ଉକ୍ତ ଧାରଣାରେ ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ରବି ନନ୍ଦ, ପୂର୍ବତନ ବିଧାୟକ ରଘୁରାମ ପୋଡ଼ାଲ,ପ୍ରୀତମ ପାଢୀ, ପ୍ରଭୁ ଜାନି, କେ ସି ସି ବ୍ୟାଙ୍କ ଅଧ୍ୟକ୍ଷ ଇଶ୍ଵର ପାଣିଗ୍ରାହୀ,ରାଇଘର ବ୍ଳକ ଅଧକ୍ଷ ଗୁପ୍ତ ଝାଙ୍କର ଓ ଜିଲ୍ଲା ପରିଷଦ ସଦସ୍ୟ ଯତୀନ ଗଣ୍ଡ ପ୍ରମୂଖ ଯୋଗଦେଇ ଜିଲ୍ଲାରେ ଚାଷୀମାନଙ୍କୁ ହେଉଥିବା ଶୋଷଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ନବରଙ୍ଗପୁର ଜିଲ୍ଲାର ଦୁଇ ହେବିୱେଟ ଟାଣୁଆ ନେତାଙ୍କ ଯୋଗଦାନରେ ଧାରଣା ତୀବ୍ରତର ହୋଇ ଉଠିଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ଉଦଘାଟିତ ,ମଞ୍ଚସ୍ଥ ହେଲା ବାରିପଦାର ନାଟକ “ନିସ୍ତବ୍ଧ ସାହାନାଇ”

Sunil Chandra Nayak

ରାୟଗଡ ଜିଲ୍ଲାପାଳଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

Sunil Chandra Nayak

ଆରଏମସି କମିଶନରଙ୍କ ବନ୍ଧମୁଣ୍ଡା ଅଞ୍ଚଳ ପରିଦର୍ଶନ : ନାଗରିକଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ

Sunil Chandra Nayak

Leave a Comment

error: Content is protected !!