ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନ୍ତାଳୀ ଭାଷା ଅଲିଚିକ ପରୀକ୍ଷା

ସାନ୍ତାଳୀ ଭାଷା ଅଲିଚିକ ପରୀକ୍ଷା

କାମାକ୍ଷାନଗର (ମନିସ)9/6/25 — ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ତାରିଣୀପସି ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଗଠନ (ଆସେକା )ବୋର୍ଡ ରାଇରଙ୍ଗପୁର ଚଳିତ ଶିକ୍ଷାବର୍ଷ ପାଇଁ ବାର୍ଷିକ ସାହିତ୍ୟ ପରୀକ୍ଷା ମାଧ୍ୟମରେ ମୋଟ ଚାରି ଗୋଟି ବର୍ଗରେ ମୋଟ ୭୫ ଜଣ ଛାତ୍ରଛାତ୍ରୀ ପରିକ୍ଷର୍ଥୀ ସାନ୍ତାଳୀ ମାତୃଭାଷା ଅଲଚିକି ଲିପିରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।ସେଠି ମଧ୍ୟରୁ ପ୍ରାଥମିକ ବର୍ଗରେ କୋଡିଏ ଜଣ,ଉଚ୍ଚ ପ୍ରାଥମିକ ରେ ୩୫ ଜଣ, ମଧ୍ୟମିକରେ ୧0ଜଣ,ଉଚା ମଧ୍ୟମିକରେ ୧0ଜଣ ଛାତ୍ରଛାତ୍ରୀ ଥିଲେ।ପରୀକ୍ଷା ସକାଳ ୭ ଘଣ୍ଟା ରୁ ଆରମ୍ଭ ହୋଇ ୯ ଘଣ୍ଟ ୩0 ମିନିଟ ପରୀକ୍ଷା ଚାଲୁରହିଥିଲା।ଦ୍ବିତୀୟ ପର୍ଯ୍ୟାୟରେ୧୧ ଘଣ୍ଟା ରେ ଆରମ୍ଭ ହୋଇ ଅପରାହ୍ନ ୧ ଘଣ୍ଟା ୩0 ମିନିଟ ରେଶେଷ ହୋଇଥିଲା।ପରୀକ୍ଷା ସମୟରେ ପରୀକ୍ଷାର୍ଥୀ ନିଜ ପାରମ୍ପରିକ ପୋଷାକ ପରିଧାନ କରିଥିଲେ।ଅଲଚିକ ଲିପି ପ୍ରତିଷ୍ଠାତା ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ପଟୋଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ।ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଭାରତ ଯାକତ ମଝି ପରଗାନ ମହଲ ଢେଙ୍କାନାଳ ର ଜିଲ୍ଲା ପରଗାନ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି ପରୀକ୍ଷା ପରିଚାଳନା ରେ ଜାହେର ଆୟ ଅଲ ଇତୁନ ଆଶାଳା ଭାଲୁଟାଙ୍ଗର ର ମାରାଙ୍ଗ ମାଚେତ ସହଦେଵ ଟୁଡୁ ,ପାଣ୍ଡୁ ମୁର୍ମୁ, ଦେବରାଜ ବେଶ୍ରା ଉପସ୍ଥିତ ଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶୋଚନୀୟ ଅବସ୍ଥାରେ ସୁରୁପି ଠାରୁ ଲୋହାରି ଗଡ଼ା ରାସ୍ତା !!!

Sunil Chandra Nayak

ଵଣକାଟି ଗାଁ ହାଟ ପଡିଆରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

Sunil Chandra Nayak

କେନାଲ ପାଣି ରେ ଭାସି ଗଲେ ବ୍ୟକ୍ତି , ୧୫ ଘଣ୍ଟା ପରେ ଶବ ଉଦ୍ଧାର 

Sunil Chandra Nayak

Leave a Comment

error: Content is protected !!