ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ତେରେସିଂହାର ମା’ ଜଗତ ଜନନୀ ମହିଳା ଗୋଷ୍ଠୀ ପ୍ରଥମ

ବ୍ଲକ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ତେରେସିଂହାର ମା’ ଜଗତ ଜନନୀ ମହିଳା ଗୋଷ୍ଠୀ ପ୍ରଥମ

କର୍ଲାମୁଣ୍ଡା/ମସୀହା/(ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ପରିସରରେ ସୋମବାର ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ତେରେସିଂହା ମା’ ଜଗତ ଜନନୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଥମ ଏବଂ ଟେର୍ଚାପଲା ମା’ ଲଷ୍ମୀ ନାରାୟଣୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱିତୀୟ ସ୍ଥାନ ରଖି ଜିଲା ପ୍ରତିଯୋଗିତାରେ ସାମିଲ ହେବା ପାଇଁ ମନୋନୀତ ହୋଇଛନ୍ତି l ପ୍ରଥମ ବିଜୟୀ ଦଳକୁ ୫ ହଜାର ଏବଂ ଦ୍ୱିତୀୟ ଦଳକୁ ୪ ହଜାର ଟଙ୍କା ପୁରସ୍କାର ବାବଦକୁ ପ୍ରଦାନ କରାଯାଇ ଥିବା ବେଳେ ବ୍ଲକସ୍ତରରେ କୃତିତ୍ୱ ପାଇଥିବା ୨ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଟ୍ରଫି ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମରେ ମୋଟ ୧୪ ସ୍ବୟଂ ସହାୟକ ଗୋଷ୍ଠିର ଶତାଧିକ ସଭ୍ୟ ଭାଗ ନେଇଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଦେବେନ୍ଦ୍ର ସାମଲ, ସମ୍ମାନିତ ଅତିଥି ଭାବେ ତହସିଲଦାର ବିରୂପାକ୍ଷ ନନ୍ଦ, ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଚାନିଧି ପଣ୍ଡା, ଏପିଓ ଲିଜା ବରିହା ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସିଡିପିଓ କଳ୍ପଲତା ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ l କାର୍ଯ୍ୟକ୍ରମରେ ଓଡ଼ିଶା ଜୀବନ ଜୀବିକା ମିଶନ ବ୍ଲକ କାର୍ଯ୍ୟକ୍ରମ ସଂଯୋଜିକା ସରୋଜିନୀ ପ୍ରଧାନ, ମିଶନ ଶକ୍ତି ଭାରପ୍ରାପ୍ତ ବିପିସି ନେତ୍ରା ନନ୍ଦ ତାଣ୍ଡି, ଓଏଲଏମ୍‌ ବିଏଲ୍‌ସି ଲଳିତ ମୋହନ ବିଶି, ଡମ୍ବରୁଧର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଅଣ୍ଡରଗ୍ରାଉଣ୍ଡୱେ ନିର୍ମାଣ ଦାବିରେ ଗୋଲାମୁଣ୍ଡାରେ ଗଣଧାରଣା ତିନୋଟି ପ୍ରମୁଖ ସ୍ଥାନରେ ଅଣ୍ଡରଗ୍ରାଉଣ୍ଡ ୱେ ନିର୍ମାଣ ପାଇଁ ଦାବି,

Sunil Chandra Nayak

ଧର୍ମଗଡ ଏନ୍ଏସି ପକ୍ଷରୁ ଜନ ଭାଗିଦାରୀ ଅଭିଯାନ “ଧର୍ମଗଡ ୱାକାଥନ୍” କାର୍ଯକ୍ରମ

masiha

ଟ୍ରକ୍ ଓ ବାଇକ୍ ମୁହାଁମୁହିଁ, ଉଭୟ ଚାଳକ ସୁରକ୍ଷିତ 

Sunil Chandra Nayak

Leave a Comment

error: Content is protected !!