ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ତେରେସିଂହାର ମା’ ଜଗତ ଜନନୀ ମହିଳା ଗୋଷ୍ଠୀ ପ୍ରଥମ

ବ୍ଲକ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ତେରେସିଂହାର ମା’ ଜଗତ ଜନନୀ ମହିଳା ଗୋଷ୍ଠୀ ପ୍ରଥମ

କର୍ଲାମୁଣ୍ଡା/ମସୀହା/(ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ପରିସରରେ ସୋମବାର ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ତେରେସିଂହା ମା’ ଜଗତ ଜନନୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଥମ ଏବଂ ଟେର୍ଚାପଲା ମା’ ଲଷ୍ମୀ ନାରାୟଣୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱିତୀୟ ସ୍ଥାନ ରଖି ଜିଲା ପ୍ରତିଯୋଗିତାରେ ସାମିଲ ହେବା ପାଇଁ ମନୋନୀତ ହୋଇଛନ୍ତି l ପ୍ରଥମ ବିଜୟୀ ଦଳକୁ ୫ ହଜାର ଏବଂ ଦ୍ୱିତୀୟ ଦଳକୁ ୪ ହଜାର ଟଙ୍କା ପୁରସ୍କାର ବାବଦକୁ ପ୍ରଦାନ କରାଯାଇ ଥିବା ବେଳେ ବ୍ଲକସ୍ତରରେ କୃତିତ୍ୱ ପାଇଥିବା ୨ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଟ୍ରଫି ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମରେ ମୋଟ ୧୪ ସ୍ବୟଂ ସହାୟକ ଗୋଷ୍ଠିର ଶତାଧିକ ସଭ୍ୟ ଭାଗ ନେଇଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଦେବେନ୍ଦ୍ର ସାମଲ, ସମ୍ମାନିତ ଅତିଥି ଭାବେ ତହସିଲଦାର ବିରୂପାକ୍ଷ ନନ୍ଦ, ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଚାନିଧି ପଣ୍ଡା, ଏପିଓ ଲିଜା ବରିହା ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସିଡିପିଓ କଳ୍ପଲତା ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ l କାର୍ଯ୍ୟକ୍ରମରେ ଓଡ଼ିଶା ଜୀବନ ଜୀବିକା ମିଶନ ବ୍ଲକ କାର୍ଯ୍ୟକ୍ରମ ସଂଯୋଜିକା ସରୋଜିନୀ ପ୍ରଧାନ, ମିଶନ ଶକ୍ତି ଭାରପ୍ରାପ୍ତ ବିପିସି ନେତ୍ରା ନନ୍ଦ ତାଣ୍ଡି, ଓଏଲଏମ୍‌ ବିଏଲ୍‌ସି ଲଳିତ ମୋହନ ବିଶି, ଡମ୍ବରୁଧର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କୁନ୍ତେଶୁ ରୁ ରାମଜୀପୁଟ ଗ୍ରାମକୁ ରାସ୍ତା ନିର୍ମାଣ ହେଉ ନ ଥିବାରୁ ଗ୍ରାମବାସୀ ଙ୍କ ତୀବ୍ର ବିରୋଧ

Sunil Chandra Nayak

ଜୟଦେବ କଳାବିକାଶ କେନ୍ଦ୍ରର ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ

ତେଣ୍ଡରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!