ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

ସୁନ୍ଦରଗଡ:- ୨୧/୧୧/୨୫: ସୁନ୍ଦରଗଡ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଆଜି ସ୍ଥାନୀୟ ବିକାଶ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା ଏହି ବୈଠକରେ ମାନ୍ୟବର ଉପ – ବାଚସ୍ପତି, ଓଡ଼ିଶା ବିଧାନସଭା ତଥା ମାନ୍ୟବର ବିଧାୟକ ତଳସରା, ଶ୍ରୀ ଭବାନୀ ଶଙ୍କର ଭୋଇ,ମାନ୍ୟବର ସଦର ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ , ମାନ୍ୟବର ରାଜଗାଙ୍ଗପୁର ବିଧାୟକ ଡ଼।. ସି.ଏସ. ରାଜେନ ଏକ୍କା, ମାନ୍ୟବର ବିଧାୟକ, ବଣାଇ ଶ୍ରୀ ଲକ୍ଷ୍ମଣ ମୁଣ୍ଡା ଯୋଗ ଦେଇ ଜିଲ୍ଲାର ଖରିଫ ଧାନ ସଂଗ୍ରହ ପ୍ରକିୟା ଉପରେ ଆଲୋଚନା କରିଥିଲେ। 

ଏହି ଅବସରରେ ଅତିଥିମାନେ କିଭଳି ଜିଲ୍ଲାରେ ସୁରୁଖୁରୁ ରେ ଧାନ ସଂଗ୍ରହ ହୋଇପାରିବ ଏବଂ ଚାଷୀ ମାନେ କିଭଳି ବିନା ଅସୁବିଧାରେ ନିଜ ର ଧାନ ବିକ୍ରୟ କରି ପାରିବେ ତାହା ଉପରେ ଗୁରୁତ୍ଵାରୋପ କରିଥିଲେ ଏବଂ ଏହି ପ୍ରକିୟା ରେ ଚାଷୀ, ମିଲର୍ସ୍ ତଥା ଅଧିକାରୀ ମାନଙ୍କ ଆପୋଷ ବୁଝାମଣା ତଥା ସହଯୋଗ ଆବଶ୍ୟକ ବୋଲି କହିଥିଲେ। ସେହିଭଳି ଚାଷୀ ମାନଙ୍କର ସମସ୍ତ ସମସ୍ୟା ଗୁଡ଼ିକର ଦୂରୀକରଣ ଉପରେ ମଧ୍ୟ ଗୁରୁତ୍ଵାରୋପ କରିଥିଲେ।

      ଜିଲ୍ଲାରେ ଖରିଫ ଧାନ ସଂଗ୍ରହ,ଚାଷୀମାନଙ୍କୁ ସବନିମ୍ନ ସହାୟକ ମୂଲ୍ୟ ଯୋଗାଇ ଦେବା, ତ୍ରୁଟି ବିହୀନ ଧାନ ସଂଗ୍ରହ ପ୍ରକ୍ରିୟା ଆଦି ଲକ୍ଷ୍ୟ ନେଇ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ନିମନ୍ତେ ତାରିଖ ଧାର୍ଯ୍ୟ କରାଯାଇଅଛି। ବୈଠକ ରେ ବଣାଇ ଉପଖଣ୍ଡ ଅଞ୍ଚଳରେ ଡିସେମ୍ବର ମାସ ୧୫ ତାରିଖ ଏବଂ ସୁନ୍ଦରଗଡ଼ ଓ ପାନପୋଷ ଉପଖଣ୍ଡରେ ଧାନ ସଂଗ୍ରହ ନିମନ୍ତେ ଡିସେମ୍ବର ୨୦ ତାରିଖ କୁ ଧାର୍ଯ୍ୟ କରାଯାଇଅଛି। ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାରେ ୧୩୩ ଗୋଟି ଧାନ ସଂଗ୍ରହ କେନ୍ଦ୍ର ଖୋଲାଯିବାର ଲକ୍ଷ୍ୟ ରଖା ଯାଇଛି, ଯେଉଁଥିରେ କି ୬ ଗୋଟି ସ୍ୱୟଂ ସହାୟକ ମହିଳା ଗୋଷ୍ଠି, ୪୭ ଟି ଲାମ୍ପସ ଭାଗ ନେବେ । ସେହିଭଳି ଏଥର ନୂତନ ଭାବେ ୨୫ ଗୋଟି ଲାମ୍ପସ ଏହି ଧାନ ସଂଗ୍ରହ ପ୍ରକ୍ରିୟା ରେ ଭାଗ ନେବେ। ସେହିଭଳି ମଣ୍ଡି ଗୁଡ଼ିକର ସୁପରିଚାଳନା ନିମନ୍ତେ ମଧ୍ୟ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି, ଯେପରିକି – ଧାନ ର ଅନୈତିକ କାରବାର ବା ଚୋରା ଚାଲାଣ ରୋକିବା ନିମନ୍ତେ ସି ସି ଟି ଭି ବ୍ୟବସ୍ଥା , ମଣ୍ଡି ମାନଙ୍କରେ ଛାୟା ବ୍ୟବସ୍ଥା, ପାନୀୟ ଜଳ , ଶୌଚାଳୟ ବ୍ୟବସ୍ଥା ଆଦି ମଧ୍ୟ ରହିବ। ଏହାର ସୁପରିଚାଳନା ନିମନ୍ତେ ଜିଲ୍ଲା ରେ ସ୍ଵତନ୍ତ୍ର କଣ୍ଟ୍ରୋଲ ରୁମ୍, ଟୋଲ ଫ୍ରି ନମ୍ବର ୧୮୦୦୪୩୫୭୪୬୧ ଏବଂ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ର ଟୋଲ ଫ୍ରି ନମ୍ବର ୦୬୬୨୨୩୧୩୫୪୩ ରହିଛି। 

     ଚଳିତ ବର୍ଷ ପଂଜୀକୃତ ହୋଇଥିବା ୬୧୯୭୭ ଜଣ ଚାଷୀଙ୍କ ଠାରୁ ପ୍ରଥମ ପର୍ଯ୍ୟାୟ ରେ ୧୪୬୧୦୦ ମେଟ୍ରିକ୍ ଟନ ଧାନ କିଣାଯିବାର ଲକ୍ଷ୍ୟ ରହିଛି। ଆଜିର ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ କୁମାର ପଟ୍ଟନାୟକ, ସଦର ଉପଜିଲ୍ଲାପାଳ ସୁଶ୍ରୀ ତେଜସ୍ଵିନୀ ବେହେରା, ପାନପୋଷ ଉପ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ନାୟକ, ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ଅଜୟ କୁମାର ରଥ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ସାହୁ, ଡି ଆର୍ ସି ଏସ ଶ୍ରୀମତୀ ରଶ୍ମିଲତା ବେହେରା , ଅତିରିକ୍ତ ଯୋଗାଣ ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ବହୁ ସଂଖ୍ୟା ରେ ଚାଷୀ ଏବଂ ମିଲର୍ସ୍ ମାନେ ଯୋଗ ଦେଇ ବୈଠକ ରେ ଧାନ ସଂଗ୍ରହ କିଭଳି ସୁରୁଖୁରୁ ରେ ହୋଇପାରିବ ସେଥି ନିମନ୍ତେ ନିଜ ନିଜର ମତାମତ ରଖିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଲିଗୁଡାରେ ଗୁରୁ ଦିବସ ପାଳିତ 

masiha

ଅବକ୍ଷୟମୁଖୀ ଇନ୍ଦ୍ରାବତୀ ହାତୀ ବ୍ୟାରେଜ, ହ୍ରାସ ପାଉଛି ଜଳ ଧାରଣ କ୍ଷମତା

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେ ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!