ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣପତି ଶିଶୁ ବିଦ୍ୟା ମନ୍ଦିର ବମ୍ବୁରିର ଦଶମ ବାର୍ଷିକ ଉତ୍ସବ

କଟକ : କଟକ ସଦର ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ବମ୍ବୁରି ଗ୍ରାମରେ ଥିବା ଗଣପତି ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଉଦ୍ଘାଟକ ଭାବେ ବିଦ୍ୟା ବିକାଶ ସମିତି ଓଡିଶାର ସମ୍ପାଦକ ଯୋଗେନ୍ଦ୍ର ନାଥ ବସ୍ତିଆ,ମୁଖ୍ୟ ଅଥିତି ବିଜ୍ଞାନୀ ଗୁରୁ ଶ୍ରୀ ସନ୍ଥ,ମୁଖ୍ୟ ବକ୍ତା ବିଦ୍ୟା ବିକାଶ ସମିତି ଓଡିଶା ସଭାପତି ଡ. ରମେଶ ଚନ୍ଦ୍ର ଦାସ,ସମ୍ମାନିତ ଅତିଥି ଶିକ୍ଷାବିତ୍ ପ୍ରଭାତ ତ୍ରିପାଠୀ,ଜିଲ୍ଲା ପରିଷଦ ସଦସ୍ୟ ୫ନ ଜୋନ ପ୍ରଦୀପ୍ତ ମହାଳି,ସରପଞ୍ଚ ସୁଭାଷିନୀ ରାଉତ,ବିଦ୍ୟା ବିକାଶ ସମିତି ଉପ ସଭାପତି ସୁରେଶ ଚନ୍ଦ୍ର ପଣ୍ଡା ଏବଂ ସାଇ ଜ୍ୟୋତି ଜ୍ଞାନ ମନ୍ଦିରର ସମ୍ପାଦକ ମାନସ କର ଯୋଗଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଉମାକାନ୍ତ ଭୁୟାଁ ସଭାପତିତ୍ବ କରିଥିଲେ ,ବିଦ୍ୟାଳୟର ପ୍ରଧାନ ଗୁରୁମା ଅତିଥି ପରିଚୟ ପ୍ରଦାନ କରିଥିଲେ,ବାଗଦେବି ସାହୁ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ପ୍ରତିଯୋଗିତାର ବିଚାରକ ଭାବରେ ସର୍ବଶ୍ରି ନିରଞ୍ଜନ ପରିଡା,ଅଭୟ କୁମାର ମହାପାତ୍ର,ତ୍ରିଲୋଚନ ଭୁୟିଆଁ ,ଦୁର୍ଗା ପ୍ରସାଦ ପରିଡା,ଭିକାରୀ ଚରଣ ବେହେରା ଯୋଗଦାନ କରିବା ସହିତ ବିଦ୍ୟାଳୟର ସର୍ବଶ୍ରେଷ୍ଠ କୃତି ଛାତ୍ରୀ ଅନ୍ୱେଷା ଜେନା ଓ ପ୍ରିୟାନ୍ସି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଗୁରୁଜୀ ବିଜୟ ଭୂଷଣ ପରିଡା,ଗୁରୂମା ସୋନାଲି ପରିଡା,ମଧୁସ୍ମିତା ବେହେରା,ମଧୁସ୍ମିତା ସାହୁ,ନେହା ନାଜ୍, ମସରତ ନିଶା,ସୁନୀତା ରାଉତ,ପୂର୍ଣ୍ଣିମା ବେହେରା,ଭଗବାନ ମୁଦୁଲି ,ରବୀନ୍ଦ୍ର ବେହେରା,ଅରକ୍ଷିତ ଭୋଇ,କାଞ୍ଚନ ମଲ୍ଲିକ ପ୍ରଭୃତି ପରିଚାଳନା କରିଥିଲେ । ପରିଶେଷରେ ବିଦ୍ୟାଳୟର ଗୁରୁମା ସୁପ୍ରିୟା ବେଉରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

କଟକ ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ନଦୀରେ ବୁଡ଼ି ଶିଶୁପୁତ୍ରର ସଲିଳ ସମାଧି 

masiha

ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ ଜୁନାଗଡ଼ପର୍ଯନ୍ତ ସମ୍ପ୍ରସାରଣ ଦାବୀ

masiha

ପଶ୍ଚିମ ଓଡିଶାକୁ କ୍ରୀଡ଼ା ବିଭାଗର ଉପେକ୍ଷା ମହିଳା ଫୁଟ୍‍ବଲ ହଷ୍ଟେଲରେ ପୁରୁଷ କୋଚ.

masiha

Leave a Comment

error: Content is protected !!