ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଵ ମଙ୍ଗଳା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ

ସର୍ଵ ମଙ୍ଗଳା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ସର୍ଵ ମଙ୍ଗଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶୁକ୍ରବାର ଆମ ସଂସ୍କୃତି ଆମ ଖେଳଣା ଓ ବିଜ୍ଞାନ ଓ ଗଣିତ କ୍ଲବ କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମୁକ୍ତା ଖମାରି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଆରସିସି ତୋଫାନ ମାଝୀ, ମୁଖ୍ୟ ବକ୍ତା ଭାବେ ନୋଡାଲ ସିଆରସିସି କୋକସରା ବୈକୁଣ୍ଠ ଜାଲ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କଳ୍ପନା ମଞ୍ଜରି ସିଂ, ଶିକ୍ଷୟିତ୍ରୀ ଗାୟତ୍ରୀ ଲେଙ୍କା, ଅବିଭାବକ ଶୁକଦେବ ହୋତା, ପ୍ରମୋଦ ବେମାଲ, ସାବିତ୍ରୀ ବେମାଲ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ଛାତ୍ରଛାତ୍ରୀ ଙ୍କୁ ନିଜର ପରମ୍ପରା ସଂସ୍କୃତି, ଓ ଲୁକ୍କାୟିତ ଖେଳ, ଖେଳଣା ଉପରେ ପରାମର୍ଶ ସହ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ରେ ନିର୍ମିତ ଖେଳଣା ପ୍ରଦର୍ଶିତ କୁ ନେଇ ପ୍ରସଂଶା ଓ ଉତ୍ସାହିତ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ସୁମନ ଅର୍ପିତ ପଣ୍ଡା, ଭାଗ୍ୟଶ୍ରୀ ଗିରି, ତରୁଲତା ସିଂ, ଗୀତାଞ୍ଜଳି ଗିରି, କିଶନଲାଲ ଧଙ୍ଗଡା ମାଝୀ ଓ କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଲାଞ୍ଜିଗଡ଼ ପ୍ରେସ୍ କ୍ଲବ ପକ୍ଷରୁ ନୂଆ ବିଡିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

masiha

ବିଦ୍ୟୁତ୍ ଆଘାତରେ ଶିଶୁ କନ୍ୟା ମୃତ୍ୟୁ, ମା ଓ ମlଇ ଗୁରୁତର

masiha

ପିକ ଅପ ଗାଡି ଧକ୍କାରେ ଦୁଇ ଯୁବକ ମୃତ ଘଟଣା, କ୍ଷତିପୂରଣ ଦାବିରେ ମୋଟେର ଠାରେ ରାସ୍ତା ଅବରୋଧ

Sunil Chandra Nayak

Leave a Comment

error: Content is protected !!