ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମାଁ ସକ୍ ତେନ କ୍ରିକେଟ ପ୍ରତିଯୋଗିତାରେ କାନ୍ଦୁଲଡଙ୍ଗରୀ କୁ ହରାଇ ଗ୍ରୀଣ୍ଡୋଲ ଚାମ୍ପିଅନ 

ମାଁ ସକ୍ ତେନ କ୍ରିକେଟ ପ୍ରତିଯୋଗିତାରେ କାନ୍ଦୁଲଡଙ୍ଗରୀ କୁ ହରାଇ ଗ୍ରୀଣ୍ଡୋଲ ଚାମ୍ପିଅନ 

ଜୁନାଗଡ଼,୨୧/୩(ମ ନି ସ) ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରୀ ପଞ୍ଚାୟତ ଅଧୀନ ଡୁଡୁକେଲ ସ୍ଥିତ ମାଁ ଲଙ୍କେଶ୍ଵରୀ ଖେଳ ପଡିଆ ଠାରେ ମାଁ ସକ୍ ତେନ କ୍ରିକେଟ ପ୍ରତିଯୋଗିତା ଉଦଯାପିତ। ଗ୍ରୀଣ୍ଡୋଲ ଏକାଦଶ ବନାମ କାନ୍ଦୂଳଡଙ୍ଗରୀ ଏକାଦଶ ମଧ୍ୟ ରେ ଫାଇନାଲ ଖେଳ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ, ସମ୍ମାନିତ ଅତିଥି ଭାବେ ମାନଝରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଜଗୁଜିବନ୍ ଆଘ୍ରିଆ,ୱାର୍ଡ଼ ମେମ୍ବର ଶ୍ରୀଯୁକ୍ତ ଧୀରେନ୍ଦ୍ର ମାଝି, ରଜିନ ଭାଟି,ଅନନ୍ତ ତାଣ୍ଡି , ଦିବା ମହାନନ୍ଦ,ପ୍ରଦୀପ ମହାନନ୍ଦ,ଶିକ୍ଷକ ପବନ ମହାନନ୍ଦ, ରମଣ ମହାନନ୍ଦ, ଗୋବିନ୍ଦା ଭାତ୍ରିଆ ପ୍ରମୁଖ ମଞ୍ଚାସିନ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଗ୍ରୀଣ୍ଡୋଲ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ୧୨ ଓଭର ରେ ୫ ୱିକେଟ ହରାଇ ୧୪୧ ରନ ସଂଗ୍ରହ କରିଥିଲା । ତାର ଜବାବ ରେ କାନ୍ଦୂଳଡଙ୍ଗରି ଦଳ ୯ ଓଭର ରେ ୪୨ ରନ ସଂଗ୍ରହ କରି ଅଲ ଆଉଟ୍ ହୋଇ ପରାଜୟର ଶିକାର ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀମାନ ମହାନନ୍ଦ ଏବଂ ସମ୍ମାନିତ ଅତିଥି ବୃନ୍ଦଙ୍କ ଦ୍ଵାରା ଚମ୍ପିଆନ ହୋଇଥିବା ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସ ଦଳକୁ ୧୫ ହଜାର ସହ ଟ୍ରଫି ପ୍ରଦାନ କରିଥିଲେ । ଲକ୍ଷ୍ମୀଧର ମଲ୍ଲିକ ଏବଂ ଲଳିତ ଭରାସଗ୍ରିଆ ଅମ୍ପେୟର ଭାବରେ ଖେଳ ପରିଚାଳନା କରିଥିଲେ। ରୋମାଞ୍ଚଳ ମହାନନ୍ଦ ଓ ଦିନେଶ ମହାନନ୍ଦ ସ୍କୋରବୋର୍ଡ ଦାୟିତ୍ଵ ତୁଲାଇଥିବା ବେଳେ ବିକ୍ରମ ମାଝୀ ଏବଂ ରାଜେଶ୍ ବଗର୍ତ୍ତି ଖେଳ ଧାରା ବିବରଣୀ ପ୍ରଦାନ କରିଥିଲେ। କମିଟି ର ସମସ୍ତ ସଭ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜୀବନ ସାଙ୍କ ରିପୋର୍ଟ

Related posts

ଡମ କର୍ଲାଖୁଣ୍ଟା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଧୁମଭାଟ ଚାମ୍ପିଅନ

Sunil Chandra Nayak

ମୟୂରଭଞ୍ଜରେ ହର୍ଷୋଲ୍ଲାସ ସହ ଉଦ୍ଘାଟିତ ହେଲା ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତା

masiha

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ରାଉରକେଲା ଫାଇନାଲକୁ ଉନ୍ନିତ

Sunil Chandra Nayak

Leave a Comment

error: Content is protected !!