ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୧୪ ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

କୁରସୁଡ଼ କୁ ଏକ ଗୋଲ ଦେଇ ଜୋରା ବନ୍ଦ ବିଜୟୀ

ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡିଆ ଠାରେ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦଘାଟିତ ହୋଇ ଯାଇଛି l ଏହାକୁ ଖଡ଼ିଆଳ ଯୁବରାଜ ଦେଵଦେବ ସିଂ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ l ପରେ ଉଦଘାଟନୀ ମ୍ୟାଚ ବଲାଙ୍ଗୀର ଜିଲ୍ଲା ର ଜୋରାବନ୍ଦ ଏବଂ କୁରସୁଡ଼ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା l ନିର୍ଦ୍ଧାରିତ ସମୟସୀମା ମଧରେ ଉଭୟ ଦଳ ଆକ୍ରମାଣତ୍ମକ ଖେଳ ପ୍ରଦର୍ଶନ କରିଥିଲେ ତେବେ ଖେଳ ର ଦ୍ଵିତୀୟାରଦ୍ଧ ରେ ଜୋରାବନ୍ଦ ଏକ ଗୋଲ ଦେବାରେ ସକ୍ଷମ ହୋଇଥିଲା ଫଳରେ ଜୋରାବନ୍ଦ ଦଳ ୧ ଗୋଲ ବ୍ୟବଧାନ ରେ ବିଜୟୀ ହୋଇଥିଲା lମ୍ୟାଚ କୁ ରେଫରୀ ଭାବରେ ତାପସ କୁମାର ପତି ଖେଳ ପରିଚାଳନା କରୁଥିବା ବେଳେ ଭାବରେ ଅମୁଲ୍ୟ ବାରିକ ଏବଂ ସୌରଭ ପଣ୍ଡା ସହଯୋଗ କରିଥିଲେ l ପ୍ରକାଶ ଯେ ଉକ୍ତ ଟୁର୍ନାମେଣ୍ଟ ଚଳିତ ବର୍ଷ ୧୪ ରେ ପଦାର୍ପଣ କରିଛି ଏବଂ ନିୟମିତ ଭାବରେ ରାଜା ଅନୁପ ସିଂ ଦେଓ ଙ୍କ ସ୍ମୃତି ଉଦ୍ଧେଶ୍ୟ ରେ ତଥା ସ୍ଥାନୀୟ ଅଂଚଳ ର ଫୁଟବଲ ବିକାଶ ଏବଂ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଗତ ୧୪ ବର୍ଷ ହେଲା ନିୟମିତ ଭାବରେ ରାଜା ଅନୁପ ସିଂ ଦେଓ ଙ୍କ ନାତି କୁମାର ଅଙ୍କିତ ସିଂ ଦେଓ ଆୟୋଜନ କରିଆସୁଛନ୍ତି l ଟୁର୍ନାମେଣ୍ଟ କୁ ଆୟୋଜନ ରେ ଜିତେନ୍ଦ୍ର ନାୟକ, ବିବେକ ୟାଦବ, ପ୍ରଘୁଦତ୍ତ ଗୌଡ଼, ପ୍ରଶାନ୍ତ ପଟନାୟକ,ଦୀପକ ମହାପାତ୍ର, ନିରଞ୍ଜନ ପୋଡ଼,ମହମ୍ମଦ ଅକିବ ରାଜା. ପୁର୍ଣ୍ୟତୋଷ ମୁଣ୍ଡ ପ୍ରମୁଖ ସହଯୋଗ କରିଥିଲେ l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

5 ମ EMRS ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ର ସମାପନ 

masiha

ବାବା କ୍ଷେତ୍ରପାଳ କ୍ଲବ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

masiha

ଗୋପାଳପୁର କନ୍ୟା ଆଶ୍ରମର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!