କୁରସୁଡ଼ କୁ ଏକ ଗୋଲ ଦେଇ ଜୋରା ବନ୍ଦ ବିଜୟୀ
ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡିଆ ଠାରେ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦଘାଟିତ ହୋଇ ଯାଇଛି l ଏହାକୁ ଖଡ଼ିଆଳ ଯୁବରାଜ ଦେଵଦେବ ସିଂ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ l ପରେ ଉଦଘାଟନୀ ମ୍ୟାଚ ବଲାଙ୍ଗୀର ଜିଲ୍ଲା ର ଜୋରାବନ୍ଦ ଏବଂ କୁରସୁଡ଼ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା l ନିର୍ଦ୍ଧାରିତ ସମୟସୀମା ମଧରେ ଉଭୟ ଦଳ ଆକ୍ରମାଣତ୍ମକ ଖେଳ ପ୍ରଦର୍ଶନ କରିଥିଲେ ତେବେ ଖେଳ ର ଦ୍ଵିତୀୟାରଦ୍ଧ ରେ ଜୋରାବନ୍ଦ ଏକ ଗୋଲ ଦେବାରେ ସକ୍ଷମ ହୋଇଥିଲା ଫଳରେ ଜୋରାବନ୍ଦ ଦଳ ୧ ଗୋଲ ବ୍ୟବଧାନ ରେ ବିଜୟୀ ହୋଇଥିଲା lମ୍ୟାଚ କୁ ରେଫରୀ ଭାବରେ ତାପସ କୁମାର ପତି ଖେଳ ପରିଚାଳନା କରୁଥିବା ବେଳେ ଭାବରେ ଅମୁଲ୍ୟ ବାରିକ ଏବଂ ସୌରଭ ପଣ୍ଡା ସହଯୋଗ କରିଥିଲେ l ପ୍ରକାଶ ଯେ ଉକ୍ତ ଟୁର୍ନାମେଣ୍ଟ ଚଳିତ ବର୍ଷ ୧୪ ରେ ପଦାର୍ପଣ କରିଛି ଏବଂ ନିୟମିତ ଭାବରେ ରାଜା ଅନୁପ ସିଂ ଦେଓ ଙ୍କ ସ୍ମୃତି ଉଦ୍ଧେଶ୍ୟ ରେ ତଥା ସ୍ଥାନୀୟ ଅଂଚଳ ର ଫୁଟବଲ ବିକାଶ ଏବଂ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଗତ ୧୪ ବର୍ଷ ହେଲା ନିୟମିତ ଭାବରେ ରାଜା ଅନୁପ ସିଂ ଦେଓ ଙ୍କ ନାତି କୁମାର ଅଙ୍କିତ ସିଂ ଦେଓ ଆୟୋଜନ କରିଆସୁଛନ୍ତି l ଟୁର୍ନାମେଣ୍ଟ କୁ ଆୟୋଜନ ରେ ଜିତେନ୍ଦ୍ର ନାୟକ, ବିବେକ ୟାଦବ, ପ୍ରଘୁଦତ୍ତ ଗୌଡ଼, ପ୍ରଶାନ୍ତ ପଟନାୟକ,ଦୀପକ ମହାପାତ୍ର, ନିରଞ୍ଜନ ପୋଡ଼,ମହମ୍ମଦ ଅକିବ ରାଜା. ପୁର୍ଣ୍ୟତୋଷ ମୁଣ୍ଡ ପ୍ରମୁଖ ସହଯୋଗ କରିଥିଲେ l