ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ଦାବି ନେଇ କଲା ବ୍ୟାଞ୍ଚ ପିନ୍ଧିଲେ ପିଇଓ ସଂଘ

ବଲାଙ୍ଗୀର, // ପାଟଣାଗଡ ସମଗ୍ର ରାଜ୍ୟରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ପକ୍ଷରୁ ୭.୮.୨୩ ରୁ ୧୭.୮.୨୩ ପର୍ଯ୍ୟନ୍ତ କଳା ବେଞ୍ଚ ପିନ୍ଧି ପ୍ରତିବାଦ ଦିଆଯାଇଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ର ପିଇଓ ମାନେ ମଧ୍ୟ କଳା ବେଞ୍ଚ ପିନ୍ଧି ପ୍ରତିବାଦ ଜଣାଇଛନ୍ତି। ଏହି ସାତ ଦିନ ମଧ୍ୟରେ ରାଜ୍ୟ ସରକାର ଯଦି ଏହାର ସମାଧାନ ନକରନ୍ତି ତାହେଲେ ସେମାନେ ୧୭/୦୮/୨୩ ପର ଠାରୁ ଅନିର୍ଦିଷ୍ଟ କାଳ ପାଇଁ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ସେମାନଙ୍କ ପ୍ରଥମ ଦାବି ହେଉଛି ପିଇଓ ମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ,ଯୁକ୍ତ ତିନି କରିବା ସହ ଦରମା ୨୧୭୦୦ ରୁ ୩୫୪୦୦ ଟଙ୍କା କୁ ବୃଦ୍ଧି କରାଯାଉ ବୋଲି କହିଛନ୍ତି। ଦ୍ବିତୀୟ ରେ ଦଶ ବର୍ଷ ଧରି ଚାକିରି କରୁଥିବା ପିଇଓ ମାନଙ୍କ ପାଇଁ ସ୍ବତନ୍ତ୍ର ପଦବୀ ସୃଷ୍ଟି କରିବାସହ ଉଚ୍ଚତର ଦରମା ଅବସ୍ଥାପିତ କରାଯାଉ ଓ ଜି,ପି,ଡି,ଓ ପଦବୀ କୁ ୧୦୦% ପଦବୀ କରିବା ଦାବି ବ୍ୟବସ୍ଥା କରିବାକୁ ଦାବି କରାଯାଇଛି ଏବଂ ଓ,ପି, ଆର୍,ଏସ୍ କ୍ୟାଡ଼ର ରେ ପିଇଓ ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉ । ଏହି କାର୍ଯ୍ୟକ୍ରମ ରେ ପାଟଣାଗଡ଼ ବ୍ଳକ ପିଇଓ ସଂଘର ସଭାପତି ଜୟଦେବ ରଣା, ସମ୍ପାଦକ ଯଶୋବନ୍ତ ମେହେର, ସନ୍ତୋଷ କୁମାର ନାୟକ, ଭୋଜରାଜ ସାହୁ, ଦିନମଣି ନାଏକ, ହରିଶ୍ଚନ୍ଦ୍ର ଥନାପତି, ମନୋରଞ୍ଜନ ଖମାରୀ, ସୁବାଷ ଚନ୍ଦ୍ର ଭଣ୍ଡ, ଦେବେନ୍ଦ୍ର ସୁନା, ମନ୍ଦାକିନୀ ବରିହା, ଗୁରୁଦେବ ପରଡିଆ, ଘାସିରାମ ରଣା, ଗୋବିନ୍ଦ ମିଶ୍ର, ଦୁଃଖିତ ବାଗ,ରିଖିରାମ ସଗ୍ରିଆ, ହରିହର ସାହୁ ପ୍ରମୁଖ ଉପସ୍ଥିତ ଥିଲେ  ।      

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଅଜଣା ଗାଡି ଧକ୍କାରେ ଅଟୋ ଚଳାକର ଶୋଚନୀୟ ମୃତ୍ୟୁ

masiha

ଡାବୁଗାଁ ବ୍ଲକ ର ଗ୍ରାମାଞ୍ଚଳରେ ଦିଆଲି ପର୍ବ ପାଳିତ

Sunil Chandra Nayak

ସତନ୍ତ୍ର ଉନ୍ନୟନ ପରିଷଦ ବ୍ଲକ ସ୍ତରିୟ ଖେଳ ପ୍ରତିଯୋଗିତା

masiha

Leave a Comment

error: Content is protected !!