ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହ୍ୟୁମାନିଟି ଫାଉଣ୍ଡେସନ ର ପ୍ରଥମ ବାର୍ଷିକୋତ୍ସବ ସମ୍ପନ୍ନ

ହ୍ୟୁମାନିଟି ଫାଉଣ୍ଡେସନ ର ପ୍ରଥମ ବାର୍ଷିକୋତ୍ସବ ସମ୍ପନ୍ନ

ରାଉରକେଲା: ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନ ର ଦ୍ବିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଥମ ବାର୍ଷିକୋତ୍ସବ ଭଞ୍ଜ ଭବନ ପ୍ରେକ୍ଷ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅନିଲ ମଲ୍ଲିକ ଓ ମୋନାଲିସା ସାହୁ ଙ୍କ ସଂଯୋଜନା ତଥା ଅନୁଷ୍ଠାନର ପ୍ରତିଷ୍ଠାତା ବିଜୟ ସୁନ୍ଦରାୟ,ସଭାପତି ଦିପ୍ତୀମୟୀ ସୁନ୍ଦରାୟ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ସମାଜସେବୀ ପ୍ରଦୀପ କୁମାର ଦାସ , ସୁନିଲ କାୟଲ , ଅନିତା ଅଗ୍ରୱାଲ ,ସୋନା ଚକ୍ରବର୍ତ୍ତୀ, ଗୋଲକ ବିହାରୀ ମଙ୍ଗରାଜ , ସୁରେଶ ଶର୍ମା,ବାଳସୁଧାର ଗୃହ ର ମୁଖ୍ୟ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଜେଲ ସୁପରିଟେଣ୍ଡେଣ୍ଟ ଜୀବନ ସିଂ ମୁଣ୍ଡା,ବୁଲୁ ପୁହାଣ, ଅଭିନେତା ମିଟୁ ମିଥୁନ,ବାବୁ କାକା, ବେଣୁଧର କୁମ୍ଭାର, ପ୍ରବୋଧ କୁମାର ଦଳାଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ବିଗତ ଦିନରେ କରିଥିବା ସାମାଜିକ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ସମ୍ପାଦିକା ଲୀନା ତ୍ରିପାଠୀ ସ୍ବାଗତ ଭାଷଣ, ପ୍ରତିଷ୍ଠାତା ବିଜୟ ସୁନ୍ଦରାୟ କାର୍ଯ୍ୟକ୍ରମ ସମ୍ପର୍କରେ, ସଭାପତି ଦିପ୍ତୀ ସୁନ୍ଦରାୟ ଅନୁଷ୍ଠାନର ଆଭିମୁଖ୍ୟ, ଉପଦେଷ୍ଟା ଗ୍ରେସୀ ଡେଭିଡ ବିଭିନ୍ନ କାର୍ଯ୍ୟକ୍ରମ ତଥା ଆଗାମୀ ଦିନରେ ହେବାକୁଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଉପସଭାପତି କାର୍ତ୍ତିକ ରାଉତ ଙ୍କ ପ୍ରଦତ୍ତ ତିନି ଚକିଆ ସାଇକେଲ ବଣ୍ଟନ କରାଯାଇଥିଲା। ଏହା ସହ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ସମାଜସେବୀ, ଡାକ୍ତର ,ସାହିତ୍ୟିକ, ରକ୍ତଦାତା ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା। ଜଗନ୍ନାଥ କଳା ପରିଷଦ ଓ ବିଭିନ୍ନ ଅନୁଷ୍ଠାନ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଗରିମା ପତ୍ରି, ଅଞ୍ଜଳି ବିଶ୍ବାଳ, ରଶ୍ମିତା ମଲ୍ଲିକ,ତାରା କ୍ରିଷ୍ଣା ମୂର୍ତ୍ତି, କମଳିନୀ ମହାପାତ୍ର, ସରସ୍ଵତୀ ପାତ୍ର, ସସ୍ମିତା ପାତ୍ର, ରଶ୍ମିତା ବିଶୋଇ, ଅଶ୍ବିନୀ କୁମାର କିଶାନ, ରୁନୁ ରାଉତ, ଶୁଭଲକ୍ଷ୍ମୀ ପାତ୍ର,ଶଶିଲତା ହୋତା, ଅନୁପମା ଆଚାର୍ଯ୍ୟ,ଶାସ୍ବତୀ ରାୟ, ଚିରଞ୍ଜିବୀ ବୁଡେକ, ପ୍ରିୟଙ୍କା ପାଣି,ରାଜରାଣୀ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିକ୍ରେତା ଗତୀଶୀଳତା ଅଭିଯାନ ଓ ଜ୍ଞାନ ବିନିମୟ ପଦକ୍ଷେପ କର୍ମଶାଳା

masiha

ଗ୍ରାମ ପରିବର୍ତନ କାର୍ଯ୍ୟକ୍ରମ ଅଧିନରେ ସ୍ଥାୟୀ ଜୀବିକା ସହ ୫୪୦୦ରୁ ଅଧିକ ପରିବାରକୁ ସଶକ୍ତ କରିଛି ଡାଲମିଆ ସିମେଂଟର ରାଜଗାଙ୍ଗପୁର ପ୍ଲାଂଟ

Sunil Chandra Nayak

ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା ନବରଙ୍ଗପୁର ର ବନ୍ଧୁମିଳନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!