ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୁମାଛି ଆକ୍ରମଣରେ ବାଇକ୍ ଚାଳକ ମୃତ 

ମହୁମାଛି ଆକ୍ରମଣରେ ବାଇକ୍ ଚାଳକ ମୃତ 

ଡାବୁଗାଁ,୧୦/୧୨(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମ ପାଖ ବରିମୁଣ୍ଡା ଛକ ନିକଟରେ ମହୁମାଛି ଆକ୍ରମଣ ରେ ଜଣେ ବାଇକ ଚାଳକ ର ମୃତ୍ୟୁ ଘଟିଛି l ସୂଚନାଯୋଗ୍ୟ :- ବକଡାବେଡା ଗ୍ରାମର ରତନ କଲାର (୫୫)ସେ ନିଜ ବାଇକ ଯୋଗେ ଡାବୁଗାଁ ଅଭିମୁଖେ ଆସୁଥିଲେ l ଧୋଡ୍ରା ପଟରୁ ସିମେଣ୍ଟ ଖୁଣ୍ଟି ନେଇ ଏକ ଟ୍ରାକ୍ଟର ଆଗରେ ଯାଉଥିବାବେଳେ ପଛରେ ବାଇକ୍ ନେଇ ରତନ ଯାଉ ଥିବା ସମୟରେ ମହୁମାଛି ଆକ୍ରମଣ ର ଶିକାର ହୋଇଥିଲା l ମହୁମାଛି ରତନ ର ପିଛା ଛାଡି ନ ଥିଲା l ତେବେ ଚାଟିଗୁଡା ର ବରିମୁଣ୍ଡା ନିକଟରେ ରତନ ଗାଡି ରଖି ତଳେ ପଡିଯାଇ ମୃତ୍ୟୁ ବରଣ କରିଥିଲେ l ସେଠାକାର ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡକାଇ ରତନ କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିଲେ l ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ l

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡ଼ାଙ୍କ ରିପୋର୍ଟ

Related posts

ରାୟଗଡ଼ ପୌରପରିଷଦରେ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ଆଡ଼ମ୍ବର ସହକାରେ ପାଳିତ

Sunil Chandra Nayak

ଜିଲ୍ଲା ଶିଳ୍ପ କେନ୍ଦ୍ରରେ ଉଦ୍ୟେଗୀ ଦିବସ ପାଳିତ

masiha

ଦାବ୍ରି ଗୁଡାକୁ ରାଜସ୍ୱ ଗ୍ରାମର ମାନ୍ୟତା ଦାବି, ତହସିଲଦାରଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

masiha

Leave a Comment

error: Content is protected !!