ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଶ୍ରମର ୧୪ଜଣ ଛାତ୍ର ବିଦ୍ୟାଳୟ ହଷ୍ଟେଲ ଛାଡି ଜିଲାପାଳଙ୍କ ଦ୍ଵାରସ୍ଥ 

ଆଶ୍ରମର ୧୪ଜଣ ଛାତ୍ର ବିଦ୍ୟାଳୟ ହଷ୍ଟେଲ ଛାଡି ଜିଲାପାଳଙ୍କ ଦ୍ଵାରସ୍ଥ 

ଆଶ୍ରମର ୧୪ଜଣ ଛାତ୍ର ବିଦ୍ୟାଳୟ ହଷ୍ଟେଲ ଛାଡି ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଛାତ୍ରମାନେ ରାତି ତମାମ ଚାଲିଚାଲି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥ‌ିବା ଜଣାପଡିଛି। ବିଦ୍ୟାଳୟ ଏବଂ ହଷ୍ଟେଲରେ ଅବ୍ୟବସ୍ଥା ପ୍ରତିବାଦରେ ହଷ୍ଟେଲ ଛାଡ଼ିଥିବା ଛାତ୍ରମାନେ ପ୍ରକାଶ କରିଛନ୍ତି। ହଷ୍ଟେଲ ଛାଡି ଆସିଥୁବା14:ଜଣ ଛାତ୍ର ଙ୍କୁ ଆଦିବାସୀ ଜାତି ଜନଜାତି ଓ ପଛୁଆ ବର୍ଗ ଉନୟନ ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମିଶି ସେମାନେ ହଷ୍ଟେଲ ଛାଡି ଆସିଥିବା କଥା ପଚାରି ବୁଝି ଥିଲେ ଓ ଜଳଖୁର ବ୍ୟବସ୍ଥା କରିଥିଲେନ,ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏତେ ରାସ୍ତା ଗଞ୍ଚ ଜଙ୍ଗଲ ହୋଇଥିବାରୁ ଛୋଟ ଛୋଟ ପିଲାମାନେ କେମିତି ୧୪ଜଣ ଛାତ୍ର ଜଙ୍ଗଲ ଭିତରେ ଚାଲିଚାଲି ଆସିଥିଲେ। ଯାହାକି ବର୍ତ୍ତମାନ ଚିନ୍ତା ର କାରଣ ହୋଇଛି। ଘଟଣାରୁ ପ୍ରକାଶ ଯେ, ବଡରାଇସିଂ ଆଶ୍ରମରେ ୨୪୦ଜଣ ଛାତ୍ରୀଛାତ୍ର ହଷ୍ଟେଲରେ ରହୁଛନ୍ତି। ସମସ୍ତ ଛାତ୍ରଛାତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ସେଠାରେ ରହୁଛନ୍ତି।

ସେମାନଙ୍କ ଉପରେ ନିର୍ଯାତନା ଅସହ୍ୟ ହେବାରୁ ହଷ୍ଟେଲ ଛାଡି ଜିଲାପାଳଙ୍କୁ ଜଣାଇବା ପାଇଁ ଆସିଥ୍‌ବାସେମାନେ କହିଛନ୍ତି। ଜିଲାପାଳ ଆସିବା ପରେ ସମସ୍ତ କଥା ଜଣାଇବୁ ବୋଲି ପ୍ରକାଶ କରିଛନ୍ତି ଛାତ୍ରମାନେ କହିଛନ୍ତି ଯେ, ହଷ୍ଟେଲରେ ଖାଇବା ପାଇଁ ଠିକ୍ ଭା ବେ ଦିଆଯାଉ ନାହିଁ। ଖାଇବା ପାଇଁ ମାଗିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ମାଡ ମାରିବା ସହିତ ବିଦ୍ୟାଳୟରୁ ତଡି ଦେବାର ଭୟ ଦେଖାଉଥ‌ିବା ସଙ୍ଗୀନ ଅଭିଯୋଗ ହୋଇଛି।

ଏପରିକି ସରକାରଙ୍କ ପକ୍ଷରୁ ଯେଉଁ ସବୁ ସାମଗ୍ରୀ ପ୍ରଦାନ କରାଯାଉଛି ତାହା ହଡ଼ପ ହେଉଛି ବୋଲି ପ୍ରକାଶ କରିଥିଲେ  ପୂର୍ବରୁ ପ୍ରଧାନଶିକ୍ଷକ ବିଶାମିତ୍ର ସୁନାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା। ରାୟଗଡ଼ା ସହର ଉପକଣ୍ଠ କଟଲାଗୁଡାସ୍ଥିତ ଅନ୍ଵେସା ହଷ୍ଟେଲରେ ସମାନ ଅଭିଯୋଗ ଆସିଥିଲା। ହୋଷ୍ଟେଲର ଛାତ୍ରୀଛାତ୍ର ଜିଲାପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ। ତାପରେ ବିଶ୍ଵାମିତ୍ର ସୁନାଙ୍କୁ ଜିଲାପାଳ ହଟେଇ ଥିଲେ। ପୁଣି ମାତ୍ର ଦୁଇ ମାସ ମଧ୍ୟରେ ସମାନ ଘଟଣା ଏବେ ନଜରକୁ ଆସିଛି। ଏହି ସମ୍ପର୍କରେ ପ୍ରଧାନଶିକ୍ଷକ ବିଶାମିତ୍ର ସୁନା କହିଛନ୍ତି ଖାଇବା ପାଇଁ ପିଲାମାନଙ୍କୁ ଠିକ୍ ଭାବରେ ପ୍ରଦାନ ହେଉଛି। ପିଲାମାନେ ହଷ୍ଟେଲ ଫାଟକ ଡେଇଁ ଆସିଛନ୍ତି।ତବେ ମାଡ଼ ମରାଯିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ମନ୍ତ୍ରୀ ସାରକା ଙ୍କ ନିଜ ଜିଲ୍ଲା ରର ଏହିପରି ଘଟଣା ଘଟିଥ‌ିବା ରୁ ଏହାର ଏକ ଉଚ୍ଚ ସୁରୀୟ ତଦନ୍ତ ପାଇଁ ଜନସାଧାରଣ ରେ ଦାବି ହୋଇଛି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ସାଦିକପୁର ସ୍କୁଲରେ ୱାଟର ଫିଲଟର ମେସିନ ଲଗାଇଲା ଇସାଫ୍ ବ୍ୟାଙ୍କର ଏଲ୍ଏଲ୍ଏମ୍ଏସ୍ ଫାଇନାନ୍ସ ସଂସ୍ଥା

masiha

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋଇଡା ର ୧୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ଏପ୍ରିଲ ୫ ରେ ୩୭ ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ : ୧ରୁ ଆମିଷ ବିକ୍ରି ଓ ସେବନ ବନ୍ଦ 

Sunil Chandra Nayak

Leave a Comment

error: Content is protected !!