ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ସେଙ୍ଗେଲ ଅଭିଯାନ ସଭାପତି ସାଲଖାନ ମୁର୍ମୁଙ୍କ ବିରୋଧରେ ଓଡ଼ିଶା କୁଡୁମି ସମାଜ ପକ୍ଷରୁ ରାଇରଙ୍ଗପୁର ଟାଉନ ଥାନାରେ ଏତଲା

ମୟୂରଭଞ୍ଜ- ୩/୯ ( ମସିହା) ସାରା ଭାରତରେ କୁଡୁମି ସମାଜର ଲୋକେ ୩ କୋଟିରୁ ଉର୍ଦ୍ଧ୍ବ ବସବାସ କରୁଥିବା ବେଳେ ଓଡ଼ିଶାରେ ୨୫ ଲକ୍ଷ ଲୋକେ ବସବାସ କରୁଛନ୍ତି । ସେମାନଙ୍କ ସଂସ୍କୃତି ଭାଷା,ପରଂପରା ସ୍ବତନ୍ତ୍ର । ସେମାନେ ପ୍ରକୃତି ପୂଜକ । ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖରେ ଭାରତ ସରକାର ସେମାନଙ୍କୁ ସମ୍ବିଧାନର ଏସଟି ତାଲିକାରୁ ବାଦ୍ କରି ଦେଇଛନ୍ତି । ଯାହାକୁ ନେଇ ଦୀର୍ଘ ୭୦ ବର୍ଷ ହେଲା ସେମାନେ ପୁନଃ ଏସଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି ।ନିକଟରେ ରାଜ୍ୟ ସରକାର ମୟୂରଭଞ୍ଜ ଜିଲ୍ଲାରେ ସରକାର କୁଡୁମି ସମ୍ପ୍ରଦାୟ ଉପରେ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ମୟୁରଭଞ୍ଜ ପୂର୍ବତନ ସାଂସଦ ତଥା ରାଷ୍ଟ୍ରୀୟ ସେଙ୍ଗେଲ ଅଭିଯାନ ଅଧ୍ୟକ୍ଷ ସାଲଖାନ ମୁର୍ମୁ କୁଡୁମି ସମାଜ ଉପରେ ଅରୁଚିକର ମନ୍ତବ୍ୟ ଦେବାସହ କୁଡୁମି ଜାତିର ଷ୍ଟାଟିଷ୍ଟିକାଲ ସର୍ଭେ ପ୍ରତ୍ୟାହାର ପାଇଁ ଦାବି କରିବା ସହ ନିଜର ଅନୁଗତଙ୍କୁ ସବୁ ତହସିଲରେ ଏହା ବିରୋଧରେ ଅଭିଯୋଗ ପତ୍ର ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ତଦସହ ସେ ମନ୍ତବ୍ୟ ଦେଇଛନ୍ତି ଯେ କୁଡୁମି ଜାତିକୁ ଏସଟି ତାଲିକାଭୁକ୍ତ କରାଯାଏ ତାହାହେଲେ ମଣିପୁର ଭଳି ଅରାଜକତା ସୃଷ୍ଟି ହେବ ।ଏହାକୁ ନେଇ ଓଡ଼ିଶା କୁଡୁମି ସମାଜ ପକ୍ଷରୁ ସାଲଖାନ ମୁର୍ମୁ ଙ୍କ ମନ୍ତବ୍ୟ କୁ ନେଇ ତୀବ୍ର ନିନ୍ଦା ଓ ଭର୍ସନା କରାଯାଇଛି ।ସାଲଖାନ ମୁର୍ମୁ ଙ୍କ ମନ୍ତବ୍ୟ ଭାଇଚାରା ରେ ବାଧକ ସୃଷ୍ଟି କରୁଛି । ସେ ଜାଣିଶୁଣି ହିଂସା ଭିଆଇବା ପାଇଁ ଏପରି ଧମକପୂର୍ଣ୍ଣ ମନ୍ତବ୍ୟ ଦ୍ଵାରା ଆମ୍ଭ କୁଡୁମି ମହାନ୍ତ ସମାଜ ପ୍ରତି କୁଠାରାଘାତ କରିଛନ୍ତି । ତାଙ୍କର ଏଭଳି ସାଂପ୍ରଦାୟିକ ମନ୍ତବ୍ୟ କୁଡୁମି ଜାତି ବିରୋଧରେ ଦେଇଥିବାରୁ ଭବିଷ୍ୟତରେ ହିଂସା ଦେଖାଦେବାର ସମ୍ଭାବନା ସୃଷ୍ଟି କରିଅଛି ।ଏହାକୁ ନେଇ ଓଡିଶା କୁଡୁମି ସମାଜର ରାଜ୍ୟ ଅଧ୍ୟକ୍ଷ ଦିବ୍ଯସିଂ ମହାନ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରବିବାର ସଂଧ୍ୟାରେ ରାଇରଙ୍ଗପୁର ଟାଉନଥାନାରେ ସାଲଖାନ ମୁର୍ମୁ ଙ୍କ ବିରୋଧରେ ସମାଜରେ ଦଙ୍ଗା ସୃଷ୍ଟିକାରୀ ଭାଷଣକୁ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଓ, ଏ,ଭି ପ୍ରବେଶିକା ପରୀକ୍ଷାରେ ବ୍ଲକ ରେ ସର୍ବାଧିକ ନୋ ରଖିଲେ ଅଭିପ୍ସା ମହାପାତ୍ର

Sunil Chandra Nayak

ବାହାରର ଟିପ୍ପର ଆରଏସପିରୁ ମାଲ ପରିବହନକୁ ବିରୋଧ କରି ରଘୁନାଥପାଲି ଟିପ୍ପର ମାଲିକ ସଂଘ ପକ୍ଷରୁ ଧର୍ମଘଟ

ଡାଇରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଜେପିର ଦାବି ପତ୍ର

masiha

Leave a Comment

error: Content is protected !!