ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ପରିବେଶ ସବୁଜ ସୁନ୍ଦର କାର୍ଯ୍ୟକ୍ରମ

କାମାକ୍ଷାନଗର (ମନିସ )3/9/23 // ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ର “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ଆଖୁଆପାଳ ଗ୍ରାମ ପଞ୍ଚାୟତ ର ଦଦରାଘାଟି ଡ୍ୟାମ ଠାରେ ଆମ ପରିବେଶ ସବୁଜ ସୁନ୍ଦର କାର୍ଯ୍ୟକ୍ରମ ରେ “ଯୁବଶକ୍ତି” ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ବୃକ୍ଷ ରୋପଣ କରି କହିଥିଲେ ଆମ ଦଦରାଘାଟି ଡ୍ୟାମ ର ପ୍ରାକୃତିକ ପରିବେଶ ସୌନ୍ଦର୍ଯ୍ୟ କୁ ବଜାୟ ରଖିବା ପାଇଁ ହେଲେ ସମସ୍ତ ସଚେତନ ନାଗରିକ ମାନେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ ହୋଇ ପଡ଼ିଅଛି, ଏହା ଦ୍ୱାରା ଜିଲ୍ଲା ତଥା ରାଜ୍ୟ ରୁ ଆସୁଥିବା ପର୍ଯ୍ୟଟକ ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶ ସାଙ୍ଗକୁ ଡ୍ୟାମ ନୀଳ ନୀଳ ଜଳ ରାଶିର ଭରପୁର ଆନନ୍ଦ ନେଇ ପାରିବେ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପକ୍ଷରୁ ଏହି ଠାରେ ପର୍ଯ୍ୟଟକ ଙ୍କ ସୁବିଧା ନିମନ୍ତେ ବିଶୁଦ୍ଧ ପାନୀୟ ଜଳ, ପଥପ୍ରାନ୍ତ ଯାତ୍ରୀ ନିବାସ, ଶୌଚାଳୟ ନିର୍ମାଣ କରାଗଲେ ଏହାର ଫାଇଦା ସମସ୍ତ ପର୍ଯ୍ୟଟକ ଏବଂ ଆମ ପରଜଙ୍ଗ କଙ୍କଡାହାଡ଼ ଅଞ୍ଚଳର ଲୋକମାନେ ନେଇ ପାରିବେ, ଅନ୍ୟ ମାନଙ୍କ ମଧ୍ୟରେ ଯୁବଶକ୍ତି ର କାମାକ୍ଷା ସାହୁ,ସୁଜିତ ବେହେରା, ରିତେଶ ବେହେରା, ସୁନୀଲ ବେହେରା ଉପସ୍ଥିତ ରହିଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଜିଲ୍ଲାରେ ଶିଶୁ ସୁରକ୍ଷା ଓ ଅଧିକାର “ଶିଶୁଙ୍କ ପାଇଁ ଦିନଟିଏ” ବୈଠକ ଅନୁଷ୍ଠିତ 

masiha

ମା ଅଗ୍ନିଗଙ୍ଗାମା ଠାକୁରାଣୀ ମନ୍ଦିର ସୌନ୍ଦର୍ଯ୍ୟ କରଣ ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ ପାଳନ

Leave a Comment

error: Content is protected !!