ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ପରିବେଶ ସବୁଜ ସୁନ୍ଦର କାର୍ଯ୍ୟକ୍ରମ

କାମାକ୍ଷାନଗର (ମନିସ )3/9/23 // ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ର “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ଆଖୁଆପାଳ ଗ୍ରାମ ପଞ୍ଚାୟତ ର ଦଦରାଘାଟି ଡ୍ୟାମ ଠାରେ ଆମ ପରିବେଶ ସବୁଜ ସୁନ୍ଦର କାର୍ଯ୍ୟକ୍ରମ ରେ “ଯୁବଶକ୍ତି” ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ବୃକ୍ଷ ରୋପଣ କରି କହିଥିଲେ ଆମ ଦଦରାଘାଟି ଡ୍ୟାମ ର ପ୍ରାକୃତିକ ପରିବେଶ ସୌନ୍ଦର୍ଯ୍ୟ କୁ ବଜାୟ ରଖିବା ପାଇଁ ହେଲେ ସମସ୍ତ ସଚେତନ ନାଗରିକ ମାନେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ ହୋଇ ପଡ଼ିଅଛି, ଏହା ଦ୍ୱାରା ଜିଲ୍ଲା ତଥା ରାଜ୍ୟ ରୁ ଆସୁଥିବା ପର୍ଯ୍ୟଟକ ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶ ସାଙ୍ଗକୁ ଡ୍ୟାମ ନୀଳ ନୀଳ ଜଳ ରାଶିର ଭରପୁର ଆନନ୍ଦ ନେଇ ପାରିବେ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପକ୍ଷରୁ ଏହି ଠାରେ ପର୍ଯ୍ୟଟକ ଙ୍କ ସୁବିଧା ନିମନ୍ତେ ବିଶୁଦ୍ଧ ପାନୀୟ ଜଳ, ପଥପ୍ରାନ୍ତ ଯାତ୍ରୀ ନିବାସ, ଶୌଚାଳୟ ନିର୍ମାଣ କରାଗଲେ ଏହାର ଫାଇଦା ସମସ୍ତ ପର୍ଯ୍ୟଟକ ଏବଂ ଆମ ପରଜଙ୍ଗ କଙ୍କଡାହାଡ଼ ଅଞ୍ଚଳର ଲୋକମାନେ ନେଇ ପାରିବେ, ଅନ୍ୟ ମାନଙ୍କ ମଧ୍ୟରେ ଯୁବଶକ୍ତି ର କାମାକ୍ଷା ସାହୁ,ସୁଜିତ ବେହେରା, ରିତେଶ ବେହେରା, ସୁନୀଲ ବେହେରା ଉପସ୍ଥିତ ରହିଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୋଲ୍ହାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ଆକସ୍ମିକ ବିୟୋଗରେ ମେଘାଚ୍ଛନ୍ନ ସାହିତ୍ୟ ସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

masiha

ଟାଟା ସାହେବଙ୍କ ଯୋଡ଼ା ମେଡିକାଲରେ ପଞ୍ଜିକରଣରେ ନାନାଦି ଆଳରେ ରୋଗୀ କଲବଲ-ସରପଞ୍ଚ’ କାଉସିଲୋର ହାତଲେଖା ମୂଲ୍ୟହୀନ

masiha

ରାଇରଙ୍ଗପୁରରେ ବୟନିକାର ୬୭ ତମ ପ୍ରତିଷ୍ଠା ଦିବସ

Leave a Comment

error: Content is protected !!