ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବନପାଲ ରମେଶ ପଣ୍ଡା ଙ୍କ ଦ୍ଵାରା କାଠ ବୋଝେଇ ଟ୍ରାକ୍ଟର ଜବତ , ୪ ଅଭିଯୁକ୍ତକୁ କୋର୍ଟ ଚାଲାଣ

ଗୋଳାମୁଣ୍ଡା/3/9/ନିର୍ଭୟ ନିରପେକ୍ଷ ମସିହା // ଜଙ୍ଗଲରେ ଚୋରା ଚାଲାଣ ରୋକିବା ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନେବା ସ୍ଵତେ ବେଖାତ୍ରିରେ କାଠ ଚୋରି ନେବା ଆଇନ ବିରୋଧୀ, ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେଗାଁ ଉତ୍ତର ବନ ବିଭାଗ ଦ୍ଵାରା କାଠ ବୋଝେଇ ଟ୍ରାକ୍ଟର ଜବତ ହୋଇଥିବା ବେଳେ ୪ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ନାଗେଶ୍ୱର ଜଙ୍ଗଲରୁ କାଠ ଲଦି ଗୁଦୁଡୁଗୁମା ଦେଇ ବୋକ୍ରାସିଲ ଯାଉଥିବା ବେଳେ ନକଟିକାନି ତିନି ଛକ ଠାରେ ଗୋଳାମୁଣ୍ଡା ବନପାଳ ରମେଶ ପଣ୍ଡା କୌଣସିମତେ ଖବର ପାଇ ତାଙ୍କ କର୍ମଚାରୀ ସହ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରି ୪ ଅଭିଯୁକ୍ତଙ୍କୁ ଅଟକ ରଖିଥିଲେ । ଟ୍ରାକ୍ଟରଟି ନମ୍ବର ବିହିନ ଥିବା ବେଳେ ୪ ଅଭିଯୁକ୍ତ ହେଲେ ଗୋବର୍ଦ୍ଧନ ମାଝୀ, ଦେବାରଚନ ମାଝୀ,ସୁଦର ମାଝୀ ଓ ସୁଦବ ମାଝୀ ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଗୁଦୁଡୁଗୁମା ବୋଲି ଜଣାପଡିଛି । ଆଜି ଅପରାହ୍ନରେ କେଗାଁ ବନବିଭାଗ ୨୦୬/୨୩ରେ କେଶ ରୁଜୁ କରି ୪ ଅଭିଯୁକ୍ତକୁ ଧର୍ମଗଡ଼ କୋର୍ଟ ଚାଲାଣ କରିଥିବା ଗୋଳାମୁଣ୍ଡା ବନପାଳ ରମେଶ ପଣ୍ଡା ପକ୍ଷରୁ କୁହାଯାଇଛି । ଏଭଳି ପଦକ୍ଷେପ କୁ ନେଇ ଅଞ୍ଚଳ ବାସି ସାଧୁବାଦ୍ ଜଣାଇଛନ୍ତି।

ଗୋଲାମୁଣ୍ଡା ରୁ ରାମ କୁମାର ସେନାପତିଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ଓଡ଼ିଶା ଆନ୍ଧ୍ର ମିଳିତ ଅବକାରୀ ଚଢାଉ  ନଷ୍ଟ କଲେ ଲକ୍ଷାଧିକ ଟଙ୍କାର ଦେଶୀ ମଦ 

masiha

ଆନ୍ତଃରାଜ୍ୟ ୬ ଦକାୟତ ଗିରଫ

ଶାଳ ଗଛ କାଟି ୩ ଗିରଫ

Sunil Chandra Nayak

Leave a Comment

error: Content is protected !!