ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବି ପଲ୍ଲବୀ ଦାସଙ୍କୁ ନନ୍ଦକିଶୋର ସ୍ମୃତି ସମ୍ମାନ 

କବି ପଲ୍ଲବୀ ଦାସଙ୍କୁ ନନ୍ଦକିଶୋର ସ୍ମୃତି ସମ୍ମାନ 

ଜୁନାଗଡ଼,୧୨/୬(ମନୀସ) କଟକ ଶ୍ରୀରାମଚନ୍ଦ୍ର ଭବନ ଠାରେ ଆୟୋଜିତ ନନ୍ଦକିଶୋର ସାମଲ ସ୍ମୃତି ସଂସଦର ବାର୍ଷିକ ଉତ୍ସବରେ କବି ପଲ୍ଲବୀ ଦାସଙ୍କୁ କବିତା କ୍ଷେତ୍ରରେ ନନ୍ଦକିଶୋର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି । ଗତ ଶନିବାର ସଂଧ୍ୟାରେ ମୁଖ୍ଯ ଅତିଥି ପ୍ରାକ୍ତନ ପ୍ରଶାସକ ରତ୍ନାକର ରାଉତ , ମୁଖ୍ଯବକ୍ତା ସ୍ନାୟୁଶଲ୍ୟ ବିଶେଷଜ୍ଞ ଡ଼ା ରବି ନାରାୟଣ ପଣ୍ଡା , ସମ୍ମାନିତ ବକ୍ତା ଭାବେ ଡ. ନୃସିଂହ ଚରଣ ବେହେରା , ସଂସଦର ଅଧ୍ୟକ୍ଷ ଗଣେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପ୍ରମୁଖ କବି ପଲ୍ଲବୀଙ୍କୁ ମାନପତ୍ର, ଫଳକ ,ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେଦିନର ପ୍ରଥମଶ୍ରେଣୀ ପାଠ୍ୟ ପୁସ୍ତକର ସେଇ “ଆମ ଘର ” ପଦ୍ୟର ରଚୟିତା ନନ୍ଦକିଶୋର ସାମଲ ଆଜି ବି ଘରେଘରେ ପରିଚିତ । ସଂସଦର ଅଧ୍ୟକ୍ଷ ଗଣେଶ୍ୱର ସ୍ୱାଇଁ ପଲ୍ଲବୀ ଦାସଙ୍କ କବିତାପୁସ୍ତକ ‘ ଏବେ ଯିବୁ ଯଦି ଯା ‘ ସମ୍ପର୍କରେ ଆଲୋକପାତ କରିଥିଲେ । ତତ୍ ସହିତ ଓଡିଶାର ବିଭିନ୍ନ ସାରସ୍ବତ ଅନୁଷ୍ଠାନ ତରଫରୁ କଳାହାଣ୍ଡିର କବି ପଲ୍ଲବୀ ସମ୍ବର୍ଦ୍ଧିତ ହୋଇଛନ୍ତି । ତାଙ୍କର ଅନୁରାଗଭରା କବିତା ଓ କବିତାର ନୂଆଦିଗ ହିଁ ପାଠକ ଦରବାରରେ ବେଶ୍ ଆଦୃତିଲାଭ କରିଛି । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିଷାକ୍ତ ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

Sunil Chandra Nayak

ଗଣ୍ଡଳା ପଞ୍ଚାୟତରେ,ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

କଳାହାଣ୍ଡି ଆରଣ୍ୟକ ବାରିକ୍ ସମାଜର ଜରୁରୀ କାଳୀନ ବୈଠକ

Sunil Chandra Nayak

Leave a Comment

error: Content is protected !!