ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପ ସଭା

ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପ ସଭା

କର୍ଲାମୁଣ୍ଡା/ମସୀହା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଦୁର୍ଗାମଣ୍ଡପ ଠାରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢଙ୍କ ନେତୃତ୍ବରେ ବିକଶିତ ଭାରତ ବିକଶିତ ଓଡ଼ିଶାର ସଂକଳ୍ପ ସଭା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟ କ୍ରମରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ରାଜ୍ୟସଭା ସାଂସଦ ସୁଜିତ କୁମାର, ଧର୍ମଗଡ ବିଧାୟକ ସୁଧିର ପାଟ୍ଟଯୋଶୀ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଏସି ମୋର୍ଚ୍ଚା ସଭାପତି ଗଣେଷ କୁମାର, ଜିଲ୍ଲା ଉପସଭାପତି ପ୍ରଶାନ୍ତ ସାହୁ, ନର୍ଲା ନିର୍ବାଚନ ମଣ୍ଡଳୀର ଲଢେଇ କରିଥିବା ବିଧାୟକ ପ୍ରାଥି ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ, କର୍ଲାମୁଣ୍ଡା ବିକଶିତ ଭାରତ ବିକଶିତ ଓଡ଼ିଶାର ସଂକଳ୍ପ ସଂଯୋଗକ ପଦ୍ମ ଲୋଚନ ମିଶ୍ର, କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି ଭୋଇ, ଯୋରାଡବ୍ରା ମଣ୍ଡଳ ସଭାପତି ଯତିନ୍ଦ୍ର ସାହୁ, ପ୍ରଭାରୀ ଘନଶ୍ୟାମ ଗହିର ପ୍ରମୁଖ ଉପସ୍ଥିତ ରହି ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପ ସଭା କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ଓଡ଼ିଶାରେ ସରକାରର ୧ ବର୍ଷ ଭିତରେ ସରକାରଙ୍କ ସଫଳତା ଉପରେ ଜନସାଧାରଣଙ୍କ ଉପରେ ମତବ୍ୟକ୍ତ କରିଥିଲେ। ଏଥିରେ ଭାଜପା ନେତା ନବୀନ କିଶୋର ସାହୁ, ଗୁଣନିଧି ସାହୁ, ବନମାଳୀ ସାହୁ, ଗୋବିନ୍ଦ ସାହୁ, ଦୟାନିଧି ସାହୁ, ଶିଶିର ସାହୁ, ପୁଷ୍ପକାନ୍ତୀ କୁମାର, ପ୍ରଭାତୀ ଭୋଇ, ଶୁଭ୍ରାଂଶୁ ସାହୁ, ଅବନୀ ସାହୁ, ଚିତ୍ର ସାହୁ, ଟିକେଧର ରଣା ସମେତ ଶତାଧିକ ବିଜେପି କର୍ମି ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା ରାଜେନ୍ଦ୍ର ନାରାୟଣ ମିଶ୍ର କରିଥିବା ଵେଳେ ଗଣେଶ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। 

 

Related posts

ନବରଙ୍ଗପୁର ବିଧାନସଭା ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଙ୍କ ପ୍ରଚାର ଆରମ୍ଭ :ବିଜେଡି ର ଶତାଧିକ କର୍ମୀ କଂଗ୍ରେସ ରେ ଯୋଗ ଦେଲେ

masiha

ନର୍ଲା ଜିତୁ କମ୍ପ୍ଲେକ୍ସ୍ ଠାରେ ବିଜେପିର ସଂଯୁକ୍ତ ମୋର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳକୁ ନେଇ ପ୍ରକାଶିତ ବିଭ୍ରାନ୍ତକାରୀ ସମ୍ବାଦ ‘ସଂପୂର୍ଣ୍ଣ ଅମୁଳକ ଏବଂ ଆଧାରହୀନ’ : ଶ୍ରୀ ମନମୋହନ ସାମଲ

Leave a Comment

error: Content is protected !!