ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ବାଲେଶ୍ଵର,୧୧/୧୦/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ଠାରେ ବିଜେଡ଼ି ଦଳର ଜନ ସମ୍ପର୍କ ପଦଯାତ୍ରା ସ୍ଥାନୀୟ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ଆଳଦା ଛକରୁ ଆରମ୍ଭ ହୋଇ ଖଇରା ବଜାର ପରିକ୍ରମା କରି ଦୁର୍ଗା ମଣ୍ଡପରେ ପହଞ୍ଚି ଥିଲା ‌। ପରେ ପରେ ବ୍ଲକ ବିଜେଡି ସଭାପତି ବ୍ରଜକିଶୋର ମହାନ୍ତିଙ୍କ ସଭାପତିତ୍ବରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଦଳର ବିଭିନ୍ନ ନେତା ଓ ନେତ୍ରୀ ମାନେ ମଞ୍ଚାସୀନ ହୋଇ ନବୀନ ସରକାରଙ୍କ ସୁ ଶାସନ ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ । ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ୱେ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀଙ୍କ ଯୋଗଦାନ ଦଳକୁ ଆହୁରି ମଜଭୂତ କରିବାରେ ସହାୟକ ହୋଇଥିବା ଜଣାପଡିଛି । ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟକ ପୁଣି ଷଷ୍ଠ ଥର ପାଇଁ ନିଶ୍ଚୟ ମୁଖ୍ୟମନ୍ତ୍ରୀ ହେଵେ ଏବଂ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପୁଣି ବିଧାୟକ ଭାବେ ଜିତି ମନ୍ତ୍ରୀ ହୋଇ ସିମୁଳିଆ ନିର୍ବାଚନ ମଣ୍ଡଳୀର ଉନ୍ନତିକୁ ଆହୁରି ଆଗକୁ ଆଗେଇ ନେଵେ ଵୋଲି ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀଧର ସ୍ବାଇଁ ବକ୍ତବ୍ୟରେ କହିଥିଲେ । ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନିର୍ମିଳ ଶାସନକୁ ପାଥେୟ କରି ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଆହ୍ବାନ କ୍ରମେ ଆଜିର ପଦଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇ ପଦଯାତ୍ରାକୁ ସଫଳ କରି ଅଛନ୍ତି । ଯାହା ବିରୋଧୀ ଦଳଙ୍କ ମନ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । ଏହା ଆଗାମୀ ନିର୍ବାଚନର ବିଗୁଲ ଵୋଲି ସର୍ବସାଧାରଣରେ ଆଲୋଚନା ହେଉଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିଜେଡି ର ପ୍ରତିଷ୍ଠା ଦିବସ ରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର

masiha

ମୋଦି ସରକାର ଙ୍କ ଜନ ବିରୋଧି ନୀତି ବିରୁଦ୍ଧରେ ୫ ଏପ୍ରିଲ ଦିଲ୍ଲୀ ଅଭିଯାନ କୁ ସଫଳ କରିବା ପାଇଁ ମିଳିତ କନଭେନସନ

Sunil Chandra Nayak

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ପଦଯାତ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ, ଜିଲ୍ଲା କଂଗ୍ରେସର ପଦଯାତ୍ରା

masiha

Leave a Comment

error: Content is protected !!