ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରେସ ମିଟରେ ସୂଚନା ଦେଲେ ଡାବୁଗାଁ ବିଧାୟକ

ମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରେସ ମିଟରେ ସୂଚନା ଦେଲେ ଡାବୁଗାଁ ବିଧାୟକ

ପାପଡାହାଣ୍ଡି 11/10, ମନିସ —- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀର 4 ଗୋଟି ସ୍ଥାନକୁ ଆସନ୍ତା 13 ତାରିଖ ଦିନ ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି | ସେ 16 ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିବେ | ଏହି ପ୍ରକଳ୍ପ ଲାଗି 70 କୋଟି ଟଙ୍କା ଖର୍ଚ୍ଚ ହେବ | ଏହାକୁ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରି | ବ୍ଲକ ସଭା ଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ଅଧକ୍ଷା ପ୍ରତିନିଧି ପରେଶ ଜେନା, ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲିକ,ମୋକିଆ ସରପଞ୍ଚ ଜଗତ ଜୀବନ ନାୟକ, ଶିବ ପ୍ରସାଦ ଅଗ୍ରୱାଲ,ଯୁଗଳ ବିଶୋଇ, ଧୋବା ନାୟକ , ବିଷ୍ଣୁ ବିଶୋଇ, ରାମ ମିର୍ଗାନ ପ୍ରମୁଖ ଉପସ୍ଥିତ ଥିଲେ | ମନ୍ତ୍ରୀ ଢୋଲକିଆ ପାପଡାହାଣ୍ଡି ବ୍ଲକର ମଇଦଲପୁର ଓ ମୋକିଆ, କୋଷାଗୁମୁଡା ବ୍ଲକ କଟାଗାଁ ଓ ଡାବୁଗାଁ ବ୍ଲକ ଚିକିଲି ଠାରେ ଯୋଗଦେବେ | ଏହି ଅବସରରେ ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମ ରହିଛି | ବିଲଡିଂ, ରାସ୍ତା ଓ ପୋଲ ର ଭିତ୍ତି ପ୍ରସ୍ତର କରିବେ | ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଧନ୍ୟବାଦ ଦେବା ସହ ନିର୍ବାଚନ ମଣ୍ଡଳୀର ଯେକୌଣସି ପ୍ରକଳ୍ପ ଦେଲେ ଅନୁମୋଦିତ ହେଉଥିବା କହିଥିଲେ | କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ମାଝୀ ସହ ବହୁ ବିଜେଡି କର୍ମ କର୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ସାହିତ୍ଯ ସଂସଦର ଶିଶୁ ମହୋତ୍ସବ 

Sunil Chandra Nayak

୧୧ ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ପ୍ରତିବାଦ ସଭା

Sunil Chandra Nayak

ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣିରେ ସ୍ୱଚ୍ଛତା ହି ସେବା ଅଭିଯାନ

masiha

Leave a Comment

error: Content is protected !!