ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଣି ଚାଷଜମି ମୁଁହା ଜଙ୍ଗଲି ହାତୀ, ନଷ୍ଟ କରିଛନ୍ତି ଧାନ ଓ କପା ଫସଲ ,ଜଗି ରହିଛନ୍ତି ବନ ବିଭାଗ କର୍ମଚାରୀ 

ପୁଣି ଚାଷଜମି ମୁଁହା ଜଙ୍ଗଲି ହାତୀ, ନଷ୍ଟ କରିଛନ୍ତି ଧାନ ଓ କପା ଫସଲ 

       ଜଗି ରହିଛନ୍ତି ବନ ବିଭାଗ କର୍ମଚାରୀ 

ରୁପ୍ରା,୧୧/୧୦ (ମନିସ) : ଠିକ୍ ଏହି ସମୟରେ ଚାଷ ଅମଳ ସମୟରେ ଜଙ୍ଗଲି ହାତୀପଲଙ୍କ ଚାଷଜମି ମୁଁହା ହେବା ଯୋଗୁଁ  ଚାଷୀମାନେ ଆତଙ୍କିତ ଅବସ୍ଥାରେ ଥିବା ବେଶ୍ କିଛି ବର୍ଷ ହେଲା ନର୍ଲା ବ୍ଲକ୍ ଅଧିନ ରୁପ୍ରା ସମେତ ବୁର୍ଡିପଡା, ତିତକେଲା, ପଲସାପଡା, କର୍ମେ, ଗୁଡିପଟା, କଳାରପଦର,  ଭଟାଙ୍ଗ, ବାଗପୁର ଆଦି ଅଞ୍ଚଳରେ ଦେଖାଯାଉଛି। ସୂଚନା ମୁତାବକ ମଙ୍ଗଳବାର ରାତିରେ କମେ ଡଙ୍ଗରରୁ ୧୫ ଟିକିଆ ହାତୀପଲ ମଧ୍ୟରୁ ୫ଟି ହାତୀ ଭଟାଙ୍ଗ ଗ୍ରାମର କିଛି ଚାଷୀଙ୍କ ଧାନ ଫସଲ ବ୍ୟାପକ କ୍ଷୟକ୍ଷତି କରିଥିବା ଚାଷୀମାନେ ବନ ବିଭାଗ ଠାରେ ଅଭିଯୋଗ କରିଛନ୍ତି। ହାତୀ ସମ୍ପର୍କରେ ଖବର ପାଇବା ପରେ ନର୍ଲା ଫରେଷ୍ଟର୍ ଭବାନୀ ନାଏକଙ୍କ ସହ କର୍ମଚାରୀ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଥିଲେ। ଉକ୍ତ ହାତୀପଲ ରାତିରେ ଲାଖପଦର ଦେଇ  ଡେଣ୍ଡ୍ରୋବାହାଲି ନିକଟରେ ଥିବା ପାହାଡରେ ରହିଥିବା ଜଣାପଡ଼ିଛି। ଡେଣ୍ଡ୍ରୋବାହାଲି ଗ୍ରାମର କିଛି ଚାଷୀଙ୍କ ଧାନ, ହରଡ ଓ କପା ଫସଲ ମଧ୍ୟ ହାତୀପଲ ଖାଇବା ସହ ନଷ୍ଟ କରିଥିବା ଚାଷୀ ନିଳାଞ୍ଚଳ ସିଂ ଠାକୁର ‘ସମ୍ୱାଦ’ କୁ ସୂଚନା ଦେଇ କହିଛନ୍ତି। ଉକ୍ତ ଅଞ୍ଚଳରେ ରୁପ୍ରାରୋଡ୍ ଫରେଷ୍ଟର୍ ବିଶ୍ୱଜିତ ଠାକୁରଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ଉପସ୍ଥିତ ରହି ଆଜି ଦିନସାରା ହାତୀପଲର ଗତିବିଧି ନିରୀକ୍ଷଣ କରିଥିଲେ । ସନ୍ଧ୍ୟା ହେବାରୁ ବନ ବିଭାଗ ତରଫରୁ ହାତୀ ଘଉଡାଇବା ଆରମ୍ଭ କରିଥିବା ଖବର ମିଳିଛି। ହାତୀପଲ ଫେରୁଥିବା ଯୋଗୁଁ ଉକ୍ତ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ୍ ଥିବା ନର୍ଲା ବିଦ୍ୟୁତ୍ ଉପଖଣ୍ଡ ଅଧିକାରୀ କମଲେସ୍ ପଧାନ ସୂଚନା ଦେଇଛନ୍ତି। 

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ 

Related posts

୬୨ ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ପ୍ରତିଷ୍ଠା ଦିବସ ପାଳିତ

masiha

ପରଜଙ୍ଗ ବ୍ଲକରେ ଢେଙ୍କାନାଳ ୱେବ ମେଡିଆ ସାମ୍ବାଦିକ ସଂଘର ସାଧରଣା ବୈଠକ

Sunil Chandra Nayak

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ

masiha

Leave a Comment

error: Content is protected !!