ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ଶାସ୍ତ୍ରୀୟ ଭାଷା ଦିବସ ପାଳନ

ରାଉରକେଲା/ ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ଡଃ ନଗେନ କୁମାର ଦାସ ଙ୍କ ଆବାହକତ୍ବରେ, ରଶ୍ମି ରଞ୍ଜନ ବୋଇତାଇଙ୍କ ସଭାପତିତ୍ବରେ ଶାସ୍ତ୍ରୀୟ ଭାଷା ଦିବସ ପଗତି ଉତ୍କଳ ସଂଘ ସଭାଗୃହ ରେ ପାଳିତ ହୋଇ ଯାଇଅଛି। ଓଡ଼ିଆ ଭାଷା ବିକାଶ ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ଶାସ୍ତ୍ରୀୟ ଭାଷା ଦିବସର ତାତ୍ପର୍ଯ୍ୟ ଏବଂ ତା’ର କାର୍ଯ୍ୟକାରୀତା ଉପରେ ପ୍ରଶ୍ନ ଉଠାଇଥିଲେ। ମୁଖ୍ୟବକ୍ତା କ୍ଷୀରୋଦ ଚନ୍ଦ୍ର ବରାଳ ଓଡ଼ିଆ ଭାଷା କ୍ରମ ବିକାଶ ଉପରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଆରଏସପି ସହର ପ୍ରଶାସନର ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ ତାଙ୍କର ବକ୍ତବ୍ୟରେ କହିଲେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲେ ବି ଯଦି ଲୋକଙ୍କ ପେଟପାଟଣାର ଭାଷା ଓ ଜ୍ଞାନ ବିଜ୍ଞାନର ଭାଷା ନହୁଏ ତେବେ ଆମ ମାତୃଭାଷା ଉନ୍ନତ ସୋପାନରେ ପହଞ୍ଚି ପାରିବ ନାହିଁ ବୋଲି ମତ ରଖିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ବିଜୟିନୀ ଜେନାଙ୍କ ସଭାପତିତ୍ବରେ , ରଶ୍ମି ସାହୁ ଏବଂ ଅର୍ଚ୍ଚନା ପାତ୍ରଙ୍କ ସଂଯୋଜନାରେ ଭାଷାକୁ ନେଇ ଏକ ସୁନ୍ଦର କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ କବି କବିତା ପାଠ କରିଥିବା ବେଳେ ପ୍ରଗତି ଉତ୍କଳ ସଂଘର ସାଧାରଣ ସମ୍ପାଦକ ରାଧା ମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ହାତୀବନ୍ଧା କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା 

Sunil Chandra Nayak

ମଞ୍ଚାଗାଁ ଜଳବନ୍ଦୀ ଙ୍କ ସେବାରେ ଲାଗିଥିବା ଲଞ୍ଚ ରେ ଛିଦ୍ର

Sunil Chandra Nayak

କୋଳିଗାଁ ହାଇ ସ୍କୁଲର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!