ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାମନଘାଟୀ ଉପତ୍ୟକା ମାଇନ୍ସ ଓ୍ବାର୍କରସ୍ ୟୂନିଅନ ତରଫରୁ ସୁଲାଇପାଟ ଲୌହଖଣି ଛଟେଇ ଶ୍ରମିକ ମାନଙ୍କ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର 

ମୟୂରଭଞ୍ଜ ୧୩/୩/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର କୁସୁମି ବ୍ଳକ ଅନ୍ତର୍ଗତ ସୁଲାଇପାଟ ଲୌହ ଖଣିର ଛଟେଇ ଶ୍ରମିକଙ୍କ ନାର୍ଯ୍ୟ ଦାବିନେଇ ଆଜି ଉପଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଵାମନଘାଟୀ ଉପତ୍ୟକା ମାଇନ୍ସ ଓ୍ବାର୍କର୍ସ ୟୂନିଅନ ତରଫରୁ ୪ ଦଫା ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଛି ।ସୁଲାଇପାଟ ଲୌହ ଖଣି ବନ୍ଦ ଯୋଗୁଁ ଶତାଧିକ ଖଣି ଶ୍ରମିକ କାମଧନ୍ଦା ନପାଇ ଛଟେଇ ହୋଇ ଭୋକ ଉପାସରେ ଦିନ କାଟୁଛନ୍ତି ।ଏହି ସୁଲାଇପାଟ ଲୌହ ଖଣି ବିରାଟ ଚନ୍ଦ୍ର ଡଗରା ଅଧିନରେ ଲୌହ ଖଣି ମାଲିକାନା ସରକାରୀ ଲିଜ୍ ଆକାରରେ ଚାଲିଥିଲା । ସୁଲାଇପାଟ ଲୌହଖଣି ବନ୍ଦ ଯୋଗୁଁ ଶ୍ରମିକମାନେ ସେମାନଙ୍କ ଧାର୍ଯ୍ୟ ପାଉଣା ଗ୍ରାଚ୍ଯୁଟି,ପ୍ରଭିଡେଣ୍ଟ ଫଣ୍ଡ,ଛୁଟି,ଓ ବୋନସ ଟଙ୍କା ଶିଘ୍ର ଶ୍ରମିକମାନଙ୍କୁ ଦେବାସହ ଖଣି ଚାଲୁ କରାଯାଇ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇ ଦିଆଯାଉ ବୋଲି ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ସଂଗଠନର ପାର୍କ ସୁଶିଲ ମହାକୁଡ଼,ଚାନ୍ଦ୍ରଇ,ମନୋଜ ହେମ୍ବ୍ରମ,ଲକ୍ଷ୍ମଣ ମାରାଣ୍ଡି ଙ୍କ ସମେତ ଅନ୍ୟ ଶ୍ରମିକମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବି ସହ ସମାଧାନ ପାଇଁ ଲିଖିତ ଅନୁରୋଧ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ମହା ସମାରୋହରେ ପାଳିତ ହେଲା ନର୍ଲା ରେ ନୂଆଁଖାଇ ଭେଟ୍‌ ଘାଟ 

Sunil Chandra Nayak

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୯ ଟି ଅଭିଯୋଗର ଶୁଣାଣି

କୁମ୍ଭାଟୁଆ ପକ୍ଷୀର ବାସ ସଂରକ୍ଷଣ ଆଜିର ମୁଖ୍ୟ ଆହ୍ୱାନ

Sunil Chandra Nayak

Leave a Comment

error: Content is protected !!