ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହତାବ ଭବନ ପରିସରରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ମହତାବ ଭବନ ପରିସରରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ରାଇରଙ୍ଗପୁର – ୧/୧୦ ଅକୋଟବୋର ପହିଲା ପୃଥୀବୀର କୋଣେ ଅନୁକୋଣେ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଉଛି ।ସମାଜରେ ବସବାସ କରୁଥିବା ବୟସ୍କ ବ୍ୟକ୍ତିମାନେ ସମାଜ ଓ ପରିବାର ପ୍ରତି ଥିବା ଅମୂଲ୍ଯ ଅବଦାନ, ଅଭିଜ୍ଞତାର ଗନ୍ତାଘର, ସମାଜକୁ ଭଲ ପାଇ ସଠିକ୍ ରାସ୍ତାରେ ନେବା ପଥ ପ୍ରଦର୍ଶକ ଅନନ୍ୟ ଓ ଅବର୍ଣ୍ଣନୀୟ ଓ ଗୁରୁତ୍ବପୁର୍ଣ ।ବୟସର ଅପରାହ୍ନରେ ସେମାନଙ୍କ ଅବଦାନକୁ ସ୍ଵିକୃତି ଓ ସମ୍ମାନ ଜଣାଇବା,ଵୃଦ୍ଧାଵସ୍ଥାରେ ସମ୍ମାନ ଓ ହସଖୁସିରେ ଜୀବନ ଯାପନ କରିବା ଏବଂ ସେମାନେ ଗତି କରୁଥିବା ସମସ୍ୟା ସମାଧାନ କରିବା ପାଇଁ ସଚେତନ ସୃଷ୍ଟି କରିବା ହେଉଛି ସମାଜର ସମସ୍ତ ବର୍ଗର ଦାୟିତ୍ଵ ।

  ଆଜି ଉପଖଣ୍ଡ ପ୍ରଶାସନ ତରଫରୁ ରାଇରଙ୍ଗପୁରର ସ୍ଥାନୀୟ ମହତାବ ଭବନ ପରିସରରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯିବି ।ପ୍ରାରମ୍ଭରେ ସକାଳ ୬.୩୦ରୁ ୮.୩୦ ଯୋଗ ପ୍ରାଣାୟାମ କାର୍ଯ୍ୟକ୍ରମ ୯ ଠାରୁ ୧୦ ଟା ସର୍କିଟ ହାଉସ ପରିସରରେ ବରିଷ୍ଠ ନାଗରିକଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ୧୧.୩୦ ଠାରେ ବରିଷ୍ଠ ନାଗରିକ ଦିବସ ଆୟୋଜିତ ସଭାରେ ,ପଦ୍ମଶ୍ରୀ ଚରଣ ହେମ୍ବ୍ରମ, ମୁଖ୍ୟ ଅତିଥି ସାଂସଦ ନବ ଚରଣ ମାଝୀ, ଉପଜିଲ୍ଲାପାଳ ଉଗ୍ରେସନ ଓରାମ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଯେନା,ଡାକ୍ତର ସାଜିଦ ଖାନ, ଆଡଭୋକେଟ ସୁଧାଂଶୁ ଶେଖର ମହାନ୍ତ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିବାବେଳେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ମଂଚ ପରିଚାଳନା କରିଥିଲେ ।ଅତିଥି ଗଣ ବରିଷ୍ଠ ନାଗରିକ ସମାଜରେ ବୋଝ କି ଅଲୋଡା ନୁହନ୍ତି ।ତେଣୁ ସେମାନଙ୍କୁ ସୁରକ୍ଷା ଦେବା, ଶ୍ରଦ୍ଧା ଦେବା, ଯତ୍ନ ନେବା, ଏକଲା ପତ୍ରକୁ ଦୂରେଇ ରଖିବା, ସ୍ୱାସ୍ଥ୍ୟର ଯତ୍ନ ନେବା, ମିଠା କଥା କହିବା, ପୁଷ୍ଟିକର ଖାଦ୍ୟ ଦେବା ସମାଜର ସବୁ ବର୍ଗର ଦାୟିତ୍ବ ‌।ଅତିଥିଗଣ ପ୍ରାକ୍ତନ ବରିଷ୍ଠ ନାଗରିକ ସଂଘର ସଭାପତି ରସାନନ୍ଦ ଲେଙ୍କା(୯୫), ପ୍ରାତଧ ସଂପାଦକ ମକରଧ୍ବଜ ସାମଲ, ଦୁଷ୍ମନ୍ତ ବସା, ନିରଜ ପଣ୍ଡାଙ୍କୁ ଉତ୍ତରୀୟ ,ମାନପର ଦେଇ ସମ୍ବର୍ଦ୍ଧିତ କରିବା ସହ ବରିଷ୍ଠ ନାଗରିକ ଦିବସରେ ଆୟୋଜିତ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ବୟସ୍କମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।କାର୍ଯ୍ଯୟମେ ଅତିରିକ୍ତ ଉପଜିଲ୍ଲାପାଳ ଵାସନ୍ତୀ ଲାକ୍ରା,ତହସିଲଦାର ଭବାନୀ ପ୍ରସାଦ ସାହୁ,ଆଇଆଇସି ରଞ୍ଜନ ସେଠୀ, ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ, ସହକାରୀ ଜିଲ୍ଲାପାଳ ଅନିତା ରାଣୀ ମହାନ୍ତ, ସାମାଜିକ ସୁରକ୍ଷା ଅଧିକାରିଣୀ ସୋମଵାରୀ ମୁର୍ମୁ ଏବଂ ବିଭାଗୀୟ କର୍ମଚାରୀ ପ୍ରମୁଖ ଯୋଗଦେବା ସହ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ ।କାର୍ଯ୍ୟକ୍ରମରେ ବହୁ ବୟସ୍କ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି, ସାମାଜିକ କର୍ମୀ ପ୍ରମୁଖ ଉପସ୍ଥିତ ରହି ବୟସ୍କ ମାନଙ୍କୁ ସମ୍ମାନ ଜଣାଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ଜିଲ୍ଲା ସ୍ତରୀୟ ଅନ୍ତଃ ବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ

Sunil Chandra Nayak

ତେରେସିଂହା ୧୯୯୫ ମାଟ୍ରିକ ବ୍ୟାଚ୍ ର ବନ୍ଧୁମିଳନ

masiha

ଆଦର୍ଶ ପାଠାଗାରର ବିଷୁବ ମିଳନ ଆସନ୍ତା ୧୪ରେ…..

masiha

Leave a Comment

error: Content is protected !!