ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଡୁଗାଁ ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ଲଡୁଗାଁ ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

କୋକସରା,୯/୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତରେ ସରପଞ୍ଚ ନକୁଳ ନାଏକଙ୍କ ଅଧ୍ୟକ୍ଷତାରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ବ୍ଲକ ଏକାଉଣ୍ଟଟେଣ୍ଟ ଅଶୋକ କୁମାର ସେଠୀ, ପୂର୍ବତନ ସରପଞ୍ଚ କହ୍ନେଇ ଚରଣ ଦାସ, ଯୁବକବି ପଙ୍କଜ ମୁଖ ଚୌଧୁରୀ, ଭାରପ୍ରାପ୍ତ ଜିପିଇଓ ବିରଞ୍ଚି ଖର୍ସେଲ, ନାଏବ ସରପଞ୍ଚ ଶୋଭାଗିନୀ ଚଣ୍ଡି , ପିଇଓ ମାନସ ରଞ୍ଜନ ବେନୁପାଣି ମଞ୍ଚରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୁଗାନ୍ତକାରୀ, ଲୋକାଭିମୁଖୀ ଯୋଜନା ଉପରେ ଜନ ସାଧାରଣଙ୍କୁ ସୁଚିତ କରିଥିଲେ। ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗର ଷ୍ଟଲରେ ଲୋକଙ୍କୁ ରାଜ୍ୟ ସରକାରଙ୍କ ସରକାରୀ ସ୍ତରରେ ରହିଥିବା ଯୋଜନା ବିଷୟରେ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ଘୁମୁରା କଳାକାର ଓ ସ୍ଥାନୀୟ କଳାକାର ମାନେ ଓଡିଶୀ, ସମ୍ବଲପୁରୀ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନୱାଡି କର୍ମି ସମେତ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ଯୋଗୀନ୍ଦ୍ର ହଂସ ମଞ୍ଚ ସଂଯୋଜନା କରିଥିଲେ । ଲଡୁଗାଁ ପିଇଓ ମାନସ ରଞ୍ଜନ ବେନୁପାଣି, ଜିଆରଏସ ବିରେନ୍ଦ୍ର କୁମାର ନାଏକ ଓ ପଞ୍ଚାୟତ କର୍ମଚାରୀ ମାନେ ସହଯୋଗ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ନବରଙ୍ଗପୁର ଜିଲ୍ଲାର ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଏବଂ ଅନୁଷ୍ଠାନର ମୁଖପତ୍ର ଷୋଡ଼ଶ ଶ୍ରୀତୁଳସୀ ପତ୍ରିକା ଉନ୍ମୋଚନ ଉତ୍ସବ -୨୦୨୪ 

masiha

ମହାରାଣୀ କସ୍ତୁରିକା ମୋଦିନୀ ଦେବୀ ଡିଗ୍ରୀ ମହା ବିଦ୍ୟାଳୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

ଅଷ୍ଟ-ଦିବସୀୟ ଆଚାର୍ଯ୍ୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ପନ୍ନ ବିଭିନ୍ନ ବିଷୟବସ୍ତୁକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ

masiha

Leave a Comment

error: Content is protected !!