ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜପୁର ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମରେ ପୁଣି ଠୁମକା ମାରିଲେ ଜୁନାଗଡ଼ ବିଧାୟକ

 ରାଜପୁର ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମରେ ପୁଣି ଠୁମକା ମାରିଲେ ଜୁନାଗଡ଼ ବିଧାୟକ
ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ଜୁନାଗଡ଼ ,୯/୨(ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର  ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ଆମ ଓଡ଼ିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ କାର୍ଯ୍ୟକାରୀ କରି ତାହାର ସଫଳ ରୂପାୟନ ଲୋକଙ୍କ ପାଖକୁ ପହଞ୍ଚି ପାରିଛି ବୋଲି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଜନସାଧାରଣଙ୍କୁ ମାର୍ଗଦର୍ଶନ କରିଥିଲେ ।ଏଥିରେ ସ୍ଥାନୀୟ ସରପଞ୍ଚ ଗଜିନ୍ଦ୍ର ମାଝି ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବ୍ଲକ ଉପ।ଧକ୍ଷ ପ୍ରମୋଦ ବେହେରା ,ଜିଲ୍ଲା ପରିଷଦ ସଭ୍ୟ। ସଂଗୀତା ଖର୍ସେଲ  ,ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ  ,ସମିତି ସଭ୍ୟ। ଲେଲି ଖର୍ସେଲ  ,ବି ସି ସି ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା ,ଏ ଇ କରୁଣା କର ମୁର୍ମୁ , କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମଳିକ ,ପିଇଓ ଆକାଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ।ଏହି କାର୍ଯ୍ୟକ୍ରମ ରେ  ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରଂବିକ ସଙ୍ଗୀତ ଗାନ କରାଯାଇଥିଲା ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମା ତାରା ତାରିଣୀ ନାଇଟ କୁଇନ ମେଲୋଡି ଏବଂ ପୁରସ୍କାର ବିତରଣ କରଯାଇଥିଲା ।ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କୁନି କୁନି କଳାକାରଙ୍କ ସହିତ ରସ ଜାମୁଡାଳି ଗୀତରେ  ଓ ନାଚରେ ଜୁନାଗଡ଼ ବିଧାୟକଠୁ ମକା ମାରି  ସମସ୍ତଙ୍କ ମନକୁ ଜିଣିଥିଲେ । ।ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ଶିକ୍ଷାବିତ ,ସମାଜସେବୀ ,ସାମ୍ବାଦିକ, କୃଷକଙ୍କୁ ମାନ ପତ୍ର ଓ ଉପ ଢ଼ୋକନ ଦେଇ ସମ୍ମାନିତ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ବଣି ଜରା ଜି ଆର ଏ ସ ଶଶାଙ୍କ ଶେଖର ପାଢ଼ୀ ମଞ୍ଚ ପରିଚାଳନା କରିଥିବାବେଳେ ସମାଜସେବୀ କାହ୍ନୁ ଚରଣ ନେଗି , ଯୋଗାଣ ସହାୟକ ଗଣେଶ ଦୁର୍ଗା , ପଞ୍ଚାୟତ କର୍ମଚାରୀ ବୃନ୍ଦ ଓ ଗ୍ରାମବାସୀମାନେ ଉପସ୍ଥିତ ରହି ଥିଲେ, ସେହିପରି ପିଇଓ ଆକାଶ କୁମାର ସାହୁ ଧନ୍ୟବାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଅଖିଳ ଭାରତୀୟ ସାହିତ୍ୟ ପରିଷଦର କାର୍ଯ୍ୟକର୍ତ୍ତା ମିଳନ କାର୍ଯ୍ୟକ୍ରମ 

masiha

ଭବାନୀପାଟଣା ଠାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ

masiha

ଚନ୍ଦ୍ରପୁର ରାସ୍ତା କାମରେ ହୋଇଥିବା ମହା ଘୋଟାଲାର ତଦନ୍ତ କଲେ ଲୋକାୟୁକ୍ତ

masiha

Leave a Comment

error: Content is protected !!