ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ କାୟାକଳ୍ପ ଟିମ

ଲାଞ୍ଜିଗଡରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ କାୟାକଳ୍ପ ଟିମ

ଲାଞ୍ଜିଗଡ,୦୯/୦୨(ମନିସ)-ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ସଫଳତା ହାସଲ କରିଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଲାଞ୍ଜିଗଡରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଆଜି ଦୁଇଜଣିଆ କାୟାକଳ୍ପ ଟିମ ଆସିବା ସହିତ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ବ୍ୟବସ୍ଥା ତଦାରଖ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି। କାୟାକଳ୍ପ ଟିମର ଦୁଇଜଣିଆ ସଦସ୍ୟଙ୍କ ମଧ୍ୟରେ ଇନଚାର୍ଜ ଡିପିଏମ ଭବାନୀଶଙ୍କର ସାହୁ, ସହକାରୀ ଆଶା ମ୍ୟାନେଜର ମିନାକ୍ଷୀ ମହାନ୍ତି ଆଜି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅନ୍ତର୍ଯ୍ୟାମୀ ରଣା, ଫାର୍ମାସିଷ୍ଟ ରବୀନ୍ଦ୍ର କୁମାର ସାହୁ, ସିଏଚଓ ନିରୁପମା ନାୟକ, ସୁଷମା ଦାସ, ରମେଶ ନାଏକ, ଭୀଷ୍ମ ବାଗ, କୃଷ୍ଣ ନାଏକ ପ୍ରମୁଖ କାୟାକଳ୍ପ ଟିମକୁ ସ୍ୱାଗତ କରିବା ସହିତ ସ୍ଵାସ୍ଥ୍ୟକେନ୍ଦ୍ର ବୁଲି ଦେଖାଇଥିଲେ।

ଲାଞ୍ଜିଗଡରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ରେଳ ଧାରଣା ବିଦ୍ୟୁତ୍ ଖୁଣ୍ଟରେ ଚଢି ଯୁବକ ଗୁରୁତର

Sunil Chandra Nayak

ନାରାୟଣପାଟଣା ଓଡିଆପେଣ୍ଠ ନିକଟରେ ବାଇକ ଅଟୋ ଧକ୍କା ଜଣେ ମୃତ୍ୟୁ ଜଣେ ଗୁରୁତ୍ବର 

masiha

ରାୟଗଡ଼ା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

masiha

Leave a Comment

error: Content is protected !!