ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩୯ ତମ ରାଇରଙ୍ଗପୁର ପ୍ରସିଦ୍ଧ ରଥଯାତ୍ରା କମିଟି ନୂତନ ଅଧ୍ୟକ୍ଷ ସାଂସଦ ନବ ଚରଣ ମାଝୀ

୩୯ ତମ ରାଇରଙ୍ଗପୁର ପ୍ରସିଦ୍ଧ ରଥଯାତ୍ରା କମିଟି ନୂତନ ଅଧ୍ୟକ୍ଷ ସାଂସଦ ନବ ଚରଣ ମାଝୀ

ରାଇରଙ୍ଗପୁର – ୧୫/୦୫ —  ଉତ୍ତର ଓଡ଼ିଶାର ଅନ।ମତ୍ତ ପ୍ରସିଦ୍ଧ ରାଇରଙ୍ଗପୁର ରଥଯାତ୍ରା କମିଟିର ବୈଠକ ନବ ନିଯୁକ୍ତ ଉପଜିଲ୍ଲାପାଳ ତଥା ଦେବୋତ୍ତର କମିଟିର ଅଧ୍ୟକ୍ଷ ଉଗ୍ରସେନ ଓରାମଙ୍କ ସଭାପତିତ୍ବରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ମନ୍ଦିରର ଉନ୍ନତିକରଣ,ଯାତ୍ରିନିବା ସମ୍ମୁଖରେ ଥିବାଜଗନ୍ନାଥ ମନ୍ଦିର ଜାଗାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ,ଏବଂ ମନ୍ଦିର ଓ ରଥଯାତ୍ରା ସମ୍ବନ୍ଧୀୟ ଆଲୋଚନା ଅନୁଷ୍ଠିତ ହୋଇଥିଲା ।ତଦସହ ଗତବର୍ଷ ରଥଯାତ୍ରାରେ ଆୟବ୍ୟୟ ଅଟକଳ ର ହିସାବ ରଥ କମିଟି ପ୍ରଦାନ କରିଥିଲା ।ଗତବର୍ଷର ବଳକା ୮ ଲକ୍ଷ ୫୮ ହଜାର ଟଙ୍କାମନ୍ଦିର ପରିଚାଳନା କମିଟି କୁ ପ୍ରଦାନ କରାଯାଇଥିଲା । ପରେ ଚଳିତ ବର୍ଷ ପାଇଁ ରଥଯାତ୍ରା କମିଟିର ଅଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ମୟୂରଭଂଜ ସାଂସଦ ନବ ଚରଣ ମାଝୀଙ୍କୁ ମନୋନିତ କରାଯାଇଥିଲା । ସାଂସଦ ନବ ଚରଣ ମାଝୀ କହିଥିଲେ ତାଙ୍କୁ ଯେଉଁ ଆଧ୍ଯାତମିକ କର୍ମ ପରିଚାଳନା ପାଇଁ ଗୁରୁ ଦାୟିତ୍ଵ ଦିଆଯାଇଛି ତାକୁ ନିଷ୍ଠାର ସହ ତୁଲାଇଵେ ଏବଂ ସେଥିପାଇଁ ଦେବୋତ୍ତର କମିଟି ଓ ରଥ କମିଟିର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ ।ଏହି ବୈଠକରେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟନାୟକ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ସହକାରୀ ଜିଲ୍ଲାପାଳ ସୁଧାକାର ସେଠୀ, ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ,ପ୍ରାକ୍ତନ ମୋରଡାର ଵିଜେଡି ବିଧାୟକ ରାଜକିଶୋର ଦାସ, ରଥ କମିଟିର ଵର୍ଷିଆନ ସଦସ୍ୟ ରସାନନ୍ଦ ଲେଙ୍କା, ବର୍ଷିଆନ ବରିଷ୍ଠ ସଦସ୍ଯ ମନୋରଞ୍ଜନ ମହାନ୍ତି, ପ୍ରାକ୍ତନ ରାଜ୍ୟ ବିଜେପି ସଂପାଦକ ନବିନ ରାମ, ଡାହୁକ କୃଷ୍ନବିହାରୀ ମହାନ୍ତି ଆଲୋକ ଅଗ୍ରଓ୍ବାଲ,ସାଂସଦ ପ୍ରତିନିଧି ଶିବ କୁମାର ଅଗ୍ରଓ୍ବାଲ, ସୁଶାନ୍ତ ମିଶ୍ର , ଦେଵୋତ୍ତୋର ବିଭାଗ କର୍ମଚାରୀ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ପିକ୍ ଅପ୍ ଭ୍ୟାନ୍ ଦୁର୍ଘଟଣାରେ ଶିଶୁ ମୃତ: ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ: ଯାତାୟାତ ବାଧା ପ୍ରାପ୍ତ : ଡ୍ରାଇଭର ଅଟକ 

masiha

ତେଜୁଛି ଜିଲ୍ଲା ମାନ୍ୟତା ଦାବୀ ,  ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୪୦ ଦିନରେ

masiha

ତୈଳିକ ସମାଜ ବାର୍ଷିକ ବୈଠକ

Sunil Chandra Nayak

Leave a Comment

error: Content is protected !!