ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାବିତ୍ରୀ ବ୍ରତ : ଫଳର ମୂଲ୍ୟ ଆକାଶ ଛୁଆଁ

ସାବିତ୍ରୀ ବ୍ରତ : ଫଳର ମୂଲ୍ୟ ଆକାଶ ଛୁଆଁ

ରାଉରକେଲା ୧୫/୫, ରାତି ପାହିଲେ ସାବିତ୍ରୀ ବ୍ରତ। ଭାରତୀୟ ସଂସ୍କୃତିରେ ମହିଳାମାନଙ୍କ ଦ୍ଵାରା ସାବିତ୍ରୀ ବ୍ରତର ପାଳନ ତଥା ସ୍ବାମୀଙ୍କ ଦୀର୍ଘାୟୁ ଓ ସୁଖ ସମୃଦ୍ଧି କାମନା କରି ଏହି ବ୍ରତ ପାଳନ କରାଯାଇଥାଏ। ଓଡିଶାର ସଂସ୍କୃତିରେ ମହିଳାମାନଙ୍କ ଦ୍ଵାରା ସାବିତ୍ରୀ ବ୍ରତ ପାଳନର ଗୁରୁତ୍ୱ ଯଥେଷ୍ଟ ରହିଛି। ଶନିବାର ଦିନ ସାବିତ୍ରୀ ବ୍ରତ ପାଳନ ହେଉଥିବା ବେଳେ, ଆଜି ବଜାରରେ ଫଳର ମୂଲ୍ୟ ଆକାଶ ଛୁଆଁ ହୋଇଛି। ସାବିତ୍ରୀ ବ୍ରତ ପାଳନ ପାଇଁ ମହିଳାମାନେ ଦୋକାନରୁ ଫଳ ଏବଂ ପୂଜା ସାମଗ୍ରୀ କିଣୁଛନ୍ତି। ଆଜି ସହରର ମୁଖ୍ୟ ରାସ୍ତାର ଟ୍ରାଫିକ୍ ମାର୍କେଟ୍, ଡେଲି ମାର୍କେଟ, ବାସନ୍ତୀ ମାର୍କେଟ, ଛେଣ୍ଡ ଭିଏସ୍ଏସ୍ ମାର୍କେଟ, ଇସ୍ପାତ ମାର୍କେଟ, ଆମ୍ବବାଗାନ୍ ମାର୍କେଟ, ପାନପୋଷ ମାର୍କେଟ ସମେତ ଫର୍ଟିଲାଇଜର୍ ମାର୍କେଟରୁ ଫଳ ଏବଂ ପୂଜା ସାମଗ୍ରୀ ସହ ମିଠା କିଣୁଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ଦୋକାନଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଛି। ଫଳର ମୂଲ୍ୟ ବୃଦ୍ଧି ଯୋଗୁଁ ନଡିଆ ଗୋଟା ୬୦ ଟଙ୍କା, କଦଳୀ ଡଜନ ପିଛା ୬୦ ଟଙ୍କା, ଆମ୍ବ କିଲୋ ୬୦ରୁ ୧୦୦ ଟଙ୍କା, ଡାଳିମ୍ବ କିଲୋ ୧୨୦ ଟଙ୍କା, ଲିଚୁ କିଲୋ ୧୧୦ ଟଙ୍କା, ପିଜୁଳି କିଲୋ ୧୦୦ ଟଙ୍କା, ମୌସୁମୀ କିଲୋ ୧୦୦ ଟଙ୍କା, ତାଳ ଗୋଟା ୩୦ ଟଙ୍କା, ଖଜୁରୀ ୫୦ ଟଙ୍କା, ଅନାରସ ତଥା ସପୁରୀ ଗୋଟା ୪୦ ଟଙ୍କା, ସେଓ ୧୨୦ ଟଙ୍କା, କମଳା ୧୦୦ ଟଙ୍କା, ସପେଦା ଫଳ ଏବଂ ଅନ୍ୟାନ୍ୟ ଫଳ ଜୋରସୋରରେ ବିକ୍ରି ହେଉଛି। ସାବିତ୍ରୀ ପୂଜା ପାଇଁ ମହିଳାମାନେ କପଡ଼ା ଦୋକାନରୁ ଶାଢ଼ୀ ମଧ୍ୟ କିଣୁଛନ୍ତି। ଆଜି ସହରର ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସାବିତ୍ରୀ ପୂଜା ପାଇଁ ମହିଳାମାନେ ବ୍ରତ ସମେତ ଅନ୍ୟାନ୍ୟ ସାମଗ୍ରୀ ପୂଜା କିଣୁଥିବା ଦେଖିବାକୁ ମିଳିଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ପ୍ରଶାସନ କରିବ – ଜିଲ୍ଲାପାଳ, ନୂଆପଡା 

masiha

ଓଡିଶା ଡିପ୍ଲୋମା ଇଂଞ୍ଜିନିୟରର୍ସ ସେବା ସଂଘ ଜିଲା ଶାଖା ବୈଠକ

masiha

ରାଜ୍ୟ ଲିଫ୍ଟିଂ ଚମ୍ପିୟାନସିପ ଆସନ୍ତା ୭ ରେ….

masiha

Leave a Comment

error: Content is protected !!