ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେଟ୍ରୋଲ ମୂଲ୍ୟ ବୃଦ୍ଧି ୩ ଟଙ୍କା ହୋଇଥିଲେ ମଧ୍ୟ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍

ପେଟ୍ରୋଲ ମୂଲ୍ୟ ବୃଦ୍ଧି ୩ ଟଙ୍କା ହୋଇଥିଲେ ମଧ୍ୟ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍

ରାଉରକେଲା ୧୫/୫, ଇରାନ ସହିତ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଲାଗିବା ଏବଂ ପରେ ଯୁଦ୍ଧ ବିରତି ହୋଇଥିଲେ ମଧ୍ୟ ସମଗ୍ର ମଧ୍ଯପ୍ରାଚ୍ଯରେ ଉତ୍ତେଜନା ଲାଗିରହିଛି। ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ସମସ୍ତ ତୈଳବାହୀ ଜାହାଜ ଆସୁଥିବା ବେଳେ ପ୍ରଥମେ ଇରାନ୍ ଦ୍ବାରା ଏହାର ଅବରୋଧ ଏବଂ ପରେ ଆମେରିକା ଦ୍ୱାରା ଏହାର ଅବରୋଧ କରାଯାଇଥିବାରୁ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି।

       ଭାରତ ସରକାରଙ୍କ ପକ୍ଷରୁ ଅବସ୍ଥାକୁ ଦୃଷ୍ଟି ରଖି ଏବଂ ଅଶୋଧିତ ତୈଳ ଦର ୮୦ରୁ ୧୦୦ ଟଙ୍କା ବୃଦ୍ଧି ଫଳରେ, ଦୀର୍ଘ ୩ ମାସ ଧରି ଅଟକି ରହିଥିବା ପେଟ୍ରୋଲ ଓ ଡିଜେଲ ଦର ୩ ଟଙ୍କା ଅଧିକ ବୃଦ୍ଧି କରିଛନ୍ତି। ଗାଡିରେ ବ୍ଯବହାର କରାଯାଉଥିବା ସିଏନଜି ଦର ମଧ୍ଯ ୨ ଟଙ୍କା ବୃଦ୍ଧି କରାଯାଇଛି।

    ଏଠାରେ ସୂଚନାଯୋଗ୍ୟ ଯେ, ପେଟ୍ରୋଲ ପରିବହନରେ ସୃଷ୍ଟି ହୋଇଥିବା ଅସୁବିଧାକୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପମାନଙ୍କ ପକ୍ଷରୁ ବାଇକ୍ ଓ ସ୍କୁଟର ପାଇଁ ୨୦୦ ଟଙ୍କା ଏବଂ କାର୍ ପାଇଁ ୫୦୦ ଟଙ୍କାର ପେଟ୍ରୋଲ ଦେବା ପାଇଁ ବ୍ଯବସ୍ଥା ରହିଥିଲା। ଆଜି ଠାରୁ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୩ ଟଙ୍କା ବୃଦ୍ଧି ପାଇଥିଲେ ମଧ୍ୟ, ପେଟ୍ରୋଲ ପମ୍ପ ଗୁଡିକରେ ପୂର୍ବପରି ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ଦେଖିବାକୁ ବାକି ରହିଲା ଯେ, ଆଗକୁ ଏପରି ସ୍ଥିତି ଲାଗିରହିବ ନା ଆଗକୁ ସ୍ଥିତି ସଙ୍ଗୀନ ହେବ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ସ୍ତରୀୟ ଅନ୍ତର୍ଜାତିୟ ଯୋଗଦିବସ ପାଳିତ 

masiha

କେରଳା ପବ୍ଲିକ ସ୍କୁଲରେ ଓଡିଶା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ 

masiha

ଡ଼ାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!