ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ

ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା: ଦିବଙ୍ଗତ ଉଦଘୋଷିକା ମିନାକ୍ଷୀ ଧରଙ୍କ ୫୭ ତମ ଜୟନ୍ତୀ ଅବସରରେ ମିନାକ୍ଷୀ ଧର ଫାଉଣ୍ଡେସନ ତରଫରୁ ଏକ ଆଲୋଚନାଚକ୍ର କଲ୍ଚରାଲ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନର ମୁଖ୍ୟ ତଥା ଆବାହକ ନଳିନୀକାନ୍ତ ଧରଙ୍କ ଆବାହକତ୍ୱ ଓ ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପିର ପ୍ରାକ୍ତନ ମହାପ୍ରବନ୍ଧକ ଇଂ ଅଭୟ କୁମାର ଦାସ ମୁଖ୍ୟ ଅତିଥି ଓ ପ୍ରଧ୍ୟାପକ ଡ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ‘ସାମାଜିକ ପତନ ସମୟରେ କଳା ସାହିତ୍ୟ ସୃଷ୍ଟିର ସହନଶୀଳତା, ପୁନଃ ଉତ୍ଥାନ ପାଇଁ ଆଲୋକବର୍ତ୍ତିକା ସଦୃଶ’ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଇଂ ଦାସ ପ୍ରସଙ୍ଗ ସମ୍ପର୍କରେ ମତରଖି କହିଲେ ଯେ ସାହିତ୍ୟ ସମାଜର ପ୍ରତିବିମ୍ବ। ସମାଜକୁ ଶୃଙ୍ଖଳିତ ଓ ସମସ୍ତଙ୍କ ଭଲ ପାଇଁ ସାମ୍ୟତା ରହିବା ଦରକାର। ପ୍ରତ୍ୟେକ ବ୍ୟକ୍ତିଙ୍କର ସମ୍ବେଦନଶୀଳତା ରହିବା ଦରକାର। ଏହାସହ ସେ ସହନଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟବକ୍ତା ଡ ମଲ୍ଲିକ ତାଙ୍କ ବକ୍ତବ୍ୟରେ କହିଲେ ଯେ ଆମର ଅନୁବାଦ ଶିଳ୍ପ ଭାରି ଦୁର୍ବଳ। ଭାବାନୁବାଦ ଅଭାବରୁ ଆମ ସାହିତ୍ୟ ବିଶ୍ୱସ୍ତରରେ ପହଞ୍ଚି ପାରୁନାହିଁ। ବିଷାଦ ଓ ଦୁଃଖରୁ ପ୍ରତିରୋଧ ଆସେ। ଏହାସହ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପ୍ରାପ୍ତ ହଙ୍ଗେରୀୟ ଔପନ୍ୟାସିକ ଲାସଜଲୋ କ୍ରାସ୍ନାହୋର୍କାଇଙ୍କ ପୁସ୍ତକ ସହ ବିଭିନ୍ନ ସାହିତ୍ୟିକଙ୍କ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ଏସମ୍ପର୍କରେ ବ୍ୟାପକ ଆଲୋଚନା ହେବା ଦରକାର ବୋଲି ମତ ରଖିଥିଲେ। ଆବାହକ ଶ୍ରୀ ଧର ସ୍ବାଗତ ଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି କହିଲେ ଯେ କଳା, ସାହିତ୍ୟ ଓ ସଂସ୍କୃତି ହେଉଛି ସର୍ବଶ୍ରେଷ୍ଠ । ଏହି ଅବସରରେ ମୁଖ୍ୟଅତିଥି ଇଂ ଦାସ ଓ ମୁଖ୍ୟବକ୍ତା ଡ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଦିବଙ୍ଗତ ସାହିତ୍ୟିକ ଶଙ୍କର ପରିଡାଙ୍କ ବିୟୋଗରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସ୍ମିତା ମିଶ୍ର ଆବାହନୀ ସଂଗୀତ ଗାନ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ମୋନାଲିସା ଗୈ।ଡ଼ ମାନପତ୍ର ପାଠ କରିଥିଲେ। କବି କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। 

ଦ୍ବିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ସୁସ୍ମିତା ମହାପାତ୍ର ଓ ତ୍ରିଲୋଚନ ସ୍ବାଇଁଙ୍କ ସଂଯୋଜନାରେ ବିଜୟିନୀ ଜେନା,ଡା କୃପାସିନ୍ଧୁ ନାୟକ, କୁଞ୍ଜବିହାରୀ ରାଉତ, ଅଶୋକ କୁମାର ପଟ୍ଟନାୟକ,ମୋହନ ସିଂ,ସୁନିଲ କୁମାର ଦାସ,ଗଗନ ବିହାରୀ ନାୟକ, ନିରୁପମା ପତି, ସତ୍ୟନାରାୟଣ ଦାଶ, ଧରିତ୍ରୀ ପାଇକରାୟ,ଡ କିଶୋରୀ ଦାଶ, ଗୀତାରାଣୀ ବେହେରା ପ୍ରମୁଖ କବିତା ପାଠ କରିଥିଲେ l ଶେଷରେ ଅଶୋକ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ,କବି, ପ୍ରାବନ୍ଧିକ ଙ୍କ ସହ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଅନୁଷ୍ଠାନ ତରଫରୁ ସମସ୍ତ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟରେ ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ନୂତନ ଉଦ୍ୟୋଗ କର୍ମଶାଳା

Sunil Chandra Nayak

ଶିଶୁ ଅଧିକାର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଅଭିଷେକ ପଟ୍ଟନାୟକ ଙ୍କ ସ୍ମୃତିରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର 

masiha

Leave a Comment

error: Content is protected !!