ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩୫ତମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୩ ରୁ…..

୩୫ତମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୩ ରୁ…..

ରାଉରକେଲା: ସେକ୍ଟର ୨ ଉତ୍କଳ ସାଂସ୍କୃତିକ ପରିଷଦର ୩୫ ତମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ସେକ୍ଟର ୨ ଦୁର୍ଗା ପୂଜା ପଡ଼ିଆ ଠାରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ କାୟଲ, ସଭାପତି ରଶ୍ମିତ ସାହାଣୀ, ସମ୍ପାଦକ ଶଙ୍କର ଜେନା, ଉପଦେଷ୍ଟା କପିଳେଶ୍ୱର ମହାରଣା, ଦେବେନ୍ଦ୍ରନାଥ ସାମନ୍ତରାୟ, ନିଳାମ୍ବର ପୁହାଣ, ପୃଷ୍ଠପୋଷକ ବିଶ୍ବରଂଜନ ବେହୁରା, ଦିଲ୍ଲିପ କୁମାର କର ପ୍ରମୁଖ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଆସନ୍ତା ୩ ତାରିଖ ଦିନ ସନ୍ଧ୍ୟାରେ ଉଦଘାଟକ ଭାବେ ବିଶିଷ୍ଟ ଶିଳ୍ପପତି ଇଂ ଦିପ୍ତୀରଞ୍ଜନ ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର, ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ପ୍ରାକ୍ତନ ମନ୍ତ୍ରୀ ସୁରେଶ ଚନ୍ଦ୍ର ରାଉତରାୟ, ସମ୍ମାନିତ ଅତିଥି ଭାବେ ରାଉରକେଲା ଏସପି ନୀତେଶ ୱାଧଓ୍ବ।ନୀ ଓ ଓଡିଶା ସରପଞ୍ଚ ମହାସଂଘର ସମ୍ପାଦକ ତପନ ଚକ୍ରବର୍ତ୍ତୀ ଯୋଗଦେବେ। ସନ୍ଧ୍ୟା ସାଢ଼େ ୫ ଟାରେ ରାଉରକେଲାର ପ୍ରତିଭାଙ୍କ ଦ୍ବାରା ପାରମ୍ପରିକ ନୃତ୍ୟ ପରିବେଷଣ,ଓଡିଶୀ ନୃତ୍ୟଶିଳ୍ପୀ ସୁଶ୍ରୀ ବର୍ଷା ପ୍ରିୟଦର୍ଶିନୀ କର ଙ୍କ ନୃତ୍ୟ ପରିବେଷଣ, ସମ୍ବର୍ଦ୍ଧନା ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସୁନାମଧନ୍ୟ କଣ୍ଠଶିଳ୍ପୀ ନାବ୍ୟା ଙ୍କ ସହ ଆଟ୍ରାକ୍ସନ ଲାଇଭ୍ ବ୍ୟାଣ୍ଡ ସଂଗୀତ ପରିବେଷଣ କରିବେ। ସେହିପରି ୪ ତାରିଖ ଦିନ ଉଦଘାଟକ ଭାବେ ଆରଏସପି ର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା, ମୁଖ୍ୟ ଅତିଥି ଭାବେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ମୁଖ୍ୟବକ୍ତା ଭାବେ ପାନପୋଷ ଉପଖଣ୍ଡ ଡିଏଫଓ ଯଶୋବନ୍ତ ସେଠୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରଫୁଲ୍ଲ ସୁନ୍ୟାନୀ ଓ ଆରଏସପି ସହର ସେବା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ତପନ କୁମାର ଜି କାନେକର ଯୋଗଦେବେ। ସେହିପରି ସନ୍ଧ୍ୟା ସାଢ଼େ ୫ ଟାରେ ରାଉରକେଲାର ପ୍ରତିଭାଙ୍କ ଦ୍ଵାରା ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ପରିବେଷଣ, ସମ୍ବର୍ଦ୍ଧନା ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମେଲୋଡି କୁଇନ ଇରା ମହାନ୍ତି ଲାଇଭ୍ ବ୍ୟାଣ୍ଡ ସଂଗୀତ ପରିବେଷଣ କରିବେ। ୫ ତାରିଖ ଦିନ ପ୍ରାତଃ ସାଢେ଼ ୫ ଟାରେ ୩୦୧ ସାଧବ ବୋହୁଙ୍କ ଦ୍ବାରା ପାରମ୍ପରିକ ବୋଇତ ଭସାଣ ଶୋଭାଯାତ୍ରା କରାଯିବ। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଯୁବ କଲ୍ୟାଣ ପରିଷଦର ପ୍ରାକ୍ତନ ଅଧ୍ୟକ୍ଷ କୁନବିହାରୀ ଦାସ ଶୁଭାରମ୍ଭ କରିବେ। ସେହିପରି ଚଳିତବର୍ଷ ପ୍ରଥମ କରି ଆକର୍ଷଣର କେନ୍ଦ୍ରବିନ୍ଦୁ ଥିବା ୨ଟି ଗଣେଶ ପୂଜା ମଣ୍ଡପକୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଗଣେଶ ରାଉତ, ସଞ୍ଜୟ ପ୍ରଧାନ, ଗୋପାଳ ଦାସ, କାର୍ତ୍ତିକ ଖଣ୍ଡୁଆଳ, ଅରବିନ୍ଦ ମହାପାତ୍ର, ପବିତ୍ର ସାହୁ, ଅନ୍ତର୍ଯ୍ୟାମୀ ରାଉତ,ବଣ୍ଟି ସିଂ,ଚନ୍ଦନ ମହାନ୍ତି, ଦୁର୍ଗା ଜେନା ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

Tributes Paid to Rabindranath Tagore on His Death Anniversary.

Sunil Chandra Nayak

ଅଭିନବ ଢଙ୍ଗରେ ଯୁବ ଶିକ୍ଷକଙ୍କ ଜନ୍ମଦିନ ପାଳନ

masiha

ରେଙ୍ଗାଲଜୁରୀ ରେ ଜୟ କିସାନ କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ଅକ୍ଷୟ ତୃତୀୟା ପାଳିତ

Sunil Chandra Nayak

Leave a Comment

error: Content is protected !!