ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସେବାସଂସ୍ଥାର ପ୍ରତିଷ୍ଠା ଦିବସ ପାଳିତ

ଜାତୀୟ ସେବାସଂସ୍ଥାର ପ୍ରତିଷ୍ଠା ଦିବସ ପାଳିତ

ବାଲେଶ୍ଵର,୨୪/୯/୨୩ – ବାଲେଶ୍ଵର ଜିଲ୍ଲା ଔପଦା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବାସଂସ୍ଥା(ଏନ ଏସ ଏସ)ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ମୋହନ ଚରଣ ସାହୁ । ଜାତୀୟ ସେବାସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଦ୍ବାରିକା ନାଥ ଶତପଥୀ ସ୍ବେଚ୍ଛାସେବୀ ମାନଙ୍କୁ ଜାତୀୟ ସେବାସଂସ୍ଥାର ମହତ୍ତ୍ଵ ବିଷୟରେ ଆଲୋଚନା ମାଧ୍ୟମରେ ନିଜର ମତବ୍ୟକ୍ତ କରିଥିଲେ । ଏଥିରେ ଅନୁଷ୍ଠାନର ବହୁ ଛାତ୍ରଛାତ୍ରୀ ଯୋଗ ଦେବା ସଙ୍ଗେ ସଙ୍ଗେ ସେବା ମାଧ୍ୟମରେ ଜୀବନକୁ ସାର୍ଥକ କରିବା ପାଇଁ ଦୃଢ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ଶେଷରେ କ୍ଷୀରୋଦ କୁମାର ବିଶ୍ବାଳଙ୍କ ଧନ୍ୟବାଦ ପରେ ସଭାପତି ସଭା ସାଙ୍ଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ “ଏକ ପେଡ୍ ମା କେ ନାମ୍ “ର ଶୁଭାରମ୍ଭ

masiha

ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

କୃଷକ ଆନ୍ଦୋଳନ ର କ୍ରାନ୍ତିକାରୀ ନେତା ଚାରୁମଜୁମ ଦାର କଂ 51 ତମ ଶ୍ରଦ୍ଧାଞ୍ଜଳି ଦିବସ 

Sunil Chandra Nayak

Leave a Comment

error: Content is protected !!