ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଟକ *ମୁଁ ଆଦିବାସୀ ନବରଙ୍ଗପୁରିଆ* ଏବଂ   *ଛି କି କଥା ଏଗୁଡିକ* ଦର୍ଶକଙ୍କ ମନ ମୋହିଲା 

ନାଟକ *ମୁଁ ଆଦିବାସୀ ନବରଙ୍ଗପୁରିଆ* ଏବଂ 
 *ଛି କି କଥା ଏଗୁଡିକ* ଦର୍ଶକଙ୍କ ମନ ମୋହିଲା 

ନବରଙ୍ଗପୁର:(ମ ନି ସ ) ଲୋକଙ୍କର ମୌଳିକ ସୁବିଧାରୁ ବଂଚିତ ଏବଂ ସାଇବର କ୍ରାଇମ ଉପରେ ଆଧାରିତ ଜୀବନଯାତ୍ରା କୁ ନେଇ ମଣ୍ଡେଇ ନାଟକ ମହୋତ୍ସବ ର ଉଦଯାପନୀ ଦିବସରେ ପ୍ରଥମ ନାଟକରେ କୋଷାଗୁମୁଡା ବ୍ଲକ ଦଳ ପରିବେଷଣ କରିଥିଲେ । ଉକ୍ତ ନାଟକକୁ ଜୟନ୍ତ ପଟ୍ଟନାୟକ ରଚନା କରିଥିବା ବେଳେ ନିର୍ଦ୍ଦେଶନା ସହଦେବ ପରିଡା ଦେଇଥିବା ବେଳେ ଜଗଦୀଶ ପଟ୍ଟନାୟକ, କ୍ଷୀରୋଦ ଚନ୍ଦ୍ର ନାୟକ, କୈଳାଶ ପାଣିଗ୍ରାହୀ, ଅନିତା ପ୍ରଧାନ, ଦୁଷ୍ମନ୍ତ ସାହୁ, ମୁକ୍ତିକାନ୍ତ ନାୟକ, ଶିଶୁ କଳାକାର ଭାବରେ ବିବେକ ପରିଡା ଅଭିନୟ କରିଥିଲେ lସଙ୍ଗୀତରେ ଭୁବନାନନ୍ଦ ଜେନା, ସେହିପରି ନବରଙ୍ଗପୁର ପୌର ପରିଷଦ ଆନୁକୁଲ୍ୟରେ ଦ୍ବିତୀୟ ନାଟକ ‘ଛି କି କଥା ଏଗୁଡିକ’ ର ସମସ୍ତ କଳାକାର ମାନଙ୍କର ଉଚ୍ଚ କୋଟୀର ଅଭିନୟ ଦର୍ଶକଙ୍କ ମନ ମୋହିଥିଲା। ନାଟ୍ୟକାର ଦେବଦାସ ମହାକୁଡ ନିର୍ଦ୍ଦେଶିତ ଏବଂ ଡକ୍ଟର ମିହିର କୁମାର ଙ୍କ ରଚିତ ଏକ ବ୍ୟଙ୍ଗାତ୍ମକ ନାଟକ ଛି କି କଥା ଏଗୁଡିକ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା। ସମାଜରେ ଘଟୁଥିବା ସାମ୍ପ୍ରତିକ ପରିସ୍ଥିତିକୁ ଜଣେ କିପରି ପ୍ରତିହତ କରିପାରିବ, ସେହି ମର୍ମରେ ପରିବେଷିତ ନାଟକ ଲୋକଙ୍କ ମନକୁ ବେଶ ଛୁଇଁଥିଲା। ଉକ୍ତ ନାଟକରେ ଫାଲଗୁନୀ ପାତ୍ର, ଅକ୍ଷୟ ତ୍ରିପାଠୀ, ବିକ୍ରମ ଦାସ, ଦୁର୍ଗା ପ୍ରଧାନ, ଈଶ୍ୱର ପ୍ରସାଦ ପାତ୍ର, କିରଣ କୁମାର, ଜି.ଭି.ବି ରବି, କାଳି କିଙ୍କର ପଟନାୟକ, ନିହାରିକା ପଟ୍ଟନାୟକ, ଜ୍ୟୋତି ପରିଛା, ରାମ ସିଂ ପ୍ରମୁଖ ଅଭିନୟ କରିଥିଲେ l ସଙ୍ଗୀତ ରେ ଯୁଗଳ କିଶୋର ତ୍ରିପାଠୀ, ଫାଲଗୁନି ପାତ୍ର ଏବଂ ଅଶୋକ ମହାନ୍ତି ଦେଇଥିବା ବେଳେ କଣ୍ଠଦାନ ରାମ ଚନ୍ଦ୍ର ବାସନ୍ତୀ ଦେଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗ ଦେଇ ନବରଙ୍ଗୁପୁର ମାଟିରେ ଜନ୍ମିତ ସମସ୍ତେ ଜଣେ ଜଣେ କଳାକାର ବୋଲି କହିଥିଲେ ଏବଂ ସମସ୍ତ ମଞ୍ଚ କମିଟି ସଦସ୍ୟ ଙ୍କ ସହଯୋଗ ଏବଂ ଦର୍ଶକ ମାନଙ୍କର ଉପସ୍ଥିତି ଯୋଗୁଁ ନାଟକ ମହୋତ୍ସବ ସଫଳ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବରେ ମଞ୍ଚ କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନବୀନ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଏବଂ କର୍ମକର୍ତ୍ତା ଯୋଗ ଦେଇଥିଲେ। ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ଏବଂ ଅଧ୍ୟାପକ ଦିଲୀପ ହୋତା ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ସଂସ୍କୃତି ଅଧିକାରୀ ଘସିଆ ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ମଞ୍ଚ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ଯାଳୟ ଏବଂ ମଡେଲ ଡିଗ୍ରୀ କଲେଜ ଠାରେ ଆଇସେକ୍ଟ୍ ଦ୍ୱାରା କୌଶଳ ବିକାଶ ଯାତ୍ରା ଆୟୋଜିତ 

masiha

ବୁଦ୍ଧ ଓ ଭୀମ ଭୋଇଙ୍କ ବିଚାରଧାରା ସାମାଜିକ କ୍ରାନ୍ତି ଆଣିବ

ନାବାଳକ ଭାଇ ଓ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ତ୍ରିଶକ୍ତି ଫାଉଣ୍ଡେସନ 

masiha

Leave a Comment

error: Content is protected !!