ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେକ୍ନୋୱାର୍ଲ୍ଡରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଟେକ୍ନୋୱାର୍ଲ୍ଡରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ମୟୂରଭଞ୍ଜ – ୮/୧୨( ମସିହା)ରାଇରଙ୍ଗପୁର ସ୍ଥିତ ଅଗ୍ରଣି ଶିକ୍ଷାନୁଷ୍ଠାନ ଟେକ୍ନୋୱାର୍ଲ୍ଡର ନବମ ବାର୍ଷିକ କ୍ରୀଡ଼ା ଉତ୍ସବ ଆନନ୍ଦ ଉଲ୍ଲାସ ସହ ଚମ୍ପା ଉଦା ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଯାଇଅଛି। ଦୁଇ ଦିନ ଅନୁଷ୍ଠିତ ହୋଇ ଥିବା ଏହି କ୍ରୀଡ଼ା ଉତ୍ସବକୁ କଲେଜ ର ଅଧ୍ୟକ୍ଷ ପ୍ରଫେସର୍ ଲଳିତ ମୋହନ୍ ପ୍ରଧାନ ଉଦଘାଟନ କରିଥିଲେ । ଉଦଜାପନୀ ସମାରୋହରେ କୃର୍ତି ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ଓ ପଦକ ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥଭାବେ ଟେକ୍ନୋ ୱାର୍ଲ୍ଡ ଗ୍ରୁପ୍ ର ଚେୟାରମେନ ଇଁ ଦୀନବନ୍ଧୁ ମହାନ୍ତ ଯୋଗ ଦେଇ ଶିକ୍ଷାନୁଷ୍ଠାନରେ କ୍ରୀଡ଼ା ଉତ୍ସବର ଉପାଦେୟତା ସମ୍ପର୍କରେ ସାର ଗର୍ଭକ ବାକ୍ତବ୍ୟ ପ୍ରଦାନ କରି ଥିଲେ । ମୁଖ୍ୟ ବକ୍ତା ସ୍ତମ୍ଭକାର ଲଳିତ ମହାନ୍ତ କ୍ରୀଡ଼ା ବିଦ୍ୟାର ଏକ ଅଙ୍ଗ ଓ ଶାରୀରିକ, ମାନସିକ ଓ ବୌଦ୍ଧିକତାର ପରିପ୍ରକାଶ କରିଥାଏ ବୋଲି ଉଲ୍ଲେଖ କରି ଥିଲେ । ଅଧ୍ୟକ୍ଷ ପ୍ରଫେସର୍ ଲଳିତ ମୋହନ୍ ପ୍ରଧାନ ସଭାପତିତ୍ବରେ ଅନୁଷ୍ଠିତ ଏହି ସାମାରୋହରେ ବରେଣ୍ୟ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ନିର୍ଦେଶକ ଉମାକାନ୍ତ ମହାନ୍ତ ଯୋଗ୍ ଦେଇଥିଲେ ନିଜକୁ ଇନ୍ଦ୍ର ଭାବେ ପ୍ରତିପାଦନ କରିବା ପାଇଁ ଆହ୍ବାନ କରି ଥିଲେ । କ୍ରୀଡ଼ା ପ୍ରତି ଯୋଗିତା ଉତ୍ସବ ପରିଚାଳନାରେ ଆଇନଜୀବି ଭବାନୀ ଶଙ୍କର ମହାନ୍ତି, ଅଧ୍ୟାପକ ସୂର୍ଯ୍ୟକାନ୍ତ ଘନା, ଡ.ସସ୍ମିତା ଦାସ, ଅଧ୍ୟାପକ ଭାସ୍କର ପଟ୍ଟନାୟକ, ଡ. ଅବିନାଶ ବାରିକ, ରହିତ ନନ୍ଦ, ଅଜୟ କୁମାର ମହାପାତ୍ର, ପ୍ରଦ୍ୟୁମ୍ନ ଦତ୍ତ, ସିପୁନ ମହନ୍ତି, ତାପସ ମହାନ୍ତ, ସୁନିଲ ମହାନ୍ତ, ରମାକାନ୍ତ ମହାନ୍ତ, ପ୍ରଦୀପ ସିଂ, ଗୌତମ ମହାନ୍ତ, ମୁରଲୀ ନାୟକ, ଅଧ୍ୟାପକ ଗୋବିନ୍ଦ ସୋରେନ୍, ସ୍ୱାଭିମାନ ଖଟୁଆ, ଦୋଳଗୋବିନ୍ଦ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ସ୍ବସ୍ତି ଝଙ୍କାର ର ୨୭ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୨୦ ରୁ ଓ କବିତାୟନ ଆସନ୍ତା ୨୫ ଓ ୨୬ ରେ……

Sunil Chandra Nayak

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳ ପରିସରରେ ମିନି ବିଜ୍ଞାନ କେନ୍ଦ୍ରର ଶୁଭ ଉଦ୍ ଘାଟନ 

Sunil Chandra Nayak

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୪୨ ତମ ବାର୍ଷିକ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!