ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ପୁଳାପୁଳା ଟଙ୍କା: ଜଣେ ଫେରାର, ୨ ଆହତ ଡାକ୍ତରଖାନାରେ ଭର୍ତ୍ତି

ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ପୁଳାପୁଳା ଟଙ୍କା: ଜଣେ ଫେରାର, ୨ ଆହତ ଡାକ୍ତରଖାନାରେ ଭର୍ତ୍ତି

ଢେଙ୍କାନାଳ: ଦୁର୍ଘଟଣାଗ୍ରସ୍ତ କାର ଭିତରୁ ପୁଳା ପୁଳା ଟଙ୍କା ଜବତ କରିଛି ଢେଙ୍କାନାଳ ସଦର ଥାନା ପୁଲିସ। ଜବତ ଟଙ୍କା ଗଣତି ହୋଇ ନଥିବାରୁ ପୁଲିସ କୌଣସି ସୂଚନା ଦେଇନାହିଁ। ଉକ୍ତ କାରରେ ଥିବା ୩ଜଣଙ୍କ ଭିତରୁ ଜଣେ ଖସି ପଳାଇଥିଲାବେଳେ ଅନ୍ୟ ୨ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉକ୍ତ ଟଙ୍କା କାହାର ତା’କୁ ନେଇ ପ୍ରଶ୍ନ ଉଠିଛି।ଶୁକ୍ରବାର ଅପରାହ୍‌ଣରେ କପିଳାସ ପଟୁ ଏକ ସୁଇଫ୍‌ଟ ଡିଜାୟାର କାର (ଓଆର-୦୫ଏକେ-୧୩୭୯) ଦ୍ରୁତ ଗତିରେ ଢେଙ୍କାନାଳ ଆଡ଼କୁ ଆସୁଥିଲା। କାଇମାଟିସ୍ଥିତ ହରେକୃଷ୍ଣପୁର ଛକଠାରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଖଜୁରୀ ଗଛକୁ ଧକା ଦେବାପରେ ସ୍ପିଡ୍‌ ଲିମିଟ୍‌ ସୂଚନା ଖୁଣ୍ଟରେ ପିଟି ହୋଇଥିଲା। କାରଟି ଏତେ ଜୋରରେ ଧକା ହୋଇଥିଲା ଯେ, ଖଜୁରୀ ଗଛଟି ଉପୁଡ଼ି ପଡ଼ିଥିବାବେଳେ ସ୍ପିଡ୍‌ ଲିମିଟ୍‌ ସୂଚନା ଫଳକ ଥିବା ଲୁହା ଖୁଣ୍ଟ ଉପୁଡ଼ି କିଛି ଦୂରରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଉକ୍ତ ଗାଡ଼ି ଭିତରେ ୨୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ବିଛାଡ଼ି ହୋଇ ପଡ଼ିଥିବା ଦେଖାଯାଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରୁ ୨ଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।

ତାପସ ଦାସ ଙ୍କ ରିପୋର୍ଟ୍ 

Related posts

ବ୍ଲକ୍ ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଷଷ୍ଟ ଦିନରେ ସଡକ ସୁରକ୍ଷା ସଚେତନତା

Sunil Chandra Nayak

ଶ୍ରୀ ଯୋଗଵେଦାନ୍ତ ସମିତି ,ଭୂବନେଶ୍ବର ଆନୁକୁଲ୍ୟରେ ମହାମହିମ ରାଷ୍ଟ୍ରପତିଙ୍କ ପାହାଡପୁର ଗ୍ରାମ ଏବଂ ପୈତୃକ ଗ୍ରାମ ଉପରବେଡାରେ ତୁଳସୀ ପୂଜନ କାର୍ଯ୍ୟକ୍ରମ

Sunil Chandra Nayak

ଗୋଷ୍ଠୀ ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

masiha

Leave a Comment

error: Content is protected !!