ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜନଗର ଠାକୁର ଅଭିରାମ ପରମହଂସଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

ରାଜନଗର ଠାକୁର ଅଭିରାମ ପରମହଂସଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

ରାଜନଗର, : ଆଧ୍ୟାତ୍ମିକତାର ପୂର୍ଣାବତାର ପରମଦେଶ ପ୍ରେମୀ ତଥା ସ୍ୱାଧୀନତା ସଂଗ୍ରାମୀ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବ ୧୯0୪ ମସିହା ମକର ସଂକ୍ରମଣର ପଞ୍ଚମ ଦିନ ଜାନୁଆରୀ ୧୮ ତାରିଖ, ମାଘ ତ୍ରିବେଣୀ ଅମାବାସ୍ୟା ସୋମବାର ତିଥିର ଏକ ପାବନ ମୁହୂର୍ତ୍ତରେ ପୁରୀ ନିକଟବର୍ତ୍ତୀ ବ୍ରହ୍ମଗିରି ଅନ୍ତର୍ଗତ ତତ୍କାଳୀନ କରମଳା ଗ୍ରାମରେ ମାତା ରାଧା ଦେବି ଙ୍କ ଗର୍ଭରେ ଜନ୍ମ ଗ୍ରହଣ କରିଥିଲେ ଅଭିରାମ ପରମହଂସ ଦେବ ! ତାଙ୍କ ପିତାଙ୍କ ନାମ ସତ୍ୟବାଦୀ ପଟ୍ଟନାୟକ ! କୁହାଯାଏ ଅଭିରାମ ପରମହଂସ ଦେବ ଙ୍କ ଜନ୍ମ ସମୟରେ ତାଙ୍କ ଗୃହ ଉଜ୍ବଳ ଦିବ୍ୟ ଆଲୋକରେ ଉଭାଷିତ ହୋଇ ଉଠିଥିଲା ! ଜନ୍ମ ହେବାର ପର ଦିନ ତାଙ୍କ ଗୃହକୁ ଆସି ବାଳକଟିର ନାମ ଅଭିରାମ ରଖିବାକୁ ପରାମଂଶ ଦେଇଥିଲେ ! ତାଙ୍କ ଜନ୍ମ ସମ୍ପର୍କରେ ପୂର୍ବରୁ ଅଚ୍ୟୁତାନନ୍ଦ ଭବିଷ୍ୟତବାଣୀ କରିଥିଲେ ! ବାଲ୍ୟକାଳରୁ ହିଁ ଅଭିରାମଙ୍କ ଠାରେ ଅସାଧାରଣ ପ୍ରତିଭାର ସୂଚନା ପରିଲିକ୍ଷିତ ହୋଇଥିଲା ! ପାଠକୁ ଛାଡି ସେ ଶାଠରେ ବେଶୀ ମନ ଦେଉଥିଲେ ! ନୃତ୍ୟ, ବାଦ, ଗୀତରେ ଅତ୍ୟନ୍ତ ଆଗ୍ରହୀ ଅଭିରାମ ଖଞ୍ଜଣୀ,ପଖଜ, ମୃଦଙ୍ଗ ଇତ୍ୟାଦି ବାଦ୍ୟଯନ୍ତ୍ର ସାହାଯ୍ୟରେ ଭଜନ, ଜଣାନ, କୀର୍ତ୍ତନ ବୋଲିବାରେ ଅପୂର୍ବ ପାରଦର୍ଶିତା ଲାଭ କରିଥିଲେ ! ଆସନରେ ବସି ଧ୍ୟାନ କରୁ କରୁ ସେ ଶୂନ୍ୟକୁ ଉଠିଯାଉଥିଲେ ! କିଶୋରବସ୍ଥାରେ ମାତା ରାଧାଦେବୀଙ୍କ ବାଧ୍ୟଵାଦ୍ଧ୍ୟକତା ସର୍ତ୍ତେ ସେ ବିବାହ ବନ୍ଧନକୁ ଅସ୍ବୀକାର କରିଥିଲେ ! ଗ୍ରାମ ବିଦ୍ୟାଳୟରେ ଅଧ୍ୟୟନ ଶେଷରେ ସେ କିଛି ଦିନ ପାଇଁ ଶିକ୍ଷକତା କରିଥିଲେ ! ଆଧ୍ୟାତ୍ମିକ ଚେତନା ଭିତରେ ଅହରହ ନିମଜ୍ଜିତ ରହିବାର ଫଳଶ୍ରୁତିସ୍ୱରୂପ ସେ ଶିକ୍ଷକତା ଛାଡି ୧୯ ବର୍ଷ ବୟସରେ ବ୍ରହ୍ମଗିରିର ଖାଣ୍ଡବ ବନରେ ଅଖଣ୍ଡ ତପସ୍ୟା କରିଥିଲେ ଏବଂ ଦେବି ବନଦୁର୍ଗାଙ୍କ ଆଶ୍ରିବାଦରୁ ସିଦ୍ଧିପ୍ରାପ୍ତ ହେବା ସହ ସର୍ବତ୍ର ଠାକୁର ଅଭିରାମ ପରମହଂସ ନାମରେ ବିଦିତ ହୋଇଥିଲେ ! ଏହା ପରେ ସେ ଏକବର୍ଷ କାଳ ଓଡିଶାର ବିଭିନ୍ନ ବଣ, ଜଙ୍ଗଲରେ ପରିଭ୍ରମଣ କରି ଜନ୍ମ ସ୍ଥାନ କରମଳାକୁ ଫେରିଥିଲେ ଏବଂ ସେଠାରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ ! ତାଙ୍କର ସରଳ ଏବଂ ସ୍ନେହପୂର୍ଣ୍ଣ ବ୍ୟବହାର, ମଧୁର ଭାଷା ପ୍ରଭାବରେ ଶହଶହ ନରନାରୀ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ ! ଠାକୁର ଅଭିରାମ ପରମହଂସ ଏକାଧାରରେ ଯୋଗୀ, ଭକ୍ତ ଏବଂ କବି ଓ ଦେଶପ୍ରେମୀ ଥିଲେ ! ଏଯାବତ ତାଙ୍କର ୪୪ ଖଣ୍ଡରୁ ଉର୍ଦ୍ଧ ଆଧ୍ୟାତ୍ମିକ ପୁସ୍ତକ ପ୍ରକାଶିତ ହୋଇସାରିଛି ! ସେଗୁଡିକ ମଧ୍ୟରେ କଳି ଭାଗବତ, ସ୍ତୁତି,ସ୍ତବ,ସଂକୀର୍ତ୍ତନ,ଗୀତା ବୋଲି ପୂଜା ପଦ୍ଧତି ଭଜନ ସଂକଳନ ଓ ଚୈତନ୍ୟଟୀକା ପ୍ରଭୁତି ଉଲ୍ଲେଖଯୋଗ୍ୟ ! ଭକ୍ତି କଲ୍ଲୋଳ,କୋଇଲି ଶିକ୍ଷା,ଗୁରୁଗୀତା, ଭଜନ ନୀଳପଦ୍ମ,ଜଣାଣ ପ୍ରେମ ସାଗର ଅମୃତଗୀତା,ଭଜନାନନ୍ଦ ଲହରୀ,ଗୀତା ଗୋଲକ,ଭାବକଲ୍ଲୋଳ, ଦୁର୍ଗା ମାଧବ ସ୍ତବ,ଅଧ୍ୟାତ୍ମା ମହାପୁରାଣ,ଅନ୍ତରଙ୍ଗ ସଂକୀର୍ତ୍ତନ ଓ ଶ୍ରୀ ଚୈତନ୍ୟ, ଗଜେନ୍ଦ୍ର ଗୀତ,ଚଉତିଶା ମଞ୍ଜୁଷା ନବବୋଲି ପୂଜା ପଦ୍ଧତି, ପର୍ବଗୀତ, ଭଜନ – ସୁଧାସିନ୍ଧୁ, ଶ୍ରୀ ବୈଷ୍ଣବ ଗୀତା ଇତ୍ୟାଦି ଗ୍ରନ୍ଥ ଭକ୍ତ ମଣ୍ଡଳୀ ଦ୍ୱାରା ବହୁଳ ଭାବେ ଆଦୃତ ଏବଂ ପ୍ରସାରିତ ହୋଇଥିଲା ! ପରମହଂସ ଙ୍କ ରଚନାରେ ଉତ୍କଳୀୟ ବୈଷ୍ଣବ ମତବାଦର ଅପୂର୍ବ ସମନ୍ଵୟ ପରିଲିକ୍ଷିତ ହୁଏ ! ଭଜନ ଓ ଜଣାଣଗୁଡିକର ଭକ୍ତିପୁତ ଆବେଦନ ଅତ୍ୟନ୍ତ ଶକ୍ତିଶାଳୀ ଥିଲା ! ଆଧ୍ୟାତ୍ମିକ ଚିନ୍ତାଧାରା ସହିତ ଦେଶପ୍ରେମ ଓ ସମସାମୟିକ ସମାଜର ସଂସ୍କାର ତଥା ଦେଶର ସ୍ୱାଧୀନତା ନିମନ୍ତେ ମଧ୍ୟ୍ୟ ତାଙ୍କ ଲେଖନୀ ଅଙ୍ଗିକାରରବଦ୍ଧ ଥିଲା ! କଳି ଭାଗବତ ଗ୍ରନ୍ଥରେ ସେ ଗାନ୍ଧିଜୀଙ୍କ ଅହିଂସା ନୀତି ଓ ସତ୍ୟାଗ୍ରହ ଆନ୍ଦୋଳନର ପ୍ରଚାର ଓ ପ୍ରସାର କରିଥିଲେ ! ଏଥିପାଇଁ ଇଂରେଜ ସରକାର ଉକ୍ତ ପୁସ୍ତକକୁ ବ୍ୟାଜlପ୍ତି କରିବା ସହିତ ଏହାର ଲେଖକ ଠାକୁର ଅଭିରାମ ପରମହଂସଙ୍କ ବିରୋଧରେ ମୋକଦ୍ଧମା ରୁଜୁ କରି ତାଙ୍କୁ ୨୬.0୯.୧୯୩୪ ରେ ଗିରଫ କରିଥିଲେ ଏବଂ ଛତ୍ରପୁର ଜେଲକୁ ପଠାଇଦେଇଥିଲେ ! ଛତ୍ରପୁରସ୍ଥ ଜିଲ୍ଲା ମାଜିଷ୍ଟ୍ରେଟ ଏ.ଏଫ.ଡବଲ୍ୟୁ ଡିକସନଙ୍କ ଅଦାଲତରେ ୨୯.0୯.୧୯୩୪ ରୁ ୧୩.୧୨.୧୯୩୪ ପଯ୍ୟନ୍ତ ଏହା ଉପରେ ବିଚାର ଚାଲିବା ପରେ ୩୧.୧୨ ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଗଲା ଏବଂ ଏକବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଗଲା ! ଜନତାର ଆକ୍ରୋଶକୁ ଡରି ୩୧.୧୨ ରେ ଠାକୁରଙ୍କୁ ବ୍ରହ୍ମପୁରସ୍ଥ ଜିଲ୍ଲା ଜେଲକୁ ପଠାଇଦିଆଯାଇଥିଲା ! କାରାଦଣ୍ଡଦେଶ ପରେ ୧0.0୧.୧୯୩୫ ରେ ତାଙ୍କୁ ଆନ୍ଧ୍ରପ୍ରଦେଶର ରାଜମାହେନ୍ଦ୍ରୀ ଜେଲକୁ ସ୍ଥାନାନ୍ତରିତ କରାଗଲା ! ସେତେବେଳକୁ ତାଙ୍କର ବୟସ ମାତ୍ର ୩0 ବର୍ଷ ! କଳିଭାଗବତର ପ୍ରକାଶକ ଶଶୀଭୁଷଣ ରଥଙ୍କୁ ମଧ୍ୟ ସେହି ଏକା ଦଣ୍ଡାଦେଶ ମିଳିଥିଲା ! ଓକିଲ ଶ୍ରୀ ରମଣ ମୂର୍ତ୍ତି ଅଭିରାମ ପରମହଂସଙ୍କ ପାଇଁ ଏବଂ ଲିଙ୍ଗରାଜ ପ୍ରାଣିଗ୍ରାହୀ ଶଶୀଭୁଷଣଙ୍କ ପାଇଁ ମକଦ୍ଦମା ଲଢୁଥିଲେ ! ପରିଶେଷରେ ଅଭିରାମଙ୍କ ଦଣ୍ଡକୁ କୋହଳ କରି 0୧.୧୧.୧୯୩୫ ରେ ତାଙ୍କୁ ଜେଲରୁ ଖଲାସ କରାଯାଇଥିଲା ! ୧୯୬୩ ମସିହାରେ ତାଙ୍କର ମହାସମାଧି ଘଟିଥିଲା ! ସେବେଠାରୁ ଆଜିର ପଯ୍ୟନ୍ତ ଭକ୍ତ ମାନଙ୍କର ସମାଗମ ହୁଏ କରମଳା ଠାରେ ! ତ୍ରିବେଣୀ ଅମାବାସ୍ୟା ଆସିଲେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିଥାଏ କରମଳାର ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ଜୟନ୍ତୀ ଉତ୍ସବ ପାଳନ କରିବା ପାଇଁ ! କେବଳ କରମଳା ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଠାକୁର ଅଭିରାମ ପରମହଂସଙ୍କ ମଠ, ମନ୍ଦିର ସ୍ଥାପନ ହୋଇଛି ! ପ୍ରତିବର୍ଷ ଏହି ସମୟରେ ଠାକୁରଙ୍କ ମଠ, ମନ୍ଦିରରେ ଭଜନ ସମାରୋହ ହେବା ସହିତ ପ୍ରସାଦ ସେବନ କାଯ୍ୟକ୍ରମ ହୋଇଥାଏ ! ସେହି ପରି ରାଜନଗର ମେଡିକାଲ କଲୋନୀ ଠାରେ ଥିବା ଜଗତଗୁରୁ ଅଭିରାମ ପରମହଂସଙ୍କ ମଠ ଠାରେ ପ୍ରତିବର୍ଷ ବହୁ ଧୂମଧାମରେ ପାଳନ କରାଯାଇଥାଏ ! ସେହିପରି ରାଜନଗରର ରାଣୀ ପୋଖରୀ ନିକଟରେ ଥିବା ଅଭିରାମ ପରମହଂସଙ୍କ ଆଶ୍ରମରେ ପାଳିତ ହୋଇଯାଇଛି !

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା ନବରଙ୍ଗପୁର ର ବନ୍ଧୁମିଳନ କାର୍ଯ୍ୟକ୍ରମ

Sunil Chandra Nayak

ଚଳିତବର୍ଷ ବାସନ୍ତୀ ଦୁର୍ଗାପୂଜା ର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହ ରେ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

masiha

୩ଦଫା ଦାବୀ ନେଇୱାର୍ଡ କୋଡ଼ିନେଟର ଙ୍କ ଏନଏସି ଇ ଓ ଙ୍କୁ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!