ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍କଲ ମୁଖ୍ୟ ଜେନେରାଲ ମ୍ୟାନେଜରଙ୍କ ଦ୍ଵାରା ନୂତନ ଷ୍ଟେଟ ବ୍ୟାଙ୍କ ଉଦଘାଟିତ 

ସର୍କଲ ମୁଖ୍ୟ ଜେନେରାଲ ମ୍ୟାନେଜରଙ୍କ ଦ୍ଵାରା ନୂତନ ଷ୍ଟେଟ ବ୍ୟାଙ୍କ ଉଦଘାଟିତ 

ରାୟଗଡ:-ତା. ୩/୦୮-ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ ଗୁମୁଡ଼ା ଶାଖା ଗତ ୦୨/୦୮/୨୪ତାରିଖ ଶୁକ୍ରବାର ଦିନ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ୱର ସର୍କଲ ମୁଖ୍ୟ ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ଦିନେଶ ପ୍ରୁଥୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶ୍ରୀଯୁକ୍ତ ବିଜୟ କୁମାର ଟି, DGM (ସର୍କଲ କ୍ରେଡିଟ ଅଫିସର), ଶ୍ରୀଯୁକ୍ତ ସୋନଦୀପ କୁମାର ଚୌବେ, DGM(B&O), ବ୍ରହ୍ମପୁର ମଣ୍ଡଳ ଏବଂ ଶ୍ରୀଯୁକ୍ତ ପ୍ରକାଶ କୁମାର ନାଗ, RM, ରାୟଗଡା ଆଞ୍ଚଳିକ ବ୍ୟାପାର ଅଫିସ , ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଗୁମୁଡା ଶାଖା ପରିଚାଳକ ଶ୍ରୀଯୁକ୍ତ ଉତ୍କଳ କେଶରୀ ମହାପାତ୍ର, ଗୁମୁଡ଼ା ସ୍ଥାନୀୟ ପ୍ରଶାସନିକ ଅଧିକାରୀଗଣ ଏଵଂ ଜନପ୍ରତିନିଧି ଉପସ୍ଥିତ ଥିଲେ। ଏହି ଶାଖା ଖୋଲା ଯିବା ଦ୍ୱାରା ଏହି ଅଞ୍ଚଳର ଜନସାଧlରଣ ଏବଂ ଚାଷୀ ମାନଙ୍କ ନିମନ୍ତେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ ହେଇପାରିବ।

ଏହା ପରେ ସର୍କଲ ମୁଖ୍ୟ ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ଦିନେଶ ପ୍ରୁଥୀ, ଜାଗୃତି ୨ୟ ବାର୍ଦ୍ଧକ୍ୟ ଗୃହ, ରାୟଗଡା ପରିଦର୍ଶନ କରି ବାର୍ଦ୍ଧକ୍ୟ ଗୃହ ନିମନ୍ତେ ଷ୍ଟେଟ ବ୍ୟାଙ୍କ ତରଫରୁ କିଛି ଅନୁଦାନ ପ୍ରଦାନ କରିଥିଲେ, ଯଦ୍ୱାରା ବାର୍ଦ୍ଧକ୍ୟ ଗୃହର ଅନ୍ତେବାସୀ ଓ ଅନ୍ତେବାସୀନୀ ମାନେ ଉପକୃତ ହୋଇପାରିବେ।ବାର୍ଦ୍ଧକ୍ୟ ଗୃହ ତରଫରୁ ସେଥିନିମନ୍ତେ ଶ୍ରୀଯୁକ୍ତ ପୂର୍ଥୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଠିକାଦାରଙ୍କ ଭୂଲ ପାଇଁ ବିଜେପି ନେତା ଙ୍କ ଜୀବନ ଗଲା

Sunil Chandra Nayak

ସାଇନିଙ୍ଗ ୱାଲ୍ଡ ସ୍କୁଲ ର ବାର୍ଷିୋତ୍ସବ ଅନୁଷ୍ଠିତ

masiha

ମତଦାତା ଓ ମତଦାନ ସମ୍ଭନ୍ଧୀୟ ସଚେତନତା ନିମନ୍ତେ ଅନୁଷ୍ଠିତ ହେଲା “ପଥଉତ୍ସବ”

masiha

Leave a Comment

error: Content is protected !!