ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଡାକ୍ତରଖାନାରେ କେବଳ ଡାକ୍ତର ନୁହେଁ, ଷ୍ଟେଚର ର ବି ଅଭାବ,  ଆମ୍ବୁଲାନ୍ସ ଚକ ପଂଚର ଯୋଗୁଁ ରୋଗୀର ମୃତ୍ୟୁ ଅଭିଯୋଗ

ଧର୍ମଗଡ ଡାକ୍ତରଖାନାରେ କେବଳ ଡାକ୍ତର ନୁହେଁ, ଷ୍ଟେଚର ର ବି ଅଭାବ, 

ଆମ୍ବୁଲାନ୍ସ ଚକ ପଂଚର ଯୋଗୁଁ ରୋଗୀର ମୃତ୍ୟୁ ଅଭିଯୋଗ

ଧର୍ମଗଡ:ଧର୍ମଗଡ ଡାକ୍ତରଖାନାରେ କେବଳ ଡାକ୍ତର ସମସ୍ୟା ନୁହେଁ ଏହି ଠାରେ ରୋଗୀକୁ ନେବା ପାଇଁ ଷ୍ଟେଚର, ହୁଇଲଚେୟାର ମଧ୍ୟ ମରୁଡ଼ି ହୋଇଛି । ଏହି ଛୋଟ ଛୋଟ ଜିନିଷ ଯୋଗୁଁ ଅନେକ ହଇରାଣ ର ସମ୍ମୁଖିନ ହୋଇ ଶେଷରେ ମୃତ୍ୟୁ ବରଣ କରୁଛନ୍ତି । ଏମିତି ଏକ ଦୃଶ୍ୟ ଆଜି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଦେଖିବା କୁ ମିଳିଛି । 

ଶନିବାର ଦିନ ସକାଳୁ ଜଣେ ବୟସ୍କ ବୁଢ଼ୀ ମା ଗୁରୁତର ହେବାରୁ ତାଙ୍କ ପୁଅ ଗୋଟିଏ ଚାରିଚାକିଆ ଗାଡି ଯୋଗେ ଡାକ୍ତରଖାନା ଆଣିଥିଲେ ହେଲେ ଧର୍ମଗଡ ଓପିଡ଼ି ରେ ରୋଗୀକୁ ନେବା ପାଇଁ ଷ୍ଟେଚର ନ ଥିଲା ଯାହାଫଳରେ ରୋଗୀ ବିଳମ୍ବ ରେ ଚିକିତ୍ସା ପାଇଲା ବୋଲି ଅଭିଯୋଗ ହୋଇଛି।ଚିକିତ୍ସା ପରେ ମଧ୍ୟ ଅବସ୍ଥା ଠିକ ନଥିବାରୁ , ଧର୍ମଗଡ ଡାକ୍ତରଖାନାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତରିତ କରିଥିଲେ। ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନିଆ ଯାଉଥିବା ବେଳେ ଧର୍ମଗଡ ଡାକ୍ତରଖାନରୁ କିଛି ଦୂରରେ ଆମ୍ବୁଲାନ୍ସ ଚକ ପଞ୍ଚର ହୋଇଯାଇଥିଲା । ଆମ୍ବୁଲାନ୍ସ ରେ ଆଉ ଜରୁରୀ କାଳୀନ ଚକା ନଥିବା ଯୋଗୁଁ ୧୦୮ ଆମ୍ବୁଲାନ୍ସ ଆଉ ଆଗକୁ ଯାଇପାରିଲା ନାହିଁ । ଦୁର୍ଭାଗ୍ୟ ବଶତଃ ରୋଗୀ ସେହି ଆମ୍ବୁଲାନ୍ସ ରେ ମୃତ୍ୟୁ ହୋଇଥିଲା । 

ଆମ୍ବୁଲାନ୍ସ ଡ୍ରାଇଭର କୁ ପଚାରିଲେ ସେ ମୋ ଆମ୍ବୁଲାନ୍ସ ରେ ଆଉ ଜରୁରୀ କାଳୀନ ଚକା ନାହିଁ ବୋଲି ସଫେଇ ଦେଇଥିବା ବେଳେ ଜିଲ୍ଲା ଆମ୍ବୁଲାନ୍ସ ସିଏଲ ସୁଭାସିସ ଜେନା ମଧ୍ୟ ଏକ ଖମଖିଆଳି ମନୋଭାବ ନେଇ ପ୍ରତିକ୍ରିୟା ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ଧର୍ମଗଡ ଡାକ୍ତର ଖାନାରେ ଡାକ୍ତର ସମସ୍ୟା ସହିତ ଷ୍ଟେଚର , ହୁଇଲର ଚେୟାର ର ମଧ୍ୟ ସମସ୍ୟା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡା ସୁଚେତା ପାଣିଙ୍କୁ ଯୋଗାଯୋଗ କରିବାରୁ ପଦକ୍ଷେପ ନିଆ ଯିବ ବୋଲି ପ୍ରକାଶ କରିଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର କୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ତାଗିଦ କରିଥିଲେ । ଧର୍ମଗଡ ଡାକ୍ତରଖାନାର ଏହି ଛୋଟ ଛୋଟ ସମସ୍ୟା ପାଇଁ ମଧ୍ୟ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମୋଟର ସାଇକେଲ ଦୁର୍ଘଟଣା, ଯୁବକ ଆହତ 

masiha

ତ୍ରିଦିବସୀୟ ନାଟକ ମହୋତ୍ସବ :ଶେଷ ସନ୍ଧ୍ୟାରେ” ସମ୍ପର୍କ “

Sunil Chandra Nayak

ଉତ୍କଳ ବିକାଶ ପରିଷଦ ପକ୍ଷରୁ ଜୁନ ୧୯ରେ ଇଂ.ପ୍ରକାଶ ଚଂଦ୍ର ସେଠୀଙ୍କ ନେତୃତ୍ୱରେ କଟକ ସଦର ବ୍ଲକ ଘେରାଉ

Sunil Chandra Nayak

Leave a Comment

error: Content is protected !!