ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ରାଜ୍ୟପାଳଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ

ମାନ୍ୟବର ରାଜ୍ୟପାଳଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ

ଭବାନୀପାଟଣା ତା ୨୬.୨.୨୦୨୪: ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଆଜି ଦିନିକିଆ ଗସ୍ତରେ ଆସି ଜିଲ୍ଲାର କେସିଙ୍ଗା ବ୍ଲକ୍ ଏବଂ ଭବାନୀପାଟଣା ବ୍ଲକ୍ ର ୮ ଟି ସ୍ଥାନ ପରିଦର୍ଶନ କରିଛନ୍ତି। ପ୍ରଥମେ ଭବାନୀପାଟଣା ସହରସ୍ଥିତ ମା ମାଣିକେଶ୍ବରୀ ଙ୍କ ମନ୍ଦିର ଯାଇ ମାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।ଏହାପରେ ନେହେରୁ ସେବା ସଂଘ ଦ୍ୱାରା ପରିଚାଳିତ ଶିଶୁ ଯତ୍ନ କେନ୍ଦ୍ରକୁ ଯାଇ ଛାତ୍ର ଛାତ୍ରୀଙ୍କ ସହ ବାର୍ତ୍ତାଳାପ କରି ଜୀବନରେ ଖୁବ୍ ପରିଶ୍ରମ କରିବା ,ପାଠ ପଢିବା ଏବଂ ନିଜର ଭବିଷ୍ୟତ କୁ ଗଢ଼ିବାର ଉପଦେଶ ଦେଇଥିଲେ ଏବଂ ଫଳ ବଣ୍ଟନ କରିଥଲେ। ଥୁଆପଦର୍ ଗ୍ରାମପଞ୍ଚାୟତ ର ତେନ୍ତୁଳିଖୁଣ୍ଟି ଛକରେ ଅନୁଷ୍ଠିତ ପ୍ରାୟ ୨୦୦ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ସମାବେଶ ସଭାରେ ମହିଳା ମା ମାନଙ୍କୁ ନିଜ ଜୀବିକା ଖଳିଦାନା,ମସଲା ତିଆରି, ଛେଳି ପାଳନ, ଗାଁ ପୋଖରୀ ମାଛ ଚାଷ, ନର୍ସରୀ ଉପରେ ବିଭିନ୍ନ ପ୍ରଶ୍ନ ପଚାରି ଆଲୋଚନା କରିଥିଲେ ।ରାଜ୍ୟପାଳ ନିଜ ବକ୍ତବ୍ୟ ରେ ସ୍ଥାନୀୟ ଉତ୍ପାଦ କୁ ସୁନ୍ଦର ପ୍ୟାକିଂ, ବ୍ରାଣ୍ଡିଙ୍ଗ କରିବାକୁ କହିବା ସହ ମହିଳାମାନେ ଆତ୍ମନିର୍ଭର ହେବାସହ ନିଜ କନ୍ୟାମାନଙ୍କୁ ପାଠ ପଢ଼ାଇବା ସହ ଜୀବନରେ ଆତ୍ମ ସକ୍ଷମ କରିବାକୁ ଉପଦେଶ ଦେଇଥିଲେ।ଏହାପରେ ପାଷ୍ଟିଗୁଡ଼ି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ଗସ୍ତ କରି ରୋଗୀ ମାନଙ୍କୁ ଭେଟି ଡ଼ାକ୍ତରଖାନା ରେ ମିଳୁଥିବା ସୁବିଧା ଉପରେ ପଚାରିଥିଲେ। ପାଷ୍ଟିଗୁଡ଼ି ଅଙ୍ଗନବାଡ଼ି କେନ୍ଦ୍ର ଗସ୍ତ କରି ପୋଷଣ ଯୋଜନା ସଂକ୍ରାନ୍ତରେ ଅଭିବାଭକ ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ।ଏହାପରେ ନାସିଗାଁ ରେ ପହଞ୍ଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଙ୍କ ଆଲୋଚନା କରିଥିଲେ। ସେଠାରୁ କେସିଙ୍ଗା ରେଲୱେ ଷ୍ଟେସନ ପହଞ୍ଚି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆଭଶୀ ମାଧ୍ୟମରେ ଦେଶରେ ଅମୃତ ଷ୍ଟେସନ ଯୋଜନା ଅନ୍ତର୍ଗତ ୫୫୪ ରେଳ ପ୍ରକଳ୍ପ ଉନ୍ନତୀକରଣ ର ଶିଳାନ୍ୟାସ,ଅନେକ ରେଳ ରାସ୍ତା, ଓଭର ବ୍ରିଜର ଉଦ୍ଘାଟନ ର ସଭା ରେ ଯୋଗ ଦେଇଥିଲେ। ପରେ ଭବାନୀପାଟଣା ସର୍କିଟ ହାଉସ ଫେରି ଆସି ବିଶ୍ରାମ ନେଇ ପୁଣି ଅପରାହ୍ନ ଉତ୍କେଳା ମିନି ଷ୍ଟାଡିୟମ୍ ଠାରେ ସମାବେଶ ପ୍ରାୟ ୨୦୦ ଜଣ ଚାଷୀ ଓ ଗ୍ରାମବାସୀ ଙ୍କ ସହ ବିଭିନ୍ନ ଯୋଜନା ଉପରେ ବାର୍ତ୍ତାଳାପ କରିଥିଲେ।ସେଠାରୁ ଉତ୍ କେଳା ଏୟାରପୋର୍ଟ ଯାଇ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଗସ୍ତ କରିଥିଲେ। ରାଜ୍ୟପାଳଙ୍କ ସହ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି,ରାଜ୍ୟପାଳଙ୍କ ଗସ୍ତ ସହ ଆସିଥିବା ବ୍ୟକ୍ତିଗତ ସହାୟକ ହିମାଂଶୁ ପଟ୍ଟନାୟକ, ଏ ଡି ସି ଲେଫ୍ଟନାଣ୍ଟ କମାଣ୍ଡର ହିମାଂଶୁ ସିଂ, ଓ ଏସ ଡି ଅଞ୍ଜନ ସରକାର, ପି ଆର୍ ଓ, ମିଡିଆ ପରାମର୍ଶଦାତା, ସୋସିଆଲ ମିଡ଼ିଆ ସହାୟକଙ୍କ ସହ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ତାଇୱାନରେ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ ଭାରତରୁ ପ୍ରତିନିଧିତ୍ୱ କରିବେ ଶିଳ୍ପୀ ଓମପ୍ରକାଶ ସାହୁ

masiha

ସରକାରୀ ଯୋଜନା ରୁ ବଞ୍ଚିତ ,ଭଙ୍ଗାକୁଡିଆ ରେ ଅସହାୟ ବୃଦ୍ଧ ଦମ୍ପତି

Sunil Chandra Nayak

ଏ ଏନ ଏମ ଦିଦିଙ୍କ ଅମାନୁଷିକ ବ୍ୟବହାର ପାଇଁ ଗର୍ଜିଲା ଗ୍ରାମବାସୀ 

masiha

Leave a Comment

error: Content is protected !!