ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଭବାନୀପାଟଣା ଠାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଭବାନୀପାଟଣା ଠାରେ ତା: ୨୭.୨.୨୦୨୩ – ଗତକାଲି ତା ୨୬.୨.୨୦୨୪ ରିଖ ଜିଲାପାଳ କାର୍ଯ୍ୟଳୟ ନୂତନ ଓସ୍ଵ।ନ୍ ହଲ୍ ଠାରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଆସନ୍ତା ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତିର ମୁକାବିଲା କରିବା ପାଇଁ ବିଭିନ୍ନ ବିଭାଗ ତରଫରୁ ଗ୍ରହଣ କରାଯାଇଥିବା ସତର୍କତା ମୂଳକ ପଦକ୍ଷେପ ସମ୍ପର୍କିତ ଏକ ଜିଲ୍ଳାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ସମସ୍ତ ବ୍ଲକ୍ ଓସ୍ୱାନ୍ କେନ୍ଦ୍ରରେ ଉପସ୍ଥିତ ବି.ଡି.ଓ, ତହସିଲଦାର, ସି.ଡ଼ି.ପି.ଓ, ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲାସ୍ତରୀୟ ଓସ୍ଵାନ୍ କେନ୍ଦ୍ରର ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ପାନୀୟ ଜଳ, ବିଦ୍ୟୁତ୍, ସ୍ବାସ୍ଥ୍ୟ ସେବା, ଅଗ୍ନିଶମ ସେବା, ବିଦ୍ୟାଳୟ, ପରିବହନ, ପ୍ରାଣୀ ସମ୍ପଦ ବିଭାଗ ଓ ଅନ୍ୟାନ୍ୟ ବିଭାଗର ପଦକ୍ଷେପ ଉପରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ । ଆର୍.ଡବ୍ଲୁ.ଏସ.ଏସ ଅଧୀକ୍ଷଣ ଯନ୍ତ୍ରୀ ଙ୍କୁ ଗ୍ରାମାଞ୍ଚଳରେ ପାନୀୟଜଳ ସମ୍ପର୍କୀୟ ଅଭିଯୋଗ ପାଇବାର ୨୪ ଘଣ୍ଟା ମଧ୍ୟରେ ନଳକୂପ କାର୍ଯ୍ୟକ୍ଷମ ସହ ଯେଉଁଠି ନଳକୂପ ର ବ୍ୟବସ୍ଥା ହୋଇ ପାରୁ ନାହିଁ, ସେହି ଅଞ୍ଚଳ ରେ ଟ୍ୟାଙ୍କ ଯୋଗେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସପ୍ତାହ ମଧ୍ୟରେ ସମସ୍ତ ନଳକୂପ କାର୍ଯ୍ୟକ୍ଷମ, ନଳକୂପ ପାଇଁ ଯନ୍ତ୍ରପାତିର ବ୍ୟବସ୍ଥା,ନଳକୂପ ମରାମତି ପାଇଁ ଅଧିକ ମୋବାଇଲ ୟୁନିଟ କାର୍ଯ୍ୟକାରିତା ଉପରେ କ୍ଷେତ୍ର ପରିଦର୍ଶନ କରି ସତର୍କତା ରିପୋର୍ଟ ଦେବାକୁ କହିଥିଲେ।

  ସେଭଳି ଗ୍ରାମ ପଞ୍ଚାୟତ, ଏନ୍.ଏ.ସି, ପୌର ପରିଷଦ ଇଓ ଏବଂ ସମସ୍ତ ବିଡ଼ିଓ ଜନଗହଳି ଅଞ୍ଚଳରେ ପାନୀୟ ଜଳ ସେବା କେନ୍ଦ୍ର ବା ଜଳଛତ୍ର ଖୋଲିବା, ପି.ଏଚ୍.ସି, ସି.ଏଚ୍.ସି, ଉପଖଣ୍ଡ ଓ ସଦର ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଶୀତ ତାପ ନିୟନ୍ତ୍ରିତ କୋଠରୀ ବା କୁଲର୍ ବ୍ୟବସ୍ଥାଯୁକ୍ତ କୋଠରୀ ର ବ୍ୟବସ୍ଥା, ଯଥେଷ୍ଟ ଓ.ଆର୍.ଏସ, ଆବଶ୍ୟକୀୟ ଔଷଧ ମହଜୁଦ ରଖିବା ପାଇଁ ସି ଡ଼ି ଏମ୍ ଓ ଙ୍କୁ ଦାୟିତ୍ଵ ଦିଆଗଲା । ଜିଲ୍ଳା ଶ୍ରମ ଅଧିକାରୀ ସମସ୍ତ ଶ୍ରମିକମାନଙ୍କୁ ଦିନ ୧୧.୦୦ ଘ: ରୁ ଅପରାହ୍ନ ୩.୦୦ ଘ: ପର୍ଯ୍ୟନ୍ତ ଖରାରେ ନିର୍ମାଣ କାର୍ଯ୍ୟ ନ କରିବା ଏବଂ ନିର୍ମାଣ ସଂସ୍ଥା/ ମାଲିକ ଶ୍ରମିକ ମାନଙ୍କ ପାଇଁ ଯଥେଷ୍ଟ ଛାୟା, ପିଇବା ପାଣି ଓ ଓ. ଆର୍.ଏସ ର ବ୍ୟବସ୍ଥା କରିବାକୁ ଧ୍ୟାନ ଦେବାକୁ କୁହାଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ହଷ୍ଟେଲ ଓ ବିଦ୍ୟାଳୟମାନଙ୍କରେ ଅଂଶୁଘାତଜନିତ ଅସୁବିଧାକୁ ପ୍ରତିହତ ତଥା ସଚେତନତା ପାଇଁ ବ୍ୟାପକ ଓଡ଼ିଆ ଲିଫଲେଟ୍ ର ବଣ୍ଟନ ସହ ଯଥେଷ୍ଟ ପାନୀୟ ଜଳ ଓ ଓ..ଆର୍.ଏସ ପ୍ୟାକେଟ ବିଦ୍ୟାଳୟ କର୍ତ୍ତୃପକ୍ଷ ରଖିବେ ତଥା ଛାତ୍ର ଛାତ୍ରୀ ମାନଙ୍କୁ ୨ ରୁ ୩ ଟା କ୍ଲାସ୍ ମଧ୍ୟରେ ପାଣି ପିଇବା ପାଇଁ ୫ ମିନିଟ ର ଅନ୍ତରାଳ ଦେବା ବ୍ୟବସ୍ଥା କରିବା ପାଇଁ କହିଥିଲେ ।ପାଇପ୍ ଯୋଗେ ପାନୀୟ ଜଳର ବ୍ୟବସ୍ଥା ସୁବିଧା ପାଇଁ ଗ୍ରାମ ପଞ୍ଚାୟତ ଓ ଏନ୍.ଏ.ସି ମାନଙ୍କରେ ବିଦ୍ୟୁତ୍ ସେବା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଉପରେ ଧ୍ୟାନ ଦେବାକୁ ଟି.ପି.ଡବ୍ଲୁ.ଓ.ଡି.ଏସ ନିର୍ବାହ ଯନ୍ତ୍ରୀ ଙ୍କୁ ଦାୟିତ୍ଵ ଦିଆଗଲା । ଆଶା, ଅଙ୍ଗନୱାଡ଼ି କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ” କଣ କରିବା ଓ କଣ ନ କରିବା” ଲୋକଙ୍କୁ ବୁଝାଇବା ସହ ଅଂଶୁଘାତ ସମ୍ପର୍କୀୟ ସଚେତନତା ବାର୍ତ୍ତା କୁ ଓଡ଼ିଆ ଲିଫ୍ ଲେଟ୍ ଦ୍ଵାରା ଗାଁ ଗାଁ ରେ ପ୍ରଚାର କରିବେ । ଅଂଶୁଘାତ ସମ୍ବନ୍ଧୀୟ ମୃତ୍ୟୁ କୁ ସ୍ଥାନୀୟ ତହସିଲଦାର ଓ ସ୍ବାସ୍ଥ୍ୟ ଅଧିକାରୀ ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ୍ ପ୍ରେରଣ କରିବେ । ସେଭଳି ସମସ୍ତ ଯାତ୍ରୀବାହୀ ବସ୍ ଦିନ ୧୨.୦୦ ଘଣ୍ଟା ଠାରୁ ୦୩.୦୦ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ରେ ଯାତାୟାତ କରିବେ ନାହିଁ ଓ ବସ୍ ମାନଙ୍କରେ ଯଥେଷ୍ଟ ପାନୀୟ ଜଳ, ଆଶୁ ଚିକିତ୍ସା , ଓ ଆର୍ ଏସ ପ୍ୟାକେଟ ମହଜୁଦ ରଖାଯିବ । ଅଂଶୁଘାତ ସୂଚନା ପାଇଁ ଜିଲ୍ଲାରେ ଏକ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି ଓ ଏହାର ଫୋନ ନମ୍ୱର ୦୬୬୮୦- ୨୩୦୪୫୫ । ଉପଜିଲ୍ଲାପାଳ, ବି.ଡ଼ି.ଓ, ଇ.ଓ, ଆର୍.ଡବ୍ଲୁ.ଏସ.ଏସ, ସି.ଡ଼ି.ଏମ୍.ଓ, ପି ଏଚ୍ ଡି ନିଜ ନିଜ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ଖୋଲି ଏହାର ଫୋନ ନମ୍ୱର ସମସ୍ତଙ୍କ ସୂଚନାର୍ଥେ ଜଣାଇବେ । ସେଭଳି ପଶୁ ସମ୍ପଦ ର ସୁରକ୍ଷା ପାଇଁ ବିଶେଷ ଜଳ ବ୍ୟବସ୍ଥା ଓ ଔଷଧ ରଖିବାକୁ ସି ଡ଼ି ଭି ଓ ଙ୍କୁ ନିର୍ଦ୍ଦେଶ ଦିଆଗଲା ।

ଗ୍ରୀଷ୍ମପ୍ରବାହ ଜନିତ ପରିସ୍ଥିତି ର ମୁକାବିଲା ପାଇଁ ବ୍ଲକ୍ ଓ ପଞ୍ଚାୟତସ୍ତରରେ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନଙ୍କ ଉପସ୍ଥିତରେ ଅନୁରୂପ ବୈଠକ ଯଥାଶୀଘ୍ର ଆୟୋଜନ କରିବାକୁ ସମୟ ବି.ଡ଼ି.ଓ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଲେ । ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଉପଜିଲ୍ଲାପାଳ ଭବାନୀପାଟଣା ଡ଼ ବିଶ୍ୱଜିତ୍ ଦାସ, ସହ ସି.ଏସ.ଓ, ଆର୍.ଟି.ଓ, ସି.ଡ଼ି.ଏମ୍.ଓ, ଇ.ଇ, ଓ.ଏଲ୍.ଆଇ.ସି, ଆର୍. ଡବ୍ଲୁ.ଏସ.ଏସ, ଡି.ଆଇ.ପି.ଆର୍.ଓ , ଡି.ଡି.ଏଚ୍, ସି.ଡ଼ି.ଭି.ଓ , ଡି.ଏସ. ଡବ୍ଲୁ.ଓ, ଏସ.ଡି.ଓ., ପି.ଏଚ୍.ଡି,ସହକାରୀଜିଲ୍ଲାପାଳ (ଜରୁରୀ ଶାଖା),ତଥା ଜରୁରୀ ଶାଖା ର କର୍ମ କର୍ତ୍ତା ଉପସ୍ଥିତ ଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ମହାସମାରୋହ ରେ ପାଳିତ

masiha

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପରିପ୍ରେକ୍ଷୀରେ ରାଇରଙ୍ଗପୁର ଠାରେ ଏକତା ପଦଯାତ୍ରା ଆୟୋଜିତ।

Sunil Chandra Nayak

ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!