ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଏନଏସି ରେ ‘ସୁଭଦ୍ରା’ ରଥର ଶୁଭାରମ୍ଭ।

ଧର୍ମଗଡ ଏନଏସି ରେ ‘ସୁଭଦ୍ରା’ ରଥର ଶୁଭାରମ୍ଭ।

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପାରିଷଦ ଅଞ୍ଚଳରେ ଆଜି ସୁଭଦ୍ରା ରଥ ର ଶୁଭାରମ୍ଭ କରାଯାଇଛି ଏହି କାର୍ଯ୍ୟକ୍ରମରେ ନଗରପାଳ ଅଶୋକ କୁମାର ମହାନ୍ତି, ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା, ଉପାଧ୍ୟକ୍ଷା ମନିଷା ମିଶ୍ର ପତାକା ଦେଖାଇ ସୁଭଦ୍ରା ରଥର ଶୁଭାରମ୍ଭ କରି ଥିଲେ।ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏହି ରଥ ଧର୍ମଗଡ ନଗର ର ୧୪ ଟି କାଉନସିଲ କୁ ବୁଲି ସୁଭଦ୍ରା ଯୋଜନା ବିଷୟ ରେ ସଚେତନ ସୃଷ୍ଟି କରିବ। ପ୍ରତି ମହିଳାଙ୍କ ସ୍ବପ୍ନ ପୂରଣ କରିବା ସୁଭଦ୍ରା ଯୋଜନାର ମୂଳ ଉଦ୍ଦେଶ୍ୟ। ମହିଳାଙ୍କ ଆକାଂକ୍ଷା ପୂରଣ କରିବାରେ ଏହା ସହାୟକ ହେବ ବୋଲି ରାଜ୍ୟ ସରକାର ଙ୍କ ପକ୍ଷରୁ ପ୍ରକାଶ ପାଇଛି।

ଆଜି ର କାର୍ଯ୍ୟକ୍ରମ ରେ କନିଷ୍ଠ ଯନ୍ତ୍ରୀ ଶରତ କୁମାର ସାହୁ, ହିସାବ ରକ୍ଷକ ହିମାଂଶୁ ରଣା, ସଫେଇ ପ୍ରବୀଣ ଅଭିନନ୍ଦନ ପ୍ରଧାନ, ସିଟି ମିସନ୍ ମ୍ୟାନେଜର ସୁଭାଶିଷ ନାଏକ, ଗୋଷ୍ଠୀ ସଂଗଠକ ଯଶୋବନ୍ତ ମହାପାତ୍ର, ସମସ୍ତ କାଉନସିଲର, ମୁକ୍ତା ଟିମ୍ ର ସଦସ୍ୟ ତଥା ସ୍ୱଚ୍ଛ ସାଥୀ ମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଉମାକାନ୍ତ ସାହୁଙ୍କ ପରଲୋକ, ପରିଚିତ ମହଲରେ ଶୋକର ଛାୟା 

Sunil Chandra Nayak

ପୁଷ୍ଟି ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ତାଲିମ୍ କାର୍ଯ୍ୟକ୍ରମ 

Sunil Chandra Nayak

ଧର୍ମଗଡ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!