ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଆସନ୍ତା ୧୪ରେ….

୭ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଆସନ୍ତା ୧୪ରେ….

ରାଉରକେଲା: ସ୍ଥାନୀୟ ଜଗଦା ସ୍ଥିତ ଜୟଦେବ କଳା ବିକାଶ କେନ୍ଦ୍ର, ରାଉରକେଲା ତରଫରୁ ମା’ ବାଟ ମଙ୍ଗଳା ଶକ୍ତିପୀଠ ପ୍ରେଖ୍ୟାଳୟରେ ” ୭ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ” ଆସନ୍ତା ୧୪ ସେପ୍ଟେମ୍ବର ୨୦୨୪ ଶନିବାର ସନ୍ଧ୍ୟା ୬ ଘଟିକା ଠାରୁ ସକାଳ ୬ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ଯୋଗଦେଇ ଉଦ୍ଘାଟନ କରିବେ।ଏଥିରେ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗ ଦେବାକୁ ସ୍ଵୀକୃତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜାତୀୟ ସ୍ତରର ୩୦ରୁ ଉର୍ଦ୍ଧ୍ବ ସୁନାମଧନ୍ୟ ଅଭିଜ୍ଞ ଓ ନବୀନ କଳାକାରମାନେ ଅଂଶଗ୍ରହଣ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ଜନପ୍ରିୟ ହିନ୍ଦୁସ୍ତାନୀ କଳାକାର ପୁରୀ ରୁ ଗୁରୁଶ୍ରୀ ଯାମିନୀକାନ୍ତ ମିଶ୍ର,ଗୁରୁ ଶ୍ରୀମତୀ ପ୍ରଜ୍ଞା ମିଶ୍ର , ବନାରସ ରୁ ଗୁରୁ ପ୍ରୀୟାଂସୁ ଘୋଷ, କଲିକତା ରୁ ସୁଶ୍ରୀ ଜେସିକା ଘଟକ, ଗୁରୁ କେଳୁଚରଣ ମହାପାତ୍ର ଗବେଷଣା କେନ୍ଦ୍ର, ଭୁବନେଶ୍ଵରର ଓଡ଼ିଶୀ ସଙ୍ଗୀତ ମେଧାବୀ ଗବେଷକା ନିଳୀମା ପ୍ରଧାନ, ସ୍ମୃତିରେଖା ପ୍ରଧାନ ଓ ସୁନୀତା ବିଶ୍ବାଳ ପ୍ରମୁଖ ଓଡ଼ିଶୀ କଣ୍ଠ ସଙ୍ଗୀତ ପରିବେଷଣ କରିବେ।

ଭୁବନେଶ୍ଵରର ପ୍ରଖ୍ୟାତ ମର୍ଦ୍ଦଳ ବାଦକ ଗୁରୁ ସଚ୍ଚିଦାନନ୍ଦ ଦାସ, ଗୁରୁ କାଳନ୍ଦୀ ଚରଣ ପରିଡ଼ାଙ୍କ ତତ୍ତ୍ଵାବଧାନରେ ଜଳନ୍ଧର ନାୟକ, ପ.ଗୁଲସନ୍ କୁମାର ଓ ଜୟଗୁରୁ ପ୍ରଧାନ ମର୍ଦ୍ଦଳ ବାଦନ କରିବେ।ଭୁବନେଶ୍ଵରର ପ୍ରତିଷ୍ଠିତ ତବଲା ବାଦକ ଡ଼. ତାପସ ପାଲ୍ ଓ ଗୁରୁ କୁଳମଣି ସାହୁ ତଥା କଲିକତାର ଗୁରୁ ଅବୀର ମୁଖାର୍ଜୀ ଓ ସୁଦୀପ ଚାଟାର୍ଜୀ ତବଲା ସଙ୍ଗୀତ କରିବାକୁ ସହମତି ପ୍ରକାଶ କରିଚନ୍ତି।

କଲିକତାର ସରୋଦ ସିଷ୍ଟରସ ଟ୍ରୋଇଲି ଓ ମୋଇସିଲି ଦତ୍ତ ତଥା ଗୟା ଜିଲ୍ଲା ବିହାରର ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ପଖାଉଜ୍ ବାଦକ ଭ୍ରାତା ଗୌରବ ଓ ସୌରଭ ଶଙ୍କର ଉପାଧ୍ୟାୟ , ସୋଲାପୂରର ଗୁରୁ କପିଲ ବିଷ୍ଣୁ ଯାଦବ ଓ ଗୁରୁ ଅମୋଲ ଯାଦବ ସୁନ୍ଦରୀ ଯନ୍ତ୍ର ସଙ୍ଗୀତ ପରିବେଷଣ କରିବେ।

ବିଶାଖାପାଟଣାର କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ଶୈଳୀରେ ଗୁରୁ ଏଚ. ରାମ ଚରଣ,ମୃଦଙ୍ଗମ ବାଦକ ଗୁରୁ ଏମ. କାମେଶ ଓ ଘଟମ୍ ବାଦକ ଗୁରୁ ଟି. ଏମ. ଚୈତନମ ତ୍ରୟ ଯନ୍ତ୍ର ସଙ୍ଗୀତ ପରିବେଷଣ କରିବେ। ଏତଦ୍ ଭିନ୍ନ ରାଉରକେଲାର ଗୁରୁ ବୀଣା ରଥ, ଡ. ସୁଶାନ୍ତ କୁମାର ପାଣି, ଗୁରୁ ପ୍ରଭାତୀ ମହାପାତ୍ର, ଗୁରୁ ରଜତ ପଣ୍ଡା ଓ ସୁପ୍ରିତ୍ ପ୍ରିୟଦର୍ଶୀ ପଣ୍ଡା ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିବେ। ରାଉରକେଲାର ଅନ୍ୟାନ୍ୟ କଳାକାର ମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବେ। ଓଡ଼ିଶାର ସୁନାମଧନ୍ୟ ଦୂରଦର୍ଶନ ଉପସ୍ଥାପକ ଡ. ଶ୍ରୀନିବାସ ଘଟୁଆରି ଏହି କାର୍ଯ୍ୟକ୍ରମରେ ଉପସ୍ଥାପନ କରିବା ପାଇଁ ସ୍ଵୀକୃତି ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଶାସ୍ତ୍ରୀୟ ସଙ୍ଗୀତ ଶ୍ରୋତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସଂଗେ ସଂଗେ ଅତିଥି କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠାନର ସାଧାରଣ ସମ୍ପାଦକ ଅନୁରୋଧ କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ପନ୍ଦନ ଆୟୋଜିତ ଶିଶୁ ମହୋତ୍ସବର ୨ୟ ସଂଧ୍ୟା   

Sunil Chandra Nayak

ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଜାତୀୟ ଭୂମି ସମ୍ମାନ-୨୦୨୩ ପୁରସ୍କାର

masiha

ସମ୍ମାନିତ ହେଲେ ମୂଳ ନିବାସୀ ଦଳିତ ସେବାସଙ୍ଘ ର ସଭାପତି ଓ ସମାଜସେବୀ 

Leave a Comment

error: Content is protected !!