ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

ଜୁନାଗଡ଼ ୧୨/୯ ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜୁନାଗଡ଼ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ଏହି ପ୍ରତି ଯୋଗୀତା ଆୟୋଜନ କରାଯାଇଥିଲା ।ଏଥିରେ ପ୍ରାଥମିକ ,ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗଦାନ କରି ଥିଲେ । ପୁରସ୍କାର ବିତରଣ ଉତ୍ସବ ରେ ଜୁନାଗଡ଼ ବି ଇ ଓ ତପନ ମାଝି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସାଂସଦ ପ୍ରତିନିଧି ମାନସ ରଞ୍ଜନ ପଣ୍ଡା ମୁଖ୍ୟ ଅତିଥି , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗ ଦାନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସଂଘର ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂ ଦେଓ ,ଏ ବି ଇ ଓ ସୁଶାନ୍ତ କୁମାର ଠାକୁର ଏବଂ ପ୍ରଧାନ ଶିକ୍ଷକ ଉଚ୍ଚ ବିଦ୍ୟାଳୟର ନେପାଳ ଚନ୍ଦ୍ର ବାଗ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ କୁଇଜ ପ୍ରତିଯୋଗୀତ। ସମ୍ପର୍କରେ ମାର୍ଗ ଦର୍ଶନ କରି ଥିଲେ । ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ଯୀଶୁ ରାମ ଗୋପାଳ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ମକର ଧଜ ରାଉତ ,ସୂର୍ଯ୍ୟ ନାରାୟଣ ଠାକୁର ଏବଂ ସିତେସ କୁମାର ପାଢୀ ,ମଳୟ ମୁଣ୍ଡ,ସାମ୍ବାଦିକ ସୁନ୍ଦରମୋହନ ଛତ୍ରୀଆ ,ରୁବି ଯୋଶୀ, ଉଗ୍ରେସେନ କନ୍ଦପାନ, ସାହେବ ଛତ୍ରୀଆ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ।କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଥିଲେ ।ଶେଷରେ ଏ ବି ଇ ଓ ସୁଶାନ୍ତ କୁମାର ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା-୨୦୨୪ ଅନୁଷ୍ଠିତ 

masiha

ନୂତନ କୁଦରସାହି ଗ୍ରାମ ପଞ୍ଚାୟତ ଗଠନ ଦାବିରେ ୫ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

Sunil Chandra Nayak

ସାରା ପୃଥିବୀର ଏକ ଆହ୍ୱାନ , ପ୍ରେମ ଓ ଶ୍ରଦ୍ଧାର ଉତ୍ସବ ବଡଦିନ

Sunil Chandra Nayak

Leave a Comment

error: Content is protected !!