ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉକ୍ରଳମଣିିିିିିଙ୍କ ୧୪୬ ତମ ଜୟନ୍ତୀ ଓ ଉକ୍ରଳମଣି ସେବା ସଂସ୍ଥାର ପଂଚଦଶ ବାର୍ଷିକ ଉତ୍ସବ ପାଳନ

ଉକ୍ରଳମଣିିିିିିଙ୍କ ୧୪୬ ତମ ଜୟନ୍ତୀ ଓ ଉକ୍ରଳମଣି ସେବା ସଂସ୍ଥାର ପଂଚଦଶ ବାର୍ଷିକ ଉତ୍ସବ ପାଳନ

ଜୁନାଗଡ: ୧୦/୧୦,(ମନିସ ) ଉକ୍ରଳମଣିଙ୍କ ୧୪୬ ତମ ଜୟନ୍ତୀ ଉତ୍ସବ ଓ ଉକ୍ରଳମଣି ସେବା ସଂସ୍ଥାର ପଂଚଦଶ ବାର୍ଷିଳ ଉତ୍ସବ ମଧୁ ସୂଦନ ପଣ୍ଡାଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଇତ୍ୟବସରରେ ସ୍ଥାନୀୟ ସହିଦ ରଣ୍ଡୋ ମାଝି ସଂସ୍କୃତି ଭବନରେ କବିତା ଆସର, ପଦ୍ମଶ୍ରୀ ପଟାୟତ ସାହୁଙ୍କୁ ସମ୍ବର୍ଦ୍ଧନା, ସାଧାରଣ ସଭା, ପୁରସ୍କାର ବିତରଣ, ମାଟ୍ରିକ୍ ଓ +୨ ଟପର ଛାତ୍ରମାନଙ୍କୁ ସମ୍ବର୍ଦ୍ଧନା ଆଦି ବିବିଧ କାଯ୍ୟକ୍ରମରେ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି , ଜୁନାଗଡ଼ ନଗରପାଳ ମୁକେଶ କୁମାର ଅଗ୍ରୱାଲ ,ସମ୍ମାନନୀୟ ଅତିଥି, ପ୍ରଧ୍ୟାପକ ଓ ବିଶିଷ୍ଟ ଲେଖକ ମନୋରଞ୍ଜନ ମହାନ୍ତି ,ମୁଖ୍ୟବକ୍ତା, ଶିକ୍ଷାବିଦ୍ ଓ ଗବେଷକ ଉମେଶ ଚନ୍ଦ୍ର ଶତପଥୀ-ସମ୍ମାନନୀୟ ବକ୍ତା, ବିଶିଷ୍ଟ ଲେଖକ ସରୋଜ ସାମଲ-ଅନ୍ୟତମ ସମ୍ମାନନୀୟ ବକ୍ତା ଭାବେ ଯୋଗ ଦେଇଥିଲେ । ଉକ୍ତ ଜୟନ୍ତୀ ସଭାରେ ମନୋରଞ୍ଜନ ମହାନ୍ତି କହିଥିଲେ କି ସତ୍ୟ, ସେବା, ସାହିତ୍ୟ, ସାମ୍ବାଦିକତା ଓ ସ୍ୱାଧିନତା ସଂଗ୍ରାମ ପାଇଁ ଚରମ ତ୍ୟାଗପୂତ ଜୀବନର ଅନନ୍ୟ ନଜିର ହେଉଛନ୍ତି ଉକ୍ରଳମଣି ଗୋପବନ୍ଧୁ ଦାସ । ଉକ୍ରଳମଣିଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଦେଶରେ ଦେଖା ଦେଇଥିବା ସାମ୍ପ୍ରତିକ ସଙ୍କଟ ଜନକ ପରିସ୍ଥିତିରେ ନିଜ ନିଜର ବିବେକାନୁମୋଦିତ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ ଡ ଉମେଶ ଚନ୍ଦ୍ର ଶତପଥୀ ।ଏହାପରେ ଉତ୍କଳମଣୀଙ୍କନାମରେ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା।

 ଅନୁଷ୍ଠାନର ସମ୍ପାଦକ ଅଜୟ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରାରମ୍ବିକ ସଜ୍ଞୀତ ଗାନ କରିଥିଲେ ସୁପ୍ରିୟା ବେହେର । ଜୟନ୍ତୀ ଉତ୍ସବକୁ ସୁଚାରୁ ଭାବେ ପରିଚାଳାନା କରିଥିଲେ ଭଗବାନ ସାହୁ, ଦାମୋଦର ବେହେରା, ବିଜୟ ମଲ୍ଲିକ, ହେମନ୍ତ ସାସମଲ, କୃପାସିନ୍ଧୁ ଶତପଥୀ, ଶାନ୍ତନୁ ପରିଡା, ଜୟନ୍ତ ଜେନା, ନିରଞ୍ଜନ ସାହାଣୀ, ନବଘନ ସାହୁ, ଚନ୍ଦ୍ର ଶେଖର ସିଂହ, ସୁରେନ୍ଦ୍ର ସାହୁ, ଶ୍ୟାମସୁନ୍ଦର ସାହୁ, ସ୍ୱର୍ଣ୍ଣଲତା ଦାସ, ମମତା ସାହାଣୀ । ଗୋପବନ୍ଧୁଙ୍କ ଜୀବନ ଓ ଆଦର୍ଶକୁh ନେଇ ଅନୁଷ୍ଠିତ କବିତା ଆସରରେ ରମେଶ ନାୟକ, କୈଳାସ ରାଉତ, ସୁଧିର ମେହେର, ଉଦ୍ଧବ ସାହୁଙ୍କ ସହିତ ୩୫ ଜଣ କବି ସ୍ୱରଚିତ କବିତା ପାଠକରିଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଅଟୋକୁ ଧକ୍କା ଦେଲା ପଲସର; ବାଇକ୍ ଚାଳକ ମୃତ

masiha

ପତାଞ୍ଜଳି ଯୋଗ ଶିବିରରେ ଭାଗବତ କଥାମୃତ ଓ ଅତିବଡ଼ି ଙ୍କ ଜୟନ୍ତୀ ପାଳନ 

Sunil Chandra Nayak

ଶ୍ରୀ ଜଗନ୍ନାଥ ଚେତନା ଓ ସେବା ସଂଘ ପକ୍ଷରୁ ସମର୍ପଣ” ପତ୍ରିକା ଉନ୍ମୋଚିତ , ଉପାନ୍ତ ଅଞ୍ଚଳର ଜଗନ୍ନାଥ ପ୍ରେମୀଙ୍କ ପରିଭାଷା ସମର୍ପଣ 

Sunil Chandra Nayak

Leave a Comment

error: Content is protected !!