ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜବରଦଖଲରେ ଥିବା ସରକାରୀ ସମ୍ପତ୍ତି ଉଦ୍ଧାର କେବେ ? ମୋହନ ସରକାରଙ୍କ ନିର୍ଦ୍ଦେଶ ଖଇରାରେ କାର୍ଯ୍ୟକାରୀ ହେବ ତ ?

ଜବରଦଖଲରେ ଥିବା ସରକାରୀ ସମ୍ପତ୍ତି ଉଦ୍ଧାର କେବେ ? ମୋହନ ସରକାରଙ୍କ ନିର୍ଦ୍ଦେଶ ଖଇରାରେ କାର୍ଯ୍ୟକାରୀ ହେବ ତ ?

ଖଇରା,୧୯/୭/୨୪- ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ମୋହନ ସରକାରଙ୍କ କଡ଼ା ଆଭିମୁଖ୍ୟକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଥିପାଇଁ ପ୍ରତ୍ୟେକ ଜିଲ୍ଲାପାଳ ମାନଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ସରକାର । ସରକାରଙ୍କ ନିର୍ଦ୍ଦେଶ ନାମାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇ ବିପୁଳ ସମର୍ଥନ ମିଳୁଥିବାର ବିଷୟ ସୋସିଆଲ ମିଡିଆରୁ ଜଣାପଡୁଛି ।ସାଧାରଣତଃ ଗରିବ ଗୁରୁବା ମାନେ ମୁଣ୍ଡ ଗୁଞ୍ଜିବାକୁ କେଉଁଠି କେଉଁଠି ସରକାରୀ ଜମିରେ କୁଡ଼ିଆ ଖଣ୍ଡେ କରିଥିବା ବେଳେ, ମାର ମାର ଭଣ୍ଡାରିଆକୁ ମାର ନୀତିରେ ନବୀନ ସରକାର ଉଚ୍ଛେଦ କରିଥିଲା ବେଳେ ଧନୀ, ବଡ଼ ବ୍ୟବସାୟ, ପ୍ରଭାବଶାଳୀ ନେତା ଓ ବ୍ଯାକ୍ତି ମାନେ ଅନାୟାଶାରେ ଜବର ଦଖଲ କରିଥିବା ବହୁମୁଲ୍ଯ ସରକାରୀ ଜମିକୁ ଉଚ୍ଛେଦ କରି ନାହାଁନ୍ତି । ଏଥିପାଇଁ ବିଗତ ଦିନରେ ନବୀନ ବାବୁଙ୍କ ସରକାରଙ୍କ ସମୟରେ ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନିର୍ବାଚନ ମଣ୍ଡଳୀ ଅଧିନରେ ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ଅଧିନରେ ଥିବା ଆଳଦା, କୋଚିଆକୋଇଲି, ଗଡପୋଖରୀ ଗ୍ରାମର ଗରିବ ପରିବାର ମାନେ ଅଭିଯୋଗ ଆଣି ଓଡ଼ିଶା ହାଇକୋର୍ଟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଭୁବନେଶ୍ୱର ପର୍ଯ୍ୟନ୍ତ ଯାଇନଥିଲେ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବାଲେଶ୍ଵର ଜିଲ୍ଲାପାଳ ୨୦୨୩ ମସିହାରେ ଖଇରା ତହସିଲ ଅଧିନରେ ଥିବା ସରକାରୀ ନୟନଯୋଡିକୁ ଦୁଇ ପାର୍ଶ୍ବରେ ଥିବା ଜବରଦଖଲକୁ ଉଚ୍ଛେଦ କରିଥିଲେ । ଠିକ୍ ଛଅ ମାସ ପୂର୍ବରୁ ସେହି ଭଳି ସରକାରୀ ନୟନଯୋଡିକୁ ଆବଦ୍ଧ କରି ଦୋକାନ ଖୋଲି ବସିଛନ୍ତି । ଏହି ସରକାରୀ ନୟନଯୋଡିକୁ ଜବରଦଖଲ କରିଥିବା ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯିବା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ରୁଜ୍ଜୁ ପରେ ଆଦେଶ ମୁତାବକ ଓ ଜିଲ୍ଲାପାଳଙ୍କ ଆଦେଶକୁ ଗ୍ରହଣ କରି ତତ୍କାଳିନ ତହସିଲଦାର ମହେନ୍ଦ୍ର କୁମାର ବେହେରା ଦୁଇ ପାର୍ଶ୍ବରେ ଥିବା ନୟନଯୋଡି ନାଳ ଉପରେ ଥିବା ଦୋକାନୀ ମାନଙ୍କୁ ଉଚ୍ଛେଦ କରିଥିଲେ । ସେହିପରି ଖଇରା ତହସିଲ ଖଇରା ଆର. ଆଇ. ଅଧିନ ମୌଜା ଆଳଦା, ସର୍ବସାଧାରଣ ଖାତା ନଂ ୨୦୩, ପ୍ଲଟ ନଂ ୪୧୧/୯୯୮ ,ଏରିଆ ୪ ଡିସିମିଲ ଜମି ଦୀର୍ଘ ବର୍ଷ ହେବ ଜବରଦଖଲ ରହିଛି, ଜବରଦଖଲ ମୁକ୍ତ ପାଇଁ ଖଇରା ତହସିଲଦାର, ବାଲେଶ୍ଵର ଜିଲ୍ଲାପାଳ, ରାଜସ୍ବ ମନ୍ତ୍ରୀ ଓଡ଼ିଶା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ, ଗ୍ରାମର ଅଧିବାସୀ ନରେନ୍ଦ୍ର ପ୍ରସାଦ ବେହେରା ଅଭିଯୋଗ କରିବା ପରେ ରାଜସ୍ଵ ନିରୀକ୍ଷକ ତଦନ୍ତ ରିପୋର୍ଟ ତହସିଲ କାର୍ଯ୍ୟାଳୟର ସଂପୃକ୍ତ ଅମଲା ନିକଟରେ ଦୀର୍ଘ ଦିନ ଧରି ପଡ଼ିରହିଛି, ଏଠାରେ ପ୍ରଶ୍ନ ଉଠେ,- ତହସିଲ ପ୍ରଶାସନ ଯଦି ସରକାରୀ ଜମି ତଥା ସର୍ବ ସାଧାରଣ ରାସ୍ତକୁ ଜବରଦଖଲ ମୁକ୍ତ କରିପାରୁ ନାହାଁନ୍ତି, ପ୍ରଜାମାନଙ୍କ ଜମିକୁ କିପରି ଜବରଦଖଲ ମୁକ୍ତ କରିବେ ? ନବୀନ ସରକାର ହଟିବା ପରେ ମୋହନ ସରକାର ଆସିବା ପରେ ଅଭିଯୋଗ କରାଯାଇଥିବା ମୁଖ୍ୟମନ୍ତ୍ରୀ, ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବ, ଜିଲ୍ଲାପାଳ ବାଲେଶ୍ଵରଙ୍କ ନିକଟରୁ ଆସିଥିବା ଅଭିଯୋଗ ଉପରେ କୌଣସି ପଦକ୍ଷେପ ଗ୍ରହଣ କରା ନଯାଇଥିବା ସାଧାରଣ ଜନତା ଓ ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି । ଦେଖିବାକୁ ବାକି ରହିଲା ମୋହନ ସରକାରଙ୍କ ନିର୍ଦ୍ଦେଶ କାମରେ ଲାଗୁଛି ନା ପାଣିରଗାର ହେଉଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜାତୀୟ ସେବା ଯୋଜନା ଦ୍ବାରା ସଡ଼କ ସୁରକ୍ଷା ସଚେତନତା ପଥ ପରିକ୍ରମା

Sunil Chandra Nayak

ଗରଗାବ ସେକ୍ସନର ଡୋକା ଡଙ୍ଗରୀଜଙ୍ଗଲରେ ବନ ମହୋତ୍ସବ ପାଳିତ

ରାଉରକେଲା ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

masiha

Leave a Comment

error: Content is protected !!